ଯିଶାଇୟ 57 - ପବିତ୍ର ବାଇବଲଇସ୍ରାଏଲ ପରମେଶ୍ୱରଙ୍କ ଅନୁସରଣ କରେ ନାହିଁ 1 ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି। 2 ମାତ୍ର ସେମାନେ ଶାନ୍ତିରେ ପ୍ରବେଶ କରିବେ ଓ ଯେଉଁମାନେ ଧର୍ମ ନିଷ୍ଠାରେ ଗ୍ଭଲନ୍ତି, ସେମାନେ ନିଜର ଶଯ୍ୟାରେ ଶାନ୍ତିରେ ବିଶ୍ରାମ କରିବେ। 3 “ହେ ଯାଦୁକାର ଓ ବ୍ୟଭିଗ୍ଭରିଣୀ ଓ ବ୍ୟଭିଗ୍ଭରିଣୀର ସନ୍ତାନଗଣ ନିକଟକୁ ଆସ। 4 ତୁମ୍ଭେମାନେ କାହାକୁ ଉପହାସ କରୁଅଛ? ତୁମ୍ଭେମାନେ କାହା ଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ? ତୁମ୍ଭେମାନେ କ’ଣ ଅଧର୍ମାଗ୍ଭରୀର ସନ୍ତାନ ଓ ଅନାଗ୍ଭର ବଂଶ ନୁହଁ? 5 ଅଲୋନବୃକ୍ଷ ତଳେ ତୁମ୍ଭର କ’ଣ ଶାରୀରିକ ସମ୍ବନ୍ଧ କରି ନାହଁ? ପ୍ରତ୍ୟେକ ହରିତ୍ ବୃକ୍ଷ ତଳେ ତୁମ୍ଭେ କ’ଣ ନିଜକୁ ଉପଭୋଗ କରୁ ନାହଁ? ତୁମ୍ଭେମାନେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ ସନ୍ତାନଗଣକୁ କ’ଣ ବଳିଦାନ କରୁ ନାହଁ? 6 ଉପତ୍ୟକାର ଚିକ୍କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର; ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ ଓ ନୈବେଦ୍ୟ ଉତ୍ସର୍ଗ କରିଅଛ। ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା? 7 ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ନିଜର ଶଯ୍ୟା ପାତିଅଛ ଓ ସେସ୍ଥାନକୁ ମଧ୍ୟ ବଳିଦାନ କରିବାକୁ ଯାଇଅଛ। 8 ପୁଣି କବାଟ ଓ ଚୌକାଠର ପଛରେ ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ; କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ଯାଇଅଛ। ତୁମ୍ଭେ ନିଜର ଶଯ୍ୟା ବଢ଼ାଇ ସେମାନଙ୍କ ସହିତ ଚୁକ୍ତି କରିଅଛି। ତୁମ୍ଭେ ଯେଉଁଠାରେ ଶଯ୍ୟା ଦେଖିଲ ତାହା ଭଲ ପାଇଅଛ। 9 ତୁମ୍ଭେ ତୈଳ ନେଇ ରାଜା ନିକଟକୁ ଯାଇଅଛ ଓ ନିଜର ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ। ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ ଓ ନିଜକୁ ପାତାଳ ପର୍ଯ୍ୟନ୍ତ ମୃତ୍ୟୁର ସ୍ଥାନ ହତଗର୍ବ କରିଅଛ। 10 ତୁମ୍ଭେ ଦୀର୍ଘପଥ ଯାତ୍ରା ଯୋଗୁଁ ଯଦିଓ କ୍ଳାନ୍ତ ହୋଇଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତେଜ ହେଲ, ତେଣୁ ତୁମ୍ଭେ କ୍ଳାନ୍ତ ଅନୁଭବ କଲ ନାହିଁ। 11 ତାହାର ସକାଶୁ ଏପରି କ୍ଳେଶ ଓ ଭୀତା ଯେ, ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ଭୁଲି ଯାଇଅଛ? ତୁମ୍ଭେ ସେଥିରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ’ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ? ତୁମ୍ଭେ କ’ଣ ଆମ୍ଭକୁ ଭୟ କରୁ ନାହଁ? 12 ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା। ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ। 13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସେମାନେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ। ଗୋଟିଏ ନିଃଶ୍ୱାସ ସେ ସମସ୍ତଙ୍କୁ ନେଇଯିବ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତରେ ଅଧିକାରୀ ହେବ।” ସଦାପ୍ରଭୁ ତାଙ୍କ ସନ୍ତାନମାନଙ୍କୁ ରକ୍ଷା କରିବେ 14 ପୁଣି ସେ କହିବେ, “ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର। ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।” 15 କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ। 16 ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କ୍ରୋଧ କରିବା ନାହିଁ। ଯଦି କରିବା ତାହାହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ। 17 ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ କୃଦ୍ଧ ହୋଇ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଗ୍ଭଇ କ୍ରୁଦ୍ଧ ହେଲୁ; ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଗ୍ଭଲିଲା। 18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି। 19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।” 20 ମାତ୍ର ଦୁଷ୍ଟମାନେ ତରଙ୍ଗାୟିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ ଓ ତାହାର ଜଳରେ ପଙ୍କ ଓ କାଦୁଅ ଉଠେ। 21 ଆମ୍ଭର ପରମେଶ୍ୱର କୁହନ୍ତି; “ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।’ |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International