Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 7 - ପବିତ୍ର ବାଇବଲ


ଅରାମର ଦୁଃଖ

1 ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।

2 ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।

3 ତା'ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।

4 “ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ।

5 ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ,

6 “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”

7 ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ।

8 ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ।

9 ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”


ଇମ୍ମାନୁୟେଲ-ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି

10 ତା'ପରେ ସଦାପ୍ରଭୁ ଆହସଙ୍କୁ କହି ଗ୍ଭଲିଲେ।

11 ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।”

12 ମାତ୍ର ଆହସ କହିଲେ, “ମୁଁ ପ୍ରମାଣ ସ୍ୱରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଗ୍ଭହେଁ ନାହିଁ।”

13 ତା'ପରେ ଯିଶାଇୟ କହିଲେ, “ହେ ଦାଉଦଙ୍କର ବଂଶ! ସାବଧାନ ହୋଇ ଶୁଣ। ତୁମ୍ଭେମାନେ ତୁଚ୍ଛମାନବର ଧୈର୍ଯ୍ୟକୁ ପରୀକ୍ଷା କରିଛ ବୋଲି ମୋର ପ୍ରଭୁ ପରମେଶ୍ୱରଙ୍କ ଧୈର୍ଯ୍ୟକୁ ପରୀକ୍ଷା କରି ପାରିବ ନାହିଁ।

14 ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ। ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତା'ର ନାମ ସେ ଇମ୍ମାନୁୟେଲ ଦେବ।

15 ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ। ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ।

16 ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ୟ କରିବା ଜାଣିବା ପୂର୍ବରୁ ତୁମ୍ଭେମାନେ ଇଫ୍ରୟିମକୁ ଓ ଅରାମକୁ ତ୍ୟାଗ କରିବ। କାରଣ “ତୁମ୍ଭେମାନେ ସେହି ଦୁଇ ରାଜାଙ୍କୁ ଘୃଣା କରିଅଛ।

17 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିବେ। ସେହି ଦୁଃସମୟ ତୁମ୍ଭ ଲୋକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରମେଶ୍ୱର କ’ଣ କରିବେ? ସେ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆଣିବେ।

18 “ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରର ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ।

19 ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମିମାନଙ୍କରେ ବାସ କରିବେ।

20 ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ।

21 “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ।

22 ସେହି ଗାଈର ପ୍ରଚୁର ଦୁ‌ଗ୍‌ଧରେ ସେ ଦଧି ଖାଇବେ ଓ ସେ ଦେଶର ପ୍ରତ୍ୟେକ ଲୋକ ଦଧି ଓ ମଧୁ ଭକ୍ଷ୍ୟଣ କରିବେ।

23 ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1,000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ।

24 ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ।

25 ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan