ଯିଶାଇୟ 11 - ପବିତ୍ର ବାଇବଲଶାନ୍ତିରାଜା ଅସୁଛନ୍ତି 1 ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ, 2 ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ। 3 ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ। ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ। 4-5 ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା'ର ଅଣ୍ଟାର ବଳୟ ସଦୃଶ ହେବ। 6 ସେ ସମୟରେ ଗଧିଆଗୁଡ଼ିକ ମେଷ ଶାବକମାନଙ୍କ ସହିତ ଶାନ୍ତିରେ ବାସ କରିବେ। ଛେଳିଛୁଆ ସହିତ ବାଘ ଏକତ୍ର ଶାନ୍ତିରେ ଶୋଇବେ। ବାଛୁରି, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତିରେ ବାସ କରିବେ। ଏପରିକି ଗୋଟିଏ ଛୋଟ ପିଲା ସେମାନଙ୍କୁ ଅଡ଼ାଇବ। 7 ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତିରେ ବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶୋଇବେ। ସିଂହମାନେ ଗାଈପରି ନଡ଼ା ଖାଇବେ। ଏପରିକି ସର୍ପ ମଧ୍ୟ କାହାରିକୁ ଆଘାତ କରିବ ନାହିଁ। 8 ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ। 9 କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। 10 ସେହି ସମୟରେ ଏକ ବିଶେଷ ବ୍ୟକ୍ତି ଯିଶୟର ପରିବାରରୁ ଧ୍ୱଜା ସ୍ୱରୂପ ଆସିବେ। ସେହି ଧ୍ୱଜା ତାଙ୍କ ଚତୁର୍ଦ୍ଦିଗରେ ଏକତ୍ରିତ ହେବାକୁ ଦେଖାଇବେ। ଆଉ ମଧ୍ୟ ଗୋଷ୍ଠୀୟମାନଙ୍କୁ ଉଚିତ୍ କର୍ମ କରିବାକୁ ନିର୍ଦ୍ଦେଶ ଦେବ। ସେହି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହେବ ଓ ଗୌରବାନ୍ୱିତ ହେବ। 11 ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ। 12 ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ। 13 ସେ ସମୟରେ ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କେହି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରୟିମକୁ କଷ୍ଟ ଦେବ ନାହିଁ। 14 ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ। 15 ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ। 16 ପରମେଶ୍ୱରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ୱରଙ୍କ ପରି ହେବ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International