ଯିରିମୀୟ 14 - ପବିତ୍ର ବାଇବଲଅନାବୃଷ୍ଟି ଓ ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ 1 ଅନାବୃଷ୍ଟି ବିଷୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 “ଯିହୁଦା ଶୋକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି। ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି। 3 ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି। ସେମାନେ ଲଜ୍ଜିତ ଓ ଘବରା ହୋଇ ଆପଣା ଆପଣା ମସ୍ତକ ଢାଙ୍କନ୍ତି। 4 ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି। 5 ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଗ୍ଭଲିଯାଏ। 6 ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି। ତୃଣ ନ ଥିବାରୁ ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।” 7 “ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭେମାନେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର। କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। 8 ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ। 9 ତୁମ୍ଭେ ଜଣେ ଦ୍ୱନ୍ଦରେ ପଡ଼ିଥିବା ମନୁଷ୍ୟ ତୁଲ୍ୟ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ। ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।” 10 ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।” 11 ଆହୁରି ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ। 12 ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।” 13 ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ ଭିନ୍ନ କଥା କହୁଛନ୍ତି। ସେମାନେ କହନ୍ତି, ‘ତୁମ୍ଭେମାନେ ଖଡ଼୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ଦୃଢ଼ ଶାନ୍ତି ଦେବେ।’” 14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟଦ୍ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଛନ୍ତି। 15 ଏଣୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ଖଡ଼୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ଼୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। 16 ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ଖଡ଼୍ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’ 17 “ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି। 18 ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ସେଠାରେ ଖଡ଼୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’” 19 ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା। 20 ହେ ପରମେଶ୍ୱର, ଆମ୍ଭେମାନେ ଆମ୍ଭମାନଙ୍କର ଦୁଷ୍ଟତା ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ। ହଁ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। 21 ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ୟାଖାନ କର ନାହିଁ। ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ। ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ। ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିୟମ ସ୍ମରଣ କର। ତୁମ୍ଭ କୃତ ସେହି ନିୟମ ଭଙ୍ଗ କର ନାହିଁ। 22 ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International