Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 16 - ପବିତ୍ର ବାଇବଲ

1 ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ।

2 ମୋୟାବର କନ୍ୟାଗଣ ଅର୍ଣ୍ଣୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାଯ୍ୟ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପରେ, ପକ୍ଷୀ ଛୁଆମାନେ ଏଣେତେଣେ ଧାଇଁଲା ପରି ସେମାନେ ଧାଇଁବେ।

3 ସେମାନେ କୁହନ୍ତି, “ଆମ୍ଭମାନଙ୍କୁ ସାହାଯ୍ୟ କର, ଆମ୍ଭେମାନେ କ’ଣ କରିବୁ ମନ୍ତ୍ରଣା ଦିଅ। ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାୟା ମଧ୍ୟାହ୍ନ ସୂର୍ଯ୍ୟ ତାପରୁ ରକ୍ଷା କରେ। ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଗ୍ଭଇ ରଖ। କାରଣ ଆମ୍ଭେମାନେ ତାଙ୍କଠାରୁ ପଳାଇ ଆସିଛୁ। ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।

4 ମୋୟାବର ଲୋକମାନଙ୍କୁ ତାଙ୍କର ଘରୁ ଜୋର୍ କରି ତଡ଼ି ଦିଆ ଯାଇଛି। ତେଣୁ ସେମାନଙ୍କୁ ତୁମ୍ଭ ଦେଶରେ ବାସ କରିବାକୁ ଦିଅ। ସେମାନଙ୍କ ଶତ୍ରୁଠାରୁ ସେମାନଙ୍କୁ ଲୁଗ୍ଭଇ ରଖ।” କାରଣ ଲୁଣ୍ଠନ ବନ୍ଦ ହେବ। ଶତ୍ରୁ ପରାଜିତ ହେବେ। ଆଘାତ କାରୀମାନେ ଦେଶରୁ ବିଦାୟ ନେବେ।

5 ତା'ପରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହେବେ। ସେ ବିଶ୍ୱସ୍ତ, ଦୟାଳୁ ଓ ସ୍ନେହୀ ହେବେ। ସେ ନ୍ୟାୟ ବିଗ୍ଭର କରିବେ ଓ ଧର୍ମରେ ସମସ୍ତ କାର୍ଯ୍ୟ ସାଧନ କରିବେ।

6 ଏହା ଶୁଣା ଯାଉଛି ଯେ, ମୋୟାବ ଅତ୍ୟନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କ୍ରୋଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।

7 ଏହି ଅହଙ୍କାର ଯୋଗୁଁ ସମସ୍ତ ମୋୟାବ କଷ୍ଟ ଭୋଗିବ। ମୋୟାବର ସମସ୍ତ ଲୋକ କ୍ରନ୍ଦନ କରିବେ। ସେମାନେ ଦୁଃଖିତ ହେବେ। ଅତୀତରେ ତାଙ୍କର ଯାହା ଥିଲା ସେଗୁଡ଼ିକୁ ସେ ଇଚ୍ଛା କରିବେ। ସେମାନେ ହେରସତରର ଶୁଷ୍କ କି‌‌ସ୍‌‌ମି‌‌ସ୍‌‌ର ପିଠା ପାଇଁ ଇଚ୍ଛା କରିବେ।

8 ଲୋକମାନେ ଦୁଃଖିତ ହେବେ କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ର କ୍ଷେତସବୁ ଓ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀୟ ପାଇଁ ତିଆରି କରାଯାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ୟବହାର କରାଯାଏ, ଯାହାର ମୂଳ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି।

9 “ମୁଁ ଯାସେର ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସେମାନଙ୍କର ଦ୍ରାକ୍ଷାଲତା ସବୁ ଧ୍ୱଂସ ପାଇଛି। ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲି ସହିତ ଲୋତକ ଜଳରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ୟଅମଳ ହେବ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ୱନି ରହିବ ନାହିଁ।

10 ଉର୍ବରାକ୍ଷେତରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହେବ ଏବଂ ଦ୍ରାକ୍ଷାକ୍ଷେତ୍ର‌ରେ ଗାନ ଓ ଆନନ୍ଦ ଧ୍ୱନି ଶୁଣାଯିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡରେ ପଦରେ ଗ୍ଭପି କେହି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତି କରିଅଛୁ।

11 ତେଣୁ ମୁଁ ଦୁଇଟି ନଗର ମୋୟାବ ଓ କୀରହେରସ ପାଇଁ ବିଶେଷ ଭାବରେ ଦୁଃଖିତ।

12 ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ। ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସେମାନେ ଏତେ ଦୁର୍ବଳ ଯେ ସେଥିରେ ସେମାନେ କୃତାର୍ଥ ହେବେ ନାହିଁ।

13 ସଦାପ୍ରଭୁ ଅନେକ ଥର ମୋୟାବ ବିଷୟରେ ଏହିସବୁ କହିଥିଲେ।

14 ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ତିନି ବର୍ଷ ମଧ୍ୟରେ ସେହିସବୁ ଲୋକମାନେ ଓ ସେମାନଙ୍କର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହେବ ଯେ ଗଣନା ଯୋଗ୍ୟ ହେବ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan