ଯିଶାଇୟ 53 - ପବିତ୍ର ବାଇବଲ1 ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? 2 କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ। 3 ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ। 4 ମାତ୍ର ସେ ଆମ୍ଭର ଦୁଃଖ ଯାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭେମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ। 5 ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ଯ୍ୟ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରିଦେଲେ। ତାଙ୍କର କ୍ଷତରେ ଆମ୍ଭେମାନେ ଆରୋଗ୍ୟ ଲାଭ କଲୁ। 6 ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି। 7 ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହୋଇ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମେଷ ଶାବକ ତୁଲ୍ୟ ଓ ଲୋମ ଛେଦନକାରୀଙ୍କ ସମ୍ମୁଖରେ ନିରୀହ ମେଷ ତୁଲ୍ୟ ସେ ନିଜର ମୁଖ ଫିଟାଇଲେ ନାହିଁ। 8 ଲୋକମାନେ ବଳପୂର୍ବକ ତାଙ୍କୁ ବିଗ୍ଭର ପାଇଁ ଧରି ନେଲେ ଓ ଉପଯୁକ୍ତ ବିଗ୍ଭର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବେଚନା କଲା? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ। 9 ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା। 10 ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ। 11 ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ। “ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ। 12 ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International