ଯିଶାଇୟ 40 - ପବିତ୍ର ବାଇବଲଇସ୍ରାଏଲର ଦଣ୍ଡ ସମାପ୍ତି 1 ତୁମ୍ଭର ପରମେଶ୍ୱର ଏହା କୁହନ୍ତି, “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ। 2 ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ। ‘ତାହାର ସଂଗ୍ରାମ ଶେଷ ହୋଇଛି ଓ ତାହାର ପାପକୁ କ୍ଷମା କରାଯାଇଛି।’ ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।” 3 ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚିକ୍କଣ କର। 4 ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର। 5 ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।” 6 ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।” ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?” ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ। ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ। 7 ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଳାନ ହୁଏ। କାରଣ ତାହା ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ। ତେଣୁ ଲୋକମାନେ ନିଶ୍ଚିତ ତୃଣ ସ୍ୱରୂପ। 8 “ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ପରିତ୍ରାଣ: ପରମେଶ୍ୱରଙ୍କ ସୁସମ୍ବାଦ 9 ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର, ଉଚ୍ଚ ପର୍ବତକୁ ଯାଅ। ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର। ଜୋର୍ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।” 10 ଦେଖ, ମୋର ପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନେଇ ଆସୁଛନ୍ତି ଓ ତାଙ୍କର ବାହୁ ବଳରେ ସେ କର୍ତ୍ତୃତ୍ୱ କରିବେ। ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି। 11 ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ। ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ। ସେମାନଙ୍କର ମାମାନେ ପଛେ ପଛେ ଯିବେ। ପରମେଶ୍ୱର ଜଗତ ସୃଷ୍ଟି କଲେ; ସେ ଏହାକୁ ଶାସନ କରନ୍ତି 12 କିଏ ନିଜର ହସ୍ତ ପାପୁଲିରେ ସମୁଦ୍ର ଜଳରାଶି ମାପିଅଛି? କିଏ ନିଜର ହସ୍ତ ଗ୍ଭଖଣ୍ଡରେ ଅନନ୍ତ ଆକାଶକୁ କଳନା କରିଅଛି? ପୁଣି କିଏ ଗୌଣୀରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି? କିଏ ପର୍ବତଗୁଡ଼ିକୁ ନିକିତିରେ ଓ ଉପପର୍ବତକୁ ତରାଜୁରେ ତଉଲି ଅଛି? 13 କେହି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦେଇଅଛି କି? ପୁଣି ମନ୍ତ୍ରୀ ହୋଇ କେହି ତାଙ୍କୁ ନିର୍ଦ୍ଦେଶ ଦେଇଅଛି କି? 14 ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି? କେହି ତାଙ୍କୁ ଶିକ୍ଷା ଦେଇଥିଲା କି? କିଏ ତାଙ୍କୁ ବିଗ୍ଭରର ପଥ ଶିଖାଇଲା? କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦେଲା? ନା, ସଦାପ୍ରଭୁ ବିବେଚନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ। 15 ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ। ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନେଇ ତାଙ୍କ ତରାଜୁରେ ରଖନ୍ତି, ତେବେ ସେ ସବୁ ନିକିତିରେ ଧୂଳିକଣା ତୁଲ୍ୟ ହେବ। ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି। 16 ପୁଣି ଲିବାନୋନ୍ର ସମସ୍ତ ବୃକ୍ଷ ସଦାପ୍ରଭୁଙ୍କ ଜାଳ ପାଇଁ ଯଥେଷ୍ଟ ନୁହେଁ ଓ ତାହାର ସମସ୍ତ ପଶୁ ହୋମବଳି ପାଇଁ ଯଥେଷ୍ଟ ନୁହେଁ। 17 ସମସ୍ତ ଗୋଷ୍ଠୀ ପରମେଶ୍ୱରଙ୍କ ତୁଳନାରେ ଅତି ନଗଣ୍ୟ ତୁଚ୍ଛ। ସେମାନେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ୟ ଗଣ୍ୟ ଅଟନ୍ତି। 18 ତେବେ ପରମେଶ୍ୱରଙ୍କୁ ତୁମ୍ଭେ କାହା ସହିତ ତୁଳନା କରି ପାରିବ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ? ନା। 19 କେତେକ ବ୍ୟକ୍ତି କାଠ ଓ ପଥରରେ ମୂର୍ତ୍ତି ଗଢ଼ନ୍ତି ଓ ସେଗୁଡ଼ିକ ଦେବତା ବୋଲି କୁହନ୍ତି। କେତେଜଣ ଏହାକୁ ଉର୍ବର ମୂର୍ତ୍ତିକାରେ ଏବଂ ବଣିଆ ତାହା ସୂତାରେ ଛାଉଣି କରେ ଆଉ ତା’ ପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ। 20 ସେ ଖଣ୍ଡିଏ କାଠ ସଂଗ୍ରହ କରେ ତାହା ଯେପରି ଯିବ ନାହିଁ। ସେ ଜଣେ ନିଖୁଣ କାରିଗର କରିବାର ବାଛେ। ଗୋଟିଏ “ପ୍ରତିମା” ନିର୍ମାଣ କରିବାରେ ଯାହାକି ପଡ଼ିଯିବ ନାହିଁ। 21 ତୁମ୍ଭେମାନେ କ’ଣ ଜାଣି ନାହଁ। ତୁମ୍ଭେମାନେ କ’ଣ ଶୁଣି ନାହଁ? ଆଦ୍ୟକାଳରୁ ତୁମ୍ଭମାନଙ୍କୁ କ’ଣ ଜଣାଇ ଦିଆଯାଇ ନାହିଁ? ଏ ଜଗତରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚୟ ଜାଣିଛ। 22 ସଦାପ୍ରଭୁ ପ୍ରକୃତ ପରମେଶ୍ୱର। ସେ ଭୂମଣ୍ଡଳ ଉପରେ ଉପବିଷ୍ଟ। ତାଙ୍କ ତୁଳନାରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଗ୍ଭନ୍ଦୁଆ ତୁଲ୍ୟ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ୟ ତାକୁ ନିସ୍ତାର କରନ୍ତି। 23 ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ। ପୃଥିବୀରେ ତାଙ୍କ ସୂକ୍ଷ୍ମ ବିଗ୍ଭରକର୍ତ୍ତାମାନଙ୍କୁ ସେ ମୂଲ୍ୟହୀନ କରନ୍ତି। 24 ସେହି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସେମାନଙ୍କର ଚେର ମାଟିକୁ ଯିବା ପୂର୍ବରୁ ପରମେଶ୍ୱର “ଗ୍ଭରାକୁ” ଫୁଙ୍କି ଦିଅନ୍ତି। ସେଥିରେ ସେ ମରିଯାଇ ଶୁଷ୍କ ହୋଇଯାଏ। ଓ ଘୂର୍ଣ୍ଣିବାୟୁ ତାକୁ ନଡ଼ାପରି ଉଡ଼ାଇ ନିଏ। 25 ତେଣୁ ସେହି ପବିତ୍ର ସ୍ୱରୂପ କୁହନ୍ତି, “ଆମ୍ଭେ କ’ଣ କାହା ସହିତ ତୁଳନୀୟ ହୋଇ ପାରିବା? କାରଣ କେହି ଆମ୍ଭ ସହିତ ସମାନ ନୁହେଁ।” 26 ଆକାଶକୁ ଦେଖ! କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି? କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି? ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ୟ ହଜେ ନାହିଁ। 27 ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ? ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା ପ୍ରଗ୍ଭର କରୁଛ? ମୋର ପଥ, “ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମୋର ବିଗ୍ଭର ପରମେଶ୍ୱରଙ୍କର ଜ୍ଞାନର ଅତୀତ ବୋଲି କହୁଅଛ।” 28 ତୁମ୍ଭେ କ’ଣ ଜାଣି ନାହଁ? ତୁମ୍ଭେ କ’ଣ ଶୁଣି ନାହଁ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ୱର। ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ୟ। 29 ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି। 30 ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ ଓ ଯୁବକମାନେ ଟଳି ପଡ଼ିବେ। 31 ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ନୂତନ ବଳ ପାଆନ୍ତି। ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି। ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International