Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 17 - ପବିତ୍ର ବାଇବଲ

1 ଦମ୍ମେଶକ ପ୍ରତି ଶୋକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, “ଦମ୍ମେଶକ ଆଉ ନଗର ହୋଇ ରହିବ ନାହିଁ। ସେ ଧ୍ୱଂସ ପାଇବ। କେବଳ ଧ୍ୱଂସ ବିଧ୍ୱସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।

2 ଅରୋୟର ନଗରକୁ ଲୋକମାନେ ପରିତ୍ୟାଗ କରିବେ। ସେହି ଶୂନ୍ୟ ସହରର ମେଷପଲ ସ୍ୱାଧୀନ ଭାବରେ ବିଚରଣ କରିବେ। ଭୟ ଦେଖାଇବାକୁ ସେଠାରେ କେହି ନ ଥିବେ।

3 ଇସ୍ରାଏଲର ଦୁର୍ଗନଗର, ଦମ୍ମେଶକର ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇସ୍ରାଏଲର ଖ୍ୟାତି ଲୋକଙ୍କ ପରି ସେମାନେ ମଧ୍ୟ କାଢ଼ି ନିଆଯିବେ।”

4 ସେହି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦେଖାଯିବ।

5 “ରଫାୟିମ ଉପତ୍ୟକାରେ ଶସ୍ୟଅମଳ ବେଳେ ଯେପରି ଘଟିବ ସେହିପରି ଘଟିବ। ଶସ୍ୟକ୍ଷେତ୍ରରେ ଶସ୍ୟ ସଂଗ୍ରହ କଲାବେଳେ ଶସ୍ୟର ସୀସା ଶସ୍ୟରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲାବେଳେ ସେହିପରି ଘଟିବ।

6 “ସେହି ସମୟ ଲୋକମାନେ ଜୀତବୃକ୍ଷର ଫଳ ସଂଗ୍ରହ କଲାପରି ହେବ। ସେମାନେ ଜୀତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିଯିବ। ଫଳବାନ୍ ଗଛରେ ମଧ୍ୟ ଗ୍ଭରି ପାଞ୍ଚଟା ଫଳ ତୋଳିଲା ବେଳେ ରହିଯିବ। ସେହିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ।” ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

7 ସେଦିନ ଲୋକମାନେ ସେମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସେମାନଙ୍କର ଦୃଷ୍ଟି ପବିତ୍ର ଧର୍ମସ୍ୱରୂପଙ୍କ ପ୍ରତି ପଡ଼ିବ।

8 ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।

9 ସେଦିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ୟ ହୋଇଯିବ। ସେଗୁଡ଼ିକ ଇସ୍ରାଏଲ ଆସିବା ଭୟରେ ପର୍ବତ ଓ ଅରଣ୍ୟ ତୁଲ୍ୟ ହୋଇଯିବେ। ଅତୀତରେ ଇସ୍ରାଏଲ ଭୟରେ ସେମାନେ ପଳାୟନ କରିଥିଲେ। ପୁଣି ସେମାନେ ଭବିଷ୍ୟତରେ ଇସ୍ରାଏଲ ଆସିବା ଭୟରେ ଧ୍ୱଂସ ପାଇଯିବେ।

10 ଏହା ଘଟିବ କାରଣ ତୁମ୍ଭେମାନେ ଆପଣା ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ଭୁଲି ଯାଇଛ। ପରମେଶ୍ୱର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହଁ। ତୁମ୍ଭେମାନେ ବିଦେଶରୁ ସୁନ୍ଦର ସୁନ୍ଦର ଦ୍ରାକ୍ଷାଗ୍ଭରା ଆଣି ରୋପଣ କରୁଛ ମାତ୍ର ତାହା କେବେ ଫଳିବ ନାହିଁ।

11 ତୁମ୍ଭ ଦ୍ରାକ୍ଷାଗ୍ଭରା ଦିନେ ରୋପଣ କରୁଛ ଓ ତା'ର ଗ୍ଭରିପଟେ ବାଡ଼ ଦେଇ ଯତ୍ନ ନେଉଛ। ପରଦିନ ପ୍ରାତଃକାଳରେ ସେଗୁଡ଼ିକ ପୁଷ୍ପିତ ହେବାର ଦେଖୁଛ। ମାତ୍ର ଯେତେବେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସେଗୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦେଇଛି।

12 ଅନେକ ଗୋଷ୍ଠୀର କୋଳାହଳ ଶୁଣ। ସେମାନେ ସମୁଦ୍ରର ଗର୍ଜନ ତୁଲ୍ୟ ଘୋର ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସେମାନେ ଯେପରି ପ୍ରବଳ ବନ୍ୟା ଜଳ ସଦୃଶ ମାଡ଼ି ଆସୁଛନ୍ତି।

13 ନାନା ଦେଶୀୟ ଲୋକମାନେ ସେହି ତରଙ୍ଗ ସଦୃଶ ହେବେ। ପରମେଶ୍ୱର ସେମାନଙ୍କୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସେମାନେ ପଳାୟନ କରିବେ। ବାୟୁରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ୟାରେ ଧୂଳି ଉଡ଼ିଲା ପରି ସେମାନେ ତାଡ଼ିତ ହେବେ।

14 ସନ୍ଧ୍ୟାରେ ସେମାନେ ଭୟଭୀତ ହେବେ ଓ ପ୍ରଭାତ ପୂର୍ବରୁ ଲୋପ ପାଇଯାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣକାରୀ ସେଠାରେ କିଛି ଦେଖିବାକୁ ପାଇବେ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan