Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 14 - ପବିତ୍ର ବାଇବଲ


ଇସ୍ରାଏଲ ଗୃହକୁ ଫେରିବ

1 ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା'ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ।

2 ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ।

3 ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠୋର କାର୍ଯ୍ୟକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦେବେ। କାରଣ ଅତୀତରେ ତୁମ୍ଭେମାନେ ଦାସ ଥିଲ ଓ କଠିନ କାର୍ଯ୍ୟ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସେହି କ୍ଳେଶ ଦୂର କରିବେ।


ବାବିଲ ରାଜାଙ୍କ ବିଷୟରେ ଏକ ସଙ୍ଗୀତ

4 ସେହି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷୟରେ ଏହି ଉପହାସ ଗୀତ ଗାନ କରିବ। ସେହି ଅତ୍ୟାଗ୍ଭରୀ ନିଷ୍ଠୁର ରାଜା କିପରି ଶାସନ କରୁଥିଲେ ମାତ୍ର ବର୍ତ୍ତମାନ ତାହା ଶେଷ ହୋଇଛି।

5 ସଦାପ୍ରଭୁ ସେହି ଦୁଷ୍ଟାଗ୍ଭରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦେଇଛନ୍ତି। ସେମାନଙ୍କର କ୍ଷମତା କାଢ଼ି ନେଇଛନ୍ତି।

6 ବାବିଲର ରାଜା କ୍ରୋଧରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କେବେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଗ୍ଭରୀ ଶାସକ ଦୂରେଇ ଯାଉ ନ ଥିଲେ।

7 ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ। ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ।

8 ଏପରିକି ଲିବାନୋ‌ନ୍‌ର ଦେବଦାରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସେହି ଗଛଗୁଡ଼ିକ ମଧ୍ୟ କହିବେ, “ରାଜା ଆମ୍ଭକୁ ଛେଦନ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।”

9 ମୃତ୍ୟୁର ରାଷ୍ଟ୍ର ପାତାଳ ଉତ୍ତୋଳିତ ହୋଇପଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସେହି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସେମାନେ ସେହି ରାଜାମାନଙ୍କୁ ନୀଗ୍ଭବସ୍ଥା କରିବେ। ସେମାନେ ତୁମ୍ଭକୁ ସ୍ୱାଗତ କରିବା ପାଇଁ ସତର୍କ ରହିବେ।

10 ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, “ବର୍ତ୍ତମାନ ତୁମ୍ଭେମାନେ ଆମ୍ଭ ପାଇଁ ମୃତ ପ୍ରାୟ। ତୁମ୍ଭେମାନେ ଆମ୍ଭମାନଙ୍କ ପାଇଁ ସମାନ।”

11 ତୁମ୍ଭର ବଡ଼ିମା ରସାତଳଗାମୀ ହୋଇଛି। ତୁମ୍ଭ ବୀଣାର ସ୍ୱର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘୋଷଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷ୍ୟଣ କରିବ। ତୁମ୍ଭେ ସେମାନଙ୍କ ଉପରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।

12 ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛେଦନ କରାଯାଇଛି।

13 ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, “ଆମ୍ଭେ ପରମେଶ୍ୱରଙ୍କ ପରି ସ୍ୱର୍ଗାରୋହଣ କରିବା। ଆମ୍ଭେ ସ୍ୱର୍ଗର ଊର୍ଦ୍ଧ୍ୱକୁ ଯିବା, ଆମ୍ଭେ ପରମେଶ୍ୱରଙ୍କ ତାରକାର ଊର୍ଦ୍ଧ୍ୱରେ ସିଂହାସନ ସ୍ଥାପନ କରିବା। ଆମ୍ଭେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପରେ ଉପବିଷ୍ଟ ହେବା ଓ ସେହି ପର୍ବତରେ ପରମେଶ୍ୱରଙ୍କୁ ସାକ୍ଷାତ କରିବା।

14 ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଉପରକୁ ଉଠିବା ଏବଂ ପରମେଶ୍ୱରଙ୍କ ତୁଲ୍ୟ ସର୍ବୋପରିସ୍ଥ ହେବା।”

15 କିନ୍ତୁ ତାହା ଘଟିଲା ନାହିଁ। ତୁମ୍ଭେ ଈଶ୍ୱରଙ୍କ ସହିତ ସ୍ୱର୍ଗକୁ ଯାଇ ନ ଥିଲ। ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଥିଲ।

16 ଲୋକମାନେ ତୁମ୍ଭକୁ ଗ୍ଭହିଁବେ ଓ ତୁମ୍ଭ ବିଷୟରେ ଚିନ୍ତା କରିବେ। ସେମାନେ ଦେଖିବେ ତୁମ୍ଭେମାନେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, “ଏହା କ’ଣ? ସେମାନେ ସେହି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ୟର ଦୁଃଖର କାରଣ ହୋଇଥିଲେ।

17 ଏ କ’ଣ ସେହି ଲୋକ ଯେ କି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ ଓ ସେଗୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ, ପୁଣି ଯୁଦ୍ଧରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ?”

18 ପୃଥିବୀର ସମସ୍ତ ରାଜନ୍ୟବର୍ଗ ମୃତ୍ୟୁପରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧିରେ ବିଶ୍ରାମ ନେଲେ।

19 ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ। ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ ନିଜ କବର ବାହାରେ ପଡ଼ି ରହିଛ।

20 ଅନେକ ରାଜା ମୃତ୍ୟୁବରଣ କରିଛନ୍ତି ଓ ନିଜ ନିଜ କବରରେ ସମାଧିସ୍ଥ ହୋଇଛନ୍ତି। ତୁମ୍ଭେ ସେମାନଙ୍କ ପରି କବରସ୍ଥ ହେବ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ୱଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ୟା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ୱଂସ ପଥ ଅନୁସରଣ କରିବେ ନାହିଁ। ସେମାନେ ସେହି କୁକାର୍ଯ୍ୟରୁ ନିବୃତ୍ତ ହେବେ।

21 ସେମାନଙ୍କ ଦୋଷ ଯୋଗୁଁ ସେମାନଙ୍କର ପିଲାମାନଙ୍କୁ ହତ୍ୟା କର। ଯେପରିକି ସେମାନଙ୍କର ବଂଶଧର ପୁନର୍ବାର ଦେଶର ଶାସକ ହେବେ ନାହିଁ ଓ ଜଗତକୁ ସେମାନଙ୍କ ନଗରରେ ପରିପୂର୍ଣ୍ଣ କରିବେ ନାହିଁ।

22 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, “ମୁଁ ସେମାନଙ୍କ ବିପକ୍ଷରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ୱଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛିନ୍ନ କରିବି। ଆଉ ମଧ୍ୟ ସେମାନଙ୍କର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ୱଂସ କରିବି।” ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।

23 ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”


ପରମେଶ୍ୱର ଅଶୂରକୁ ମଧ୍ୟ ଦଣ୍ଡ ଦେବେ

24 ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, “ମୁଁ ଶପଥ କରୁଛି, ମୁଁ ଯାହା ଗ୍ଭହିଁଥିଲି ତାହା ହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସେହିପରି ମଧ୍ୟ ଘଟିବ।

25 ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ।

26 ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”

27 ଯେତେବେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କେହି ନିବୃତ୍ତ କରି ପାରିବେ ନାହିଁ। ଆଉ ମଧ୍ୟ ଯେତେବେଳେ ସେ ଲୋକମାନଙ୍କୁ ଦଣ୍ଡ ଦେବାକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥିରେ ତାଙ୍କୁ କେହି ଅଟକାଇବେ ନାହିଁ।


ପଲେଷ୍ଟୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

28 ଆହସ୍ ରାଜାଙ୍କ ମୃତ୍ୟୁ ବର୍ଷରେ ଏହି ଦୁଃଖ ବାର୍ତ୍ତା ଦିଆ ଯାଇଥିଲା।

29 ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ।

30 ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି।

31 ନଗରର ଦ୍ୱାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ। ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ। ଉତ୍ତର ଦିଗକୁ ଗ୍ଭହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ୟ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ।

32 ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ। ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan