ଯିଶାଇୟ 65 - ପବିତ୍ର ବାଇବଲସମସ୍ତ ଲୋକ ପରମେଶ୍ୱରଙ୍କ ବିଷୟରେ ଶିକ୍ଷା କରିବେ 1 ସଦାପ୍ରଭୁ କହିଲେ, “ଯେଉଁମାନେ ଆମ୍ଭ ବିଷୟରେ ପଗ୍ଭରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଲୁ, ଯେଉଁମାନେ ଆମ୍ଭକୁ ଖୋଜିଲେ ନାହିଁ, ଆମ୍ଭେ ସେମାନଙ୍କୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀୟମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସେମାନଙ୍କୁ ‘ଆମ୍ଭକୁ ଦେଖ, ଆମ୍ଭକୁ ଦେଖ’ ବୋଲି କହିଲୁ। 2 “ଯେଉଁମାନେ ନିଜ ନିଜ ଚିନ୍ତାନୁସାରେ କୁପଥରେ ଗମନ କରନ୍ତି, ସେହି ବିଦ୍ରୋହାଗ୍ଭରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ। 3 ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି। 4 ସେମାନେ କବରସ୍ଥାନ ମଧ୍ୟରେ ବସନ୍ତି ଓ ଗୁମ୍ଫା ମଧ୍ୟରେ ରାତ୍ରି ଯାପନ କରନ୍ତି। ସେମାନେ ଶୂକର ମାଂସ ଭକ୍ଷ୍ୟଣ କରନ୍ତି ଓ ସେମାନଙ୍କ ପାତ୍ରରେ ଦୂଷିତ ମାଂସ ଝୋଳ ଥାଏ। 5 “ମାତ୍ର ସେହି ଲୋକମାନେ କୁହନ୍ତି, ‘ସେସ୍ଥାନରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭେମାନେ ତୁମ୍ଭ ଅପେକ୍ଷା ପବିତ୍ର।’ କିନ୍ତୁ ସେହି ଲୋକମାନେ ଆମ୍ଭ ନାସିକାର ଧୂମସ୍ୱରୂପ ଓ ଦିନସାରା ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।” ଇସ୍ରାଏଲ ନିଶ୍ଚୟ ଦଣ୍ଡିତ ହେବ 6 “ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା।” 7 ସଦାପ୍ରଭୁ କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦେବା।” କାରଣ “ସେମାନେ ପର୍ବତଗୁଡ଼ିକ ଉପରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସେମାନଙ୍କ କାର୍ଯ୍ୟର ମାନ କଳନା କରି ପ୍ରତିଫଳ ସେମାନଙ୍କ କୋଳରେ ଦେବା।” 8 ସଦାପ୍ରଭୁ ଏହିକଥା କୁହନ୍ତି, “ଯେତେବେଳେ ଦ୍ରାକ୍ଷାଫଳରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥିରେ ଆଶୀର୍ବାଦ ଅଛି, ସେହିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ। 9 ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି ସ୍ଥାପନ କରିବେ। 10 ଆଉ ଯେଉଁମାନେ ଆମ୍ଭକୁ ଅନ୍ୱେଷଣ କରନ୍ତି ସେମାନଙ୍କ ପାଇଁ ଶାରୋଣ ଏକ ମେଷମାନଙ୍କର ଗ୍ଭରଣଭୂମି ଓ ଆଖୋର ଉପତ୍ୟକା ଗୋପଲର ଶୟନସ୍ଥଳ ହେବ। 11 “ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀ ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ। 12 ତୁମ୍ଭମାନଙ୍କୁ ଆମ୍ଭେ ଖଡ଼୍ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।” 13 ସେହି ସକାଶେ ମୋର ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, “ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଗ୍ଭରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲାବେଳେ ତୁମ୍ଭେମାନେ ଲଜ୍ଜିତ ହେବ। 14 ଆମ୍ଭର ଦାସମାନେ ଆନନ୍ଦରେ ଗାନ କରିବେ କାରଣ ସେମାନଙ୍କ ହୃଦୟ ସୁଖରେ ପରିପୂର୍ଣ୍ଣ। ମାତ୍ର ତୁମ୍ଭେ ମନ୍ଦାଗ୍ଭରୀଗଣ ହୃଦୟର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ୟ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ। 15 ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ। 16 “ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।” ନୂତନ ସମୟ ଆସୁଅଛି 17 “କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ। 18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ଯିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ। 19 “ପୁଣି ଆମ୍ଭେ ଯିରୁଶାଲମରେ ଆନନ୍ଦ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଉଲ୍ଲାସ କରିବା। ସେଠାରେ ଆଉ ବିଳାପର ଧ୍ୱନି ଓ କ୍ରନ୍ଦନର ସ୍ୱର ଶୁଣାଯିବ ନାହିଁ। 20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ, ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ। 21 “ସେହି ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ। 22 ସେମାନେ ନିର୍ମାଣ କରିଥିବା ଗୃହରେ ଅନ୍ୟ ଲୋକ ବାସ କରି ପାରିବେ ନାହିଁ ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ। 23 ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ। ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସେମାନେ ଓ ସେମାନଙ୍କର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହେବେ। 24 ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା। 25 ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।” ସଦାପ୍ରଭୁ ଏହା କୁହନ୍ତି। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International