ଯିଶାଇୟ 41 - ପବିତ୍ର ବାଇବଲସଦାପ୍ରଭୁ ଶାଶ୍ୱତ ସୃଷ୍ଟିକର୍ତ୍ତା 1 ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ। 2 ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ଖଡ଼୍ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି। 3 ସେ ସେମାନଙ୍କ ପଶ୍ଚାତ୍ଧାବନ କରେ ଓ ନିରାପଦରେ ଅଗ୍ରସର ହୁଏ। ସେ କେବେ ନ ଯାଇଥିବା ପଥରେ ବିଭିନ୍ନ ସ୍ଥାନକୁ ଯାଏ। 4 କିଏ ଆଦ୍ୟରୁ ପୁରୁଷକୁ ପୁରୁଷ ଧରି ଏକ କାର୍ଯ୍ୟ ସାଧନ କରିଅଛି? ଆମ୍ଭେ ସଦାପ୍ରଭୁ, ଆଦି ଓ ଶେଷକାଳ ପର୍ଯ୍ୟନ୍ତ ସଙ୍ଗରେ ଥାଉ, ଆମ୍ଭେ ସେହି ଅଟୁ। 5 ଦ୍ୱୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।’ 6 “ସେମାନେ ପରସ୍ପରକୁ ସାହାଯ୍ୟ କଲେ ଓ ସାହସୀ ହେବାକୁ ପରସ୍ପରକୁ ଉତ୍ସାହିତ କଲେ। 7 ଏହିପରି ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା, ‘ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,’ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।” ସଦାପ୍ରଭୁ ହିଁ ଆମ୍ଭମାନଙ୍କୁ ରକ୍ଷା କରିବେ 8 “ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ। 9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’ ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ ମନୋନୀତ କରିଅଛୁ। 10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। 11 ଦେଖ, କେତେକ ବ୍ୟକ୍ତି ତୁମ୍ଭ ଉପରେ କ୍ରୋଧ ହୋଇଛନ୍ତି। ମାତ୍ର ସେମାନେ ଲଜ୍ଜିତ ଓ ଅପମାନିତ ହେବେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସେମାନେ ତୁଚ୍ଛ ବସ୍ତୁଭଳି ବିନଷ୍ଟ ହେବେ। 12 ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କର ଅନ୍ୱେଷଣ କରିବ। ମାତ୍ର ସେମାନଙ୍କର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ତୁଚ୍ଛ ହେବେ। 13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ‘ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’ 14 ହେ କୀଟରୂପୀ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା” ସଦାପ୍ରଭୁ କୁହନ୍ତି, “ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି। 15 ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ଣ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ୟ-ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବି, ତୁମ୍ଭେ କୃଷକ ଶସ୍ୟକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ୟ କରିବ। 16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’ 17 “ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ସେମାନେ ଜଳ ପାଆନ୍ତି ନାହିଁ। ସେମାନଙ୍କର ଜିହ୍ୱା ତୃଷାରେ ଶୁଖିଯାଏ। ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଉତ୍ତର ଦେବା। ଆମ୍ଭେ ଇସ୍ରାଏଲର, ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ। 18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା। 19 ଆମ୍ଭେ ପ୍ରାନ୍ତରରେ ଏରସ, ବାବଲ, ମେହେନ୍ଦି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ଲଗାଇବା। 20 ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ ଏବଂ ବିବେଚନା କରିବେ ଯେ ସଦାପ୍ରଭୁଙ୍କ ହସ୍ତ ଏହିକାର୍ଯ୍ୟ କରିଅଛି ଓ ଇସ୍ରାଏଲର ପରମେଶ୍ୱର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି।” ସଦାପ୍ରଭୁ ମିଥ୍ୟା ଦେବତାଗଣଙ୍କୁ ଆହ୍ୱାନ କରନ୍ତି 21 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର। 22 ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।” ଆଦ୍ୟରେ କ’ଣ ଘଟିଥିଲା ଓ ଭବିଷ୍ୟତରେ କ’ଣ ଘଟିବ, ଆମ୍ଭକୁ କୁହ। ତାହାହେଲେ ଶେଷଫଳ କ’ଣ ହେବ ଆମ୍ଭେ ବିବେଚନା କରିବା। 23 “ଏହା ପରେ କ’ଣ ଘଟିବ ତୁମ୍ଭେମାନେ ପ୍ରକାଶ କର। ତାହାହେଲେ ଆମ୍ଭେ ଜାଣିବୁ ତୁମ୍ଭେମାନେ ପ୍ରକୃତରେ ଦେବତାଗଣ। କେଉଁଠି ଯଦି ଆମ୍ଭେମାନେ ପ୍ରକୃତରେ ଭୟ କିମ୍ବା ଭୟଭୀତ ହେବା ଯେବେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷୟ ଆମ୍ଭକୁ କହିବ। 24 “ଦେଖ, ତୁମ୍ଭେମାନେ ଭଣ୍ଡ ଦେବତା ଓ ତୁମ୍ଭେମାନେ କୌଣସି କାର୍ଯ୍ୟର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସେମାନେ ଘୃଣାର ପାତ୍ର।” ସଦାପ୍ରଭୁ ପ୍ରମାଣ କରନ୍ତି ଯେ, ସେ ଏକମାତ୍ର ପରମେଶ୍ୱର 25 “ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ୱାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ୟବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରତ୍ୟେକ ଶାସକକୁ ଦଳିତ କରିବ। 26 “କିଏ ଆଦ୍ୟରୁ ଏହା ପ୍ରକାଶ କରିଅଛି? ତାହାହେଲେ ଆମ୍ଭେମାନେ ପରମେଶ୍ୱର ବୋଲି ଜାଣିବା। ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ପ୍ରକାଶ କରିଅଛି କି? ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ। ନା, ପ୍ରକାଶକାରୀ କେହି ନାହିଁ କି ଦେଖାଇବା ଲୋକ କେହି ନାହିଁ। ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ୟ କେହି ନାହିଁ। 27 ଆମ୍ଭେ ସଦାପ୍ରଭୁ ଏବଂ ପ୍ରଥମେ ସିୟୋନକୁ କହିବା, ‘ସେମାନଙ୍କୁ ଦେଖ। ଏବଂ ପୁଣି ଯିରୁଶାଲମକୁ ସୁସମାଗ୍ଭର ଦେଇ ଆମ୍ଭେ ଜଣେ ଦୂତ ପଠାଇବା।’” 28 ଆମ୍ଭେ ଅନାଇଲା ବେଳେ କେହି ନାହିଁ। ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ। 29 ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ। ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International