ଯିଶାଇୟ 49 - ପବିତ୍ର ବାଇବଲପରମେଶ୍ୱର ତାଙ୍କର ପ୍ରିୟ ଦାସଙ୍କୁ ଆହ୍ୱାନ କରନ୍ତି 1 ହେ ଦ୍ୱୀପ ସମୂହର ଲୋକମାନେ, ମୋ’ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମୋ’ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ସଦାପ୍ରଭୁ ତାଙ୍କର ସେବା ପାଇଁ ମୋତେ ଆହ୍ୱାନ କରିଛନ୍ତି। ମୁଁ ମାତୃଗର୍ଭରେ ଥିବା କାଳରୁ ସେ ମୋର ନାମ ଉଲ୍ଲେଖ କରିଛନ୍ତି। 2 ସଦାପ୍ରଭୁ ତାଙ୍କର ବାକ୍ୟ ପ୍ରଗ୍ଭର ପାଇଁ ମୋତେ ପଠାଇଛନ୍ତି। ତେଣୁ ସେ ମୋର ମୁଖକୁ ତୀକ୍ଷ୍ଣ ଖଡ଼୍ଗ ସ୍ୱରୂପ କରିଛନ୍ତି। ନିଜର ହସ୍ତ ଛାୟାରେ ସେ ମୋତେ ଲୁଗ୍ଭଇ ରଖିଛନ୍ତି ଓ ସେ ମୋତେ ଶାଣିତ ବାଣସ୍ୱରୂପ କରି ନିଜର ତୁଣୀରରେ ଲୁଗ୍ଭଇ ରଖିଛନ୍ତି। 3 ସେ ପୁଣି ମୋତେ କହିଲେ, “ତୁମ୍ଭେ ମୋର ଦାସ, ତୁମ୍ଭେ ଇସ୍ରାଏଲ, ତୁମ୍ଭଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।” 4 ମାତ୍ର ମୁଁ କହିଲି, “ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତାରେ ମୋର ଶକ୍ତି ବ୍ୟୟ କରିଅଛି। ତଥାପି ନିଶ୍ଚୟ ମୋର ବିଗ୍ଭର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମୋର ପରମେଶ୍ୱରଙ୍କଠାରେ ଅଛି। 5 ପୁଣି ମୋତେ ତାଙ୍କର ସେବକ ହେବା ପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମୋତେ ମାତୃଗର୍ଭରେ ସୃଷ୍ଟି କଲେ। ସେହି ସଦାପ୍ରଭୁ ମୋତେ ଏବେ କୁହନ୍ତି, “କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋର ପରମେଶ୍ୱର ମୋର ବଳସ୍ୱରୂପ ହୋଇଅଛନ୍ତି।” 6 ପୁଣି ସଦାପ୍ରଭୁ କହିଲେ, “ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ। ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ଯେପରି ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ଆମ୍ଭ କୃତ ପରିତ୍ରାଣ ସ୍ୱରୂପ ହେବ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତିସ୍ୱରୂପ କରିବା।” 7 ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇସ୍ରାଏଲର ମୁକ୍ତିଦାତା ଓ ତା'ର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ୱସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, “ତାଙ୍କ ସକାଶେ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।” ପରିତ୍ରାଣର ଦିନ 8 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା। 9 ତୁମ୍ଭେ ବନ୍ଦୀଗଣଙ୍କୁ ‘ବାହାରି ଯାଅ ବୋଲି,’ ‘ଅନ୍ଧକାରସ୍ଥିତ’ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀ ସକଳ ସେମାନଙ୍କର ଚରାସ୍ଥାନ ହେବ। 10 ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ; ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ। 11 “ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ। 12 “ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।” 13 ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି। 14 ମାତ୍ର ସିୟୋନ କହେ, “ସଦାପ୍ରଭୁ ମୋତେ ପରିତ୍ୟାଗ କରିଛନ୍ତି। ମୋର ପ୍ରଭୁ ମୋତେ ଭୁଲି ଯାଇଛନ୍ତି।” 15 “ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ? ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ? ଏମାନେ ତାହା କରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ। 16 ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି। 17 ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛିନ୍ନ କରିଛନ୍ତି ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ। 18 ତୁମ୍ଭର ଚକ୍ଷୁ ମେଲାଇ ଚତୁର୍ଦ୍ଦିଗକୁ ଦେଖ। ସେମାନେ ସମସ୍ତେ ଏକତ୍ରିତ ହୋଇ ତୁମ୍ଭ ଆଡ଼କୁ ଆସୁଛନ୍ତି।” ସଦାପ୍ରଭୁ କୁହନ୍ତି, “ମୋର ଜୀବନରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ୟା ପରି ପରିଧାନ କରିବେ। 19 “ତୁମ୍ଭେ ନଷ୍ଟ ଓ ଶୂନ୍ୟ ଅଟ। ସେହିମାନଙ୍କ ପାଇଁ, ସେହି ଭୂମି ଲୋକାରଣ୍ୟ, ଯେଉଁମାନେ ସେଠାରେ ବାସ କରିବେ। ସେହିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂରେଇ ଯିବ। 20 କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ‘ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’ 21 ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ?’” 22 ସଦାପ୍ରଭୁ, ମୋର ପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ୱଜା ଟେକିବା। ତାହାହେଲେ ସେମାନେ ତୁମ୍ଭର ପୁତ୍ରଗଣଙ୍କୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଇବେ। 23 ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।” 24 ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ୟ ହରଣ କରାଯାଇ ପାରିବ କି? କିମ୍ବା ବନ୍ଦୀ ହୋଇଥିବା ଲୋକମାନେ ମୁକ୍ତ ହୋଇ ପାରିବେ କି? 25 ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, “ବୀରଦ୍ୱାରା ବନ୍ଦୀଲୋକ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା। 26 “ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା; ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି ସେମାନେ ନିଜ ରକ୍ତରେ ମତ୍ତ ହେବେ, ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International