Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 18 - ପବିତ୍ର ବାଇବଲ


କୂଶଦେଶ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

1 ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସେହି ଦେଶ ପୋକମାନଙ୍କର ପକ୍ଷର ଶବ୍ଦରେ ପରିପୂର୍ଣ୍ଣ।

2 ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ, କ୍ଷିପ୍ର ଗତିରେ ଗ୍ଭଲୁଥିବା ଦୂତମାନଙ୍କୁ, ଶକ୍ତିଶାଳୀ ଓ ଦୀର୍ଘକାୟ ପାଖକୁ ଯାଅ, ସବୁଆଡ଼େ ଲୋକମାନେ ଶକ୍ତିଶାଳୀ ଓ ଦୀର୍ଘକାୟ ଲୋକଙ୍କୁ ଭୟ କରନ୍ତି। ସେମାନେ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରନ୍ତି। ସେମାନଙ୍କର ଦେଶ ନଦୀମାନଙ୍କ ଦ୍ୱାରା ବିଭକ୍ତି ହୋଇ ଆସିଅଛନ୍ତି।

3 ଲକ୍ଷ୍ୟ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ। ଜଗତର ସମସ୍ତ ନିବାସୀ ଦେଖିବେ ସେହି ଗୋଷ୍ଠୀ ବିନଷ୍ଟ ହେଉଛି। ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପରେ ଧ୍ୱଜା ଉଡ଼ି ସଙ୍କେତ ଦିଏ। ସେହି ଦୀର୍ଘକାୟ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ। ଯୁଦ୍ଧରେ ତୂରୀ ବାଜି ଘୋଷଣା କଲାପରି ସେମାନେ ସ୍ପଷ୍ଟ ଭାବରେ ଏହା ଶୁଣିବେ।

4 ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି।

5 ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା'ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା'ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ।

6 ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।”

7 ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan