Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 54 - ପବିତ୍ର ବାଇବଲ


ପରମେଶ୍ୱର ଆପଣା ଲୋକଙ୍କୁ ଗୃହକୁ ଆଣନ୍ତି

1 “ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର। ହେ ଗର୍ଭବେଦନାରହିତ ନାରୀ! ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର। କାରଣ ସଦାପ୍ରଭୁ କୁହନ୍ତି, “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”

2 “ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସେମାନେ ତୁମ୍ଭର ବାସ ସ୍ଥାନର ଯବନିକା ସବୁ ବିସ୍ତାର କରନ୍ତୁ। ବ୍ୟୟର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।

3 କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।

4 ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ; କିମ୍ବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ। ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।

5 କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।

6 “କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।”

7 “ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ, ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।

8 ଅତି କ୍ରୋଧରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଗ୍ଭଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା।” ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।

9 “କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

10 ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି: “ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।”

11 “ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ ଓ ସାନ୍ତ୍ୱନା ବିରହିତ ନଗରୀ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

12 ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା, ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।

13 ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ସେମାନଙ୍କର ପରମ ଶାନ୍ତି ହେବ।

14 ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ; କାରଣ ତୁମ୍ଭେ ଭୟଭୀତ ହେବ ନାହିଁ, ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।

15 ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧରେ ଏକମତ ହୋଇପାରନ୍ତି, କିନ୍ତୁ ସେମାନେ ମୋ’ ପ୍ରତି ଯେକେହି ତୁମ୍ଭ ବିରୁଦ୍ଧରେ ଯାଏ, ସେ ସେମାନଙ୍କ ପତିତକୁ ବହନ କରିବେ।

16 “ଦେଖ, ଯେଉଁ କମାର କୋଇଲାରେ ଅଗ୍ନିଦେଇ ତାଉ କରେ ଓ ଆପଣା କାର୍ଯ୍ୟ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ‘ବିନାଶପାଇଁ’ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।

17 “ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।” ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan