Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 59 - ପବିତ୍ର ବାଇବଲ


ଦୁଷ୍ଟାଗ୍ଭରୀଗଣ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଉଚିତ୍

1 ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ।

2 ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ।

3 ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି।

4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।

5 ସେମାନେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେକେହି ସେହି ଅଣ୍ଡା ଖାଏ ସେ ମୃତ୍ୟୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସେମାନଙ୍କୁ ଫୁଟାଏ, ସେଥିରୁ କାଳସର୍ପ ବାହାରେ।

6 ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ। ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ।

7 ସେମାନଙ୍କର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସେମାନେ ନିର୍ଦ୍ଦୋଷରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା। ସେମାନଙ୍କ ପଥରେ ଧ୍ୱଂସ ଓ ବିନାଶ ଥାଏ।

8 ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।


ଇସ୍ରାଏଲର ପାପ ଦୁଃଖ ଆଣେ

9 ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ। ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ। ଆଲୋକକୁ ଅପେକ୍ଷା କରୁ, ମାତ୍ର ଅନ୍ଧକାରରେ ଭ୍ରମଣ କରୁ।

10 ଆମ୍ଭେମାନେ ଅନ୍ଧଲୋକ ପରି କାନ୍ଥ ପାଖରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।

11 ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।

12 ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି। କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ।

13 ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା। ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ୟା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

14 ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି ଓ ଧର୍ମ ଦୂରରେ ଠିଆ ହୋଇଅଛି। ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ।

15 ତେଣୁ ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ। ପୁଣି ସଦାପ୍ରଭୁ ଏହା ଦେଖିଲେ ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।

16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।

17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।

18 ସେ ପାପ କର୍ମର ପରିମାଣ ଅନୁସାରେ ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ। ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।

19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।

20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।

21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan