Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 12 - ପବିତ୍ର ବାଇବଲ


ଯିରିମିୟ ପରମେଶ୍ୱରଙ୍କ ନିକଟରେ ଅଭିଯୋଗ କରନ୍ତି

1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି? ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି?

2 ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନଙ୍କର ମୂଳ ଦୃଢ଼ ହୋଇଅଛି। ସେମାନେ ବଡ଼ ଫୁଲ ଫଳ ଦିଅନ୍ତି। ସେମାନେ ଯଦିଓ ମୁହଁରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିୟ, ମାତ୍ର ପ୍ରକୃତରେ ସେମାନେ ଅନ୍ତଃକରଣରେ ତୁମ୍ଭଠାରୁ ଦୂରରେ ଥା’ନ୍ତି।

3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ। ତୁମ୍ଭେ ମୋତେ ଦେଖୁଅଛ ଓ ମୋର ହୃଦୟ ପରୀକ୍ଷା କରି ମୋର ମନ କିପରି, ଜାଣୁଅଛ। ସେହି ମନ୍ଦ ଲୋକମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ନିଅ ଓ ହତ୍ୟା ଦିନରେ ସେମାନଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରଖ।

4 କେତେକାଳ ଦେଶ ଶୁଷ୍କ ରହିବ ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି। କାରଣ ଲୋକମାନେ କହିଲେ, “ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।”


ଯିରିମିୟଙ୍କୁ ପରମେଶ୍ୱରଙ୍କ ଉତ୍ତର

5 “ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛରେ ଦୌଡ଼ି କ୍ଳାନ୍ତ ହୋଇପଡ଼ିଛ, ତେବେ ଅଶ୍ୱମାନଙ୍କ ସହିତ କିପରି ଋଣ କରି ପାରିବ? ତୁମ୍ଭେ ଯଦି ଶାନ୍ତି ଦେଶରେ ବିବ୍ରତ ହେଉଛ, ତେବେ ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କ’ଣ କରିବ?

6 ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସେହି ଲୋକ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି। ସେମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରି ଉଚ୍ଚସ୍ୱରରେ ଡାକ ପକାଇଛନ୍ତି। ସେମାନେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ।


ସଦାପ୍ରଭୁ ତାଙ୍କର ଲୋକ, ଯିହୁଦାକୁ ପରିତ୍ୟାଗ କରନ୍ତି

7 “ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।

8 ଆମ୍ଭ ନିଜର ଲୋକ ଅରଣ୍ୟ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି। ସେମାନେ ଆମ୍ଭ ବିରୁଦ୍ଧରେ ହୁଙ୍କାର ଦେଇଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ଘୃଣାକରି ଦୂରେଇ ଦେଇଅଛୁ।

9 ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହୋଇଅଛନ୍ତି। ସେମାନେ ତା'ର ବିରୁଦ୍ଧରେ ଗ୍ଭରିଆଡ଼େ ଘେରି ରହିଅଛନ୍ତି, ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

10 ଅନେକ ମେଷପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି। ସେମାନେ ଆମ୍ଭର ଭୂମିକୁ ପଦଦଳିତ କରିଅଛନ୍ତି। ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସକରି ପ୍ରାନ୍ତରରେ ପରିଣତ କରିଅଛନ୍ତି।

11 ସେମାନେ ତାହାକୁ ଧ୍ୱଂସିତ, ଶୁଷ୍କ ଓ ମୃତ ଭୂମିରେ ପରିଣତ କରିଅଛନ୍ତି। ତାହା ଏକ ଜନଶୂନ୍ୟ ପ୍ରାନ୍ତର ହୋଇଅଛି। କେହି ଜଣେ ହେଲେ ତା'ର ଯତ୍ନ ନେବାକୁ ରହି ନାହାନ୍ତି।

12 ଧ୍ୱଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।

13 ସେମାନେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସେମାନେ ବହୁ ପରିଶ୍ରମ କରି ମଧ୍ୟ କିଛି ଫଳ ପାଇ ନାହାନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଯୋଗୁଁ ସେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବେ।”


ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିଜ୍ଞା

14 ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା।

15 ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା।

16 ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବା‌‌ଲ୍‌‌ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ।

17 ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan