ଯିଶାଇୟ 32 - ପବିତ୍ର ବାଇବଲଅଧିପତିଗଣ ଉତ୍ତମ ଓ ନ୍ୟାୟପରାୟଣ ହେବା ଉଚିତ୍ 1 ଦେଖ, ଜଣେ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିଗଣ ନ୍ୟାୟରେ ଶାସନ କରିବେ। 2 ଯଦି ଏହା ଘଟିବ, ତେବେ ସେହି ମାନବ ବତାସରୁ ଆଶ୍ରୟସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରୟ, ଶୁଷ୍କ ଭୂମିରେ ଜଳସ୍ରୋତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାୟା ପ୍ରଦାୟକ ଶୈଳ ସଦୃଶ ହେବ। 3 ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ। 4 ଦ୍ୱନ୍ଦରେ ପଡ଼ିଥିବା ବ୍ୟକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ। 5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ। 6 କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦୟରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ଯ୍ୟ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦେବ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ। 7 ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍। 8 ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସେହି ଉତ୍ତମ ଆଚରଣରେ ସେ ସ୍ଥିର ରହେ। କଠୋର ସମୟ ଆସୁଛି 9 ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ। ହେ ବିଶ୍ୱସ୍ତା ନାରୀଗଣ, ମୋ’ ବାକ୍ୟରେ କର୍ଣ୍ଣପାତ କର। 10 ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ବର୍ଷକ ପରେ ଉଦ୍ବିଗ୍ନା ହେବ। କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ। 11 ହେ ଶାନ୍ତିପ୍ରିୟ ନାରୀଗଣ, ତୁମ୍ଭେମାନେ କମ୍ପିତା ହେବ। ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ଉଦ୍ବିଗ୍ନା ହେବ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶରେ ଚଟ ବାନ୍ଧ। 12 ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ। 13 ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର। 14 ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ। 15 ଆତ୍ମା ଊର୍ଦ୍ଧ୍ୱରୁ ଆସିବା ପର୍ଯ୍ୟନ୍ତ ଏହିସବୁ ଗ୍ଭଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହୋଇଛି, ତା'ପରେ ମରୁଭୂମି ଠିକ୍ ବିଗ୍ଭରରେ ପାଇବେ ଏବଂ ଫଳ ବଗିଗ୍ଭ ଜଙ୍ଗଲରେ ପରିଣତ ହେବ। 16 ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଗ୍ଭର ବାସ କରିବ ଓ ଉର୍ବର କ୍ଷେତରେ ଧାର୍ମିକତା ବସତି ସ୍ଥାପନ କରିବ। 17 ପୁଣି ସେହି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହେବ। 18 ମୋର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ନିରାପଦ ତମ୍ବୁରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ। 19 ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। 20 ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଜଳ ସ୍ଥାନରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହାରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭେମାନେ ଧନ୍ୟ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International