ଯିଶାଇୟ 23 - ପବିତ୍ର ବାଇବଲସୋର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା 1 ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା: “ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।” କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା। 2 ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା “ସୀଦୋନର” ବଣିକ। ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ। 3 ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ। ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ ଓ ଅନ୍ୟ ଦେଶରେ ବିକ୍ରୟ କଲେ। 4 ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି: “ମୋର ପିଲା ନାହାନ୍ତି। ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।” 5 ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ ଓ ବ୍ୟଥିତ ହେବ। 6 ହେ ଜାହାଜଗଣ, ତୁମ୍ଭେମାନେ ତର୍ଶୀଶକୁ ଫେରିଯାଅ। ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ହାହାକାର କର। 7 ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା। ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା। ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି। 8 ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି। ସେଠିକାର ବଣିକଗଣ ରାଜ ତୁଲ୍ୟ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି? 9 ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି। 10 ହେ ତର୍ଶୀଶର କନ୍ୟାଗଣ, ତୁମ୍ଭେ ଫେରି ଯାଅ ଏବଂ ନିଜର ଜମିରେ ଗ୍ଭଷ କର, କାରଣ ତୁମ୍ଭର ଆଶ୍ରୟସ୍ଥଳ ଧ୍ୱଂସ ପାଇଯାଇଛି। 11 ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି। 12 ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ, ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।” 13 ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।” ମାତ୍ର କଲ୍ଦୀୟମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀୟମାନେ ତାକୁ ଆକ୍ରମଣ କରି ତା'ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା'ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି। ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି। 14 ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି। 15 ସୋର ବିଷୟରେ ଲୋକେ ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପରେ ସୋର ପ୍ରତି ବେଶ୍ୟାର ଗୀତ ଅନୁଯାୟୀ ଘଟିବ। 16 “ହେ ବିସ୍ତୃତ ବେଶ୍ୟେ! ବୀଣା ନେଇ ନଗର ଭ୍ରମଣ କର। ମଧୁର ତାଳରେ ବଜାଅ ଓ ଅନେକ ଗୀତ ଗାଅ। ତାହାହେଲେ ତୁମ୍ଭେମାନେ ସ୍ମୃତି ପଥରେ ଆସିବ।” 17 ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା'ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ। 18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International