Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 33 - ପବିତ୍ର ବାଇବଲ

1 ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।

2 ସେତେବେଳେ ଲୋକମାନେ କହିବେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭେମାନେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ୱରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।

3 ତୁମ୍ଭର ଶକ୍ତିଶାଳୀ କୋଳାହଳରେ ଗୋଷ୍ଠୀଗଣ ପଳାୟନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।’

4 ପତଙ୍ଗ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହୀତ ହେବ। ଯେପରି ପତଙ୍ଗମାନେ ଡିଆଁ ମାରନ୍ତି, ସେହିପରି ବହୁଲୋକ ତା’ ଉପରେ ଡିଆଁ ମାରିବେ।

5 ସଦାପ୍ରଭୁ ଉନ୍ନତ, କାରଣ ସେ ଊର୍ଦ୍ଧ୍ୱ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ୟାୟ ବିଗ୍ଭର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।

6 ହେ ଯିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷୟକ, ତାହା ସେ ଦିଅନ୍ତି।

7 ମାତ୍ର ଶୁଣ, ସେମାନଙ୍କର ପରାକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶୟ ରୋଦନ କରୁଛନ୍ତି।

8 ରାଜପଥ ଧ୍ୱଂସପ୍ରାପ୍ତ ହୋଇଛି। ସେଠାରେ କେହି ପଥିକ ଦେଖାଯିବେ ନାହିଁ। ସେମାନେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କେହି ହେଲେ ସମ୍ମାନ ହୋଇ ନାହାନ୍ତି।

9 ଦେଶ ଜଟିଳ ସମସ୍ୟା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦେଖା ଯାଉଛି, ଶାରୋଣ ଅରଣ୍ୟ ତୁଲ୍ୟ ଦେଖା ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହୋଇଛି।

10 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା।

11 ତୁମ୍ଭେମାନେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।

12 ପୁଣି ଲୋକମାନେ ଚୂନପରି ଭସ୍ମିଭୂତ ହେବେ ଓ ଅଗ୍ନିରେ ଇଟା ଓ କଣ୍ଟକପରି ଶୀଘ୍ର ଦ‌ଗ୍‌ଧିଭୂତ ହେବେ।

13 “ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନ ଆଣି ମୋ’ କୃତ କର୍ମର କଥା ଶୁଣ ଏବଂ ମୋ’ ନିକଟବର୍ତ୍ତୀ ସମୂହ, ଏହାକୁ ମୋର ପରାକ୍ରମ ସ୍ୱୀକାର କର।”

14 ସିୟୋନର ପାପୀଗଣ ଭୟଭୀତ, ମନ୍ଦାଗ୍ଭରୀଗଣ ହଠାତ୍ କମ୍ପିତ ହେଉଛନ୍ତି। “ଆମ୍ଭମାନଙ୍କ ମଧ୍ୟରୁ କେହି ସର୍ବଗ୍ରାସୀ ଅଗ୍ନିରେ ବାସ କରି ପାରିବ? ପୁଣି କେହି କେବେ ଅନନ୍ତକାଳ ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନିରେ ବାସ କରି ପାରିବ?’’

15 ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।

16 ସେହି ଲୋକମାନେ ଉଚ୍ଚ ସ୍ଥାନରେ ବାସ କରିବେ। ସେମାନେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗରେ ସୁରକ୍ଷିତ ହେବେ। ସେମାନଙ୍କର ଭକ୍ଷ୍ୟ ଓ ଜଳର ଅଭାବ ରହିବ ନାହିଁ।

17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ।

18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା?

19 ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।”


ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ

20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ।

21-23 କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ।

24 “ମୁଁ ପୀଡ଼ିତ” ବୋଲି ସେଠାକାର ନିବାସୀ କହିବ ନାହିଁ। ସେଠାକାର ନିବାସୀମାନଙ୍କର ପାପ କ୍ଷମା କରାଯିବ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan