Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 3 - ପବିତ୍ର ବାଇବଲ

1 ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ।

2 ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟ‌ଦ୍‌ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ।

3 ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।

4 ପରମେଶ୍ୱର କୁହନ୍ତି, “ସେମାନଙ୍କ ଉପରେ ଶାସନ କରିବା ପାଇଁ ମୁଁ ଯୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସେମାନଙ୍କୁ ପରିଗ୍ଭଳନା କରିବେ।

5 ଜଣେ ଅନ୍ୟ ଜଣଙ୍କ ଦ୍ୱାରା ଓ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ପ୍ରତିବାସୀ ଦ୍ୱାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ୟକ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଯତ୍ନ ନେବେ ନାହିଁ। ସାଧାରଣ ବ୍ୟକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।”

6 ସେତେବେଳେ କେହିଜଣେ ନିଜ ପରିବାର ମଧ୍ୟରୁ ଜଣକୁ ଧରି କହିବେ, “ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହେବ। ତୁମ୍ଭେ ଏହି ନିପାତିତ ରାଜ୍ୟର ଅଧିପତି ହେବ।”

7 ମାତ୍ର ସେହି ଭାଇଟି ଉଚ୍ଚସ୍ୱରରେ କହିବ, “ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ଗୃହରେ ପ୍ରଚୁର ଖାଦ୍ୟ ଓ ବସ୍ତ୍ର ନାହିଁ। ମୋତେ ତୁମ୍ଭେମାନେ ତୁମ୍ଭର ଶାସନକର୍ତ୍ତା କର ନାହିଁ।”

8 ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି।

9 ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।

10 ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ।

11 ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ।

12 ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ। ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।


ଆପଣାର ଲୋକମାନଙ୍କ ସମ୍ବନ୍ଧରେ ପରମେଶ୍ୱରଙ୍କ ନିଷ୍ପତ୍ତି

13 ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ।

14 ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ। ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି।

15 ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

16 ସଦାପ୍ରଭୁ ପୁଣି କୁହନ୍ତି, “ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠା ବୋଲି ଦେଖାଇ ହୋଇ ମଥା ଉନ୍ନତ୍ତ କରି ବୁଲନ୍ତି। ସେମାନେ କଟାକ୍ଷପାତ କରି ଚଞ୍ଚଳ ଗତିରେ ଗ୍ଭଲିବାବେଳେ ସେମାନଙ୍କର ପାଦର ନୂପୁର ରୁଣୁଝୁଣୁ ହୁଏ।”

17 ମୋର ପ୍ରଭୁ ସେହି ସିୟୋନ କନ୍ୟାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସେହି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।

18 ସେହି ସମୟରେ, ସଦାପ୍ରଭୁ ସେହି ସ୍ତ୍ରୀଲୋକମାନେ ଗର୍ବ କରୁଥିବା ଜିନିଷଗୁଡ଼ିକୁ ସେମାନଙ୍କଠାରୁ କାଢ଼ିନେବେ। ସେ ସେମାନଙ୍କ ପାଦରୁ ନୂପୁର ଏବଂ ସେମାନଙ୍କ ବେକରୁ ଚନ୍ଦ୍ରାହାର କାଢ଼ିନେବେ।’

19 ଆଉ ମଧ୍ୟ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନେବେ।

20 ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ

21 ମୁଦି ଓ ନୋଥ,

22 ଉତ୍ସବ କାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ ଓ ଟଙ୍କା ଥଳି

23 ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।

24 ସେହି ସ୍ତ୍ରୀଲୋକମାନଙ୍କର ସୁଗନ୍ଧ ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ଓ କ୍ଲେଦରେ, କଟିବସ୍ତ୍ର ରଜ୍ଜୁରେ ସୁନ୍ଦର ମଥା ବିନା କେଶରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ରରେ ସେମାନଙ୍କ ସୌନ୍ଦର୍ଯ୍ୟ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।

25 ସେହି ସମୟରେ ତୁମ୍ଭର ପୁରୁଷଗଣ ‌‌ଖ‌ଡ଼୍‌ଗ ଘାତରେ ଓ ଯୋଦ୍ଧାଗଣ ଯୁଦ୍ଧରେ ନିହତ ହେବେ।

26 ସିୟୋନ ନଗରରେ ଦ୍ୱାରଦେଶ ଶୋକ ଓ ବିଳାପରେ ମୁଖରିତ ହେବ। ଯିରୁଶାଲମ ଗ୍ଭେରଦ୍ୱାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ୟ ହୋଇ ପଡ଼ି ରହିବ। ସେ ଭୂମି ଉପରେ ବସି କେବଳ ବିଳାପ କରିବ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan