Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 2 - ପବିତ୍ର ବାଇବଲ


ଯିହୂଦା ଓ ଯିରୁଶାଲମ ପ୍ରତି ପରମେଶ୍ୱରଙ୍କର ବାର୍ତ୍ତା

1 ଆମୋସଙ୍କ ପୁତ୍ର ଯିଶାଇୟ ଯିହୁଦା ଓ ଯିରୁଶାଲମ ବିଷୟରେ ଯେଉଁ ଦର୍ଶନ ପାଇଥିଲେ ତାହାର ବୃତ୍ତାନ୍ତ।

2 ଶେଷ ଦିନରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ। ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।

3 ବହୁ ଲୋକ ସେଠାକୁ ଯିବେ। ସେମାନେ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯିବା। ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଆମ୍ଭେମାନେ ଯିବା। ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ପଥ ବିଷୟରେ ଶିକ୍ଷା ଦେବେ। ଆମ୍ଭେମାନେ ତାହା ଅନୁସରଣ କରିବା।” ପରମେଶ୍ୱରଙ୍କର ଶିକ୍ଷାସମୂହ-ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମରେ ସିୟୋନ ପର୍ବତରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହେବ।

4 ତା'ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ। ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ। ସେମାନେ ‌‌ଖ‌ଡ଼୍‌ଗରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛାରେ ଦାଆ ତିଆରି କରିବେ। ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ। ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।

5 ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।

6 ମୁଁ ଏହା କହୁଛି, କାରଣ ତୁମ୍ଭେମାନେ ଯାକୁବ ବଂଶକୁ ପରିତ୍ୟାଗ କରିଛ। ତୁମ୍ଭେମାନେ ସେହି ଲୋକ ଯେଉଁମାନେ କି ପୂର୍ବଦେଶୀୟମାନଙ୍କ ଆଗ୍ଭରରେ ପରିପୂର୍ଣ୍ଣ। ତୁମ୍ଭେମାନେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ୟ‌ଦ୍‌ବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀୟମାନଙ୍କର ସେହି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନେଇଛନ୍ତି।

7 ତୁମ୍ଭମାନଙ୍କର ଦେଶ ସୁନା ଓ ରୂପାରେ ପରିପୂର୍ଣ୍ଣ। ସେଠାରେ ଧନରତ୍ନର ସୀମା ନାହିଁ। ତୁମ୍ଭମାନଙ୍କର ଦେଶ ମଧ୍ୟ ଅଶ୍ୱରେ ପରିପୂର୍ଣ୍ଣ ଓ ସେଠାରେ ରଥର ସୀମା ନାହିଁ।

8 ଆଉମଧ୍ୟ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ୱାରା ପୂଜିତ ପ୍ରତିମାରେ ପରିପୂର୍ଣ୍ଣ। ସେହି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ୱହସ୍ତ ନିର୍ମିତ ଓ ସେମାନେ ସେଗୁଡ଼ିକୁ ପୂଜା କରୁଛନ୍ତି।

9 ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସେମାନେ ଅଧୋଗାମୀ ହୋଇଛନ୍ତି। ତେଣୁ ଏହା ନିଶ୍ଚିତ ଯେ, ପରମେଶ୍ୱର କେବେ ସେମାନଙ୍କୁ କ୍ଷମା କରିବେ ନାହିଁ।

10 ଯାଅ, ମାଟିତଳେ ଓ ପର୍ବତର ପୃଷ୍ଠଭାଗରେ ନିଜକୁ ଲୁଗ୍ଭଅ! କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କର ସର୍ବଶକ୍ତିମାନ ଓ ଶକ୍ତି ନିକଟରେ ଭୟଭୀତ।

11 ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସେହି ଅହଙ୍କାରୀଗଣ ଲଜ୍ଜାରେ ଅବନତ ହେବେ। ମାତ୍ର ସେତେବେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

12 ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସେହି ଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦେବେ। ସେତେବେଳେ ସେହି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।

13 ସେହି ଅହଙ୍କାର ଲୋକମାନେ ଲିବାନୋନ ଓ ବାଶନର ଦେବଦାରୁ ଓ ଅଲୋନଗଛ ପରି ଉଚ୍ଚ ଓ ମହାନ ହେବେ। ମାତ୍ର ସଦାପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ।

14 ସେହି ଅହଙ୍କାରୀ ମାନବ ପର୍ବତ ଓ ପାହାଡ଼ ସଦୃଶ ଉନ୍ନତ ଓ ଉଚ୍ଚ ହେବେ।

15 ଆଉମଧ୍ୟ ସେହି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଶାସ୍ତି ଦେବେ।

16 ପୁଣି ସେହି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।

17 ସେତେବେଳେ ଲୋକମାନେ ଗର୍ବିତ ହେବାରୁ ନିବୃତ୍ତ ହେବେ। ସେହି ଗର୍ବିତ ମାନବ ନମ୍ର ହେବେ ଏବଂ କେବଳ ସେହି ଦିନରେ ସଦାପ୍ରଭୁ ଉଚ୍ଚରେ ରହିବେ।

18 ପୁଣି ସମସ୍ତ ପ୍ରତିମା ଲୁପ୍ତ ହେବେ।

19 ସେତେବେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନଶକ୍ତି ଦେଖି ଭୟଭୀତ ହେବେ। ସଦାପ୍ରଭୁ ପୃଥିବୀକୁ ଏପରି କମ୍ପିତ କରିବେ ଯେ, ଲୋକମାନେ ଭୟଭୀତ ହୋଇ ପର୍ବତ ଗୁମ୍ଫାରେ ଓ ପୃଥିବୀର ଗର୍ତ୍ତରେ ଲୁଚିବେ।

20 ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ।

21 ସଦାପ୍ରଭୁ ପୃଥିବୀରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ୱର୍ଯ୍ୟ ପୂର୍ବକ ମହିମାକୁ ଭୟଭୀତ ହୋଇ ଗୁମ୍ଫାରେ ସେମାନଙ୍କୁ ଲୁଗ୍ଭଇ ରଖିବେ।

22 ତୁମ୍ଭେମାନେ ପ୍ରାଣବାୟୁଧାରୀ ମନୁଷ୍ୟ ଉପରେ ବିଶ୍ୱାସ ରଖିବ ନାହିଁ। ମନୁଷ୍ୟମାତ୍ରେ ମୃତ୍ୟୁ ସୁନିଶ୍ଚିତ। ଏମାନେ ଯେ ଈଶ୍ୱରଙ୍କ ପରି ବଳବାନ୍ ଏହା ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହେଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan