Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 27 - ପବିତ୍ର ବାଇବଲ

1 ସେଦିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ‌‌ଖ‌ଡ଼୍‌ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବିୟାଥନକୁ ଶାସ୍ତି ଦେବେ ଓ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ସଂହାର କରିବେ।

2 ସେଦିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ୟରେ ଗାନ କରିବେ।

3 “ମୁଁ, ସଦାପ୍ରଭୁ ସେହି ଉଦ୍ୟାନକୁ ରକ୍ଷା କରିବି। ଯଥା ସମୟରେ ସେଥିରେ ଜଳ ସେଚନ କରିବି। ଦିବାରାତ୍ରି ତାକୁ ଜଗି ରହିବି ଯେପରି କେହି ତା'ର କିଛି କ୍ଷତି କରିବେ ନାହିଁ।

4 ମୋ'ଠାରେ କ୍ରୋଧ ନାହିଁ। ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।

5 ମାତ୍ର ଯଦି କେହି ନିରାପତ୍ତା ପାଇଁ ମୋ’ ସହିତ ଶାନ୍ତି ସ୍ଥାପନ କରେ, ତେବେ ସେ ଶାନ୍ତି ସ୍ଥାପନ କରୁ।

6 ଲୋକମାନେ ମୋ’ ନିକଟକୁ ଆସିବେ। ସେମାନେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା'ର ଚେର ବାନ୍ଧିବ। ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ। ଏ ପୃଥିବୀ ଫଳ ଫୁଲରେ ପରିପୂର୍ଣ୍ଣ ହେବ।”


ପରମେଶ୍ୱର ଇସ୍ରାଏଲକୁ ଦୂରକୁ ପଠାଇବେ

7 ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦେବେ। ଯେପରି ଲୋକମାନଙ୍କୁ ଅତୀତରେ ଶତ୍ରୁଗଣ ପ୍ରହାର କରିଛନ୍ତି ସଦାପ୍ରଭୁ ସେହିପରି ପ୍ରହାର କରିବେ। ସେମାନେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସେହିପରି ସଦାପ୍ରଭୁ ନିହତ କରିବେ।

8 ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।

9 ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ।

10 ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।

11 ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ। କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।

12 ସେଦିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ଏକତ୍ରିତ କରିବେ। ପୁଣି ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଗୋଟି ଗୋଟି ହୋଇ ସଂଗୃହୀତ ହେବ।

13 ସେଦିନ ଗୋଟିଏ ବଡ଼ ମେଷର ତୂରୀବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan