ଆଦି ପୁସ୍ତକ 26 - ପବିତ୍ର ବାଇବଲଇସ୍ହାକ ଅବିମେଲକକୁ ମିଛ କହିଲେ 1 ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। 2 ସେତେବେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, “ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର। 3 ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା। 4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। 5 ଆମ୍ଭେ ଏହା କରିବା, କାରଣ ତୁମ୍ଭର ପିତା ଅବ୍ରହାମ ଆମ୍ଭର କଥା ମାନିଥିଲେ ଓ ଆମ୍ଭେ ଯାହା କହିଥିଲୁ ତାହା କରିଥିଲେ। ଅବ୍ରହାମ ଆମ୍ଭର ଆଦେଶ, ନିୟମ ଓ ବିଧିସବୁ ମାନିଲେ।” 6 ତହିଁରେ ଇସ୍ହାକ ଗରାରଠାରେ ବାସ କଲେ। 7 ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷୟରେ ପଗ୍ଭରନ୍ତେ ସେ କହିଲେ, “ସେ ମୋର ଭଉଣୀ” ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସେଠାକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ। 8 ଇସ୍ହାକ ସେଠାରେ ବହୁ ଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ଦେଇ ଇସ୍ହାକ ଓ ତାଙ୍କର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ। 9 ଅବିମେଲକ ଇସ୍ହାକଙ୍କୁ ଡାକି କହିଲେ, “ସେହି ସ୍ତ୍ରୀଲୋକ ଜଣକ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?” ଇସ୍ହାକ ତାଙ୍କୁ କହିଲେ, “ମୁଁ ଭୟ କରିଗଲି। ମୁଁ ଭାବିଲି, ତୁମ୍ଭେ ମୋତେ ହତ୍ୟାକରି ମୋର ସ୍ତ୍ରୀକୁ ନେଇଯିବ।” 10 ଅବିମେଲକ କହିଲେ, “ତୁମ୍ଭେ ଆମ୍ଭକୁ ଖରାପ ବ୍ୟବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଙ୍ଗରେ ଅନାୟାସରେ ଶୟନ କରି ଥା’ନ୍ତା। ତାହାହେଲେ ସେ ପାପର ଭାଗୀଦାର ହୋଇଥା’ନ୍ତା।” 11 ତେଣୁ ଅବିମେଲକ ସମସ୍ତ ଲୋକଙ୍କୁ ଚେତାବନି ଦେଇ କହିଲେ, “କୌଣସି ଲୋକ ସେହି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।” ଇସ୍ହାକ ଧନୀ ହେଲେ 12 ଏହା ପରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଯାହା ଲଗାଇ ଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। 13 ଇସ୍ହାକ ବୃଦ୍ଧି ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ଯେପର୍ଯ୍ୟନ୍ତ ସେ ଅଧିକ ଧନଶାଳୀ ହେଲେ। 14 ତାଙ୍କର ପଲ ପଲ ମେଷ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। 15 ଏଣୁ ଇସ୍ହାକଙ୍କର ପିତା ଅବ୍ରହାମଙ୍କର ଦାସମାନେ ସେସମୟରେ ଯେଉଁସବୁ କୂପ ଖୋଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ୱାରା ସେସବୁ ପୋତି ପକାଇଲେ। 16 ଏହା ପରେ ଅବିମେଲକ ଇସ୍ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହୋଇଅଛ।” 17 ତେଣୁ ସେହି ସ୍ଥାନ ପରିତ୍ୟାଗ କରି ଗରାରର ଛୋଟ ନଦୀ ନିକଟରେ ଛାଉଣି ପକାଇଲେ। ଇସ୍ହାକ ସେହିଠାରେ ରହି ବାସ କଲେ। 18 ଇସ୍ହାକ ପୂନର୍ବାର ସେହି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ୱାରା ପୋତା ଯାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ଯାଇଥିଲା। ସେ ସେହି ନାମ ବ୍ୟବହାର କଲେ, ଯାହା ତାଙ୍କ ପିତା ବ୍ୟବହାର କରିଥିଲେ। 19 ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପାଇଲେ। 20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର” ଏଣୁ ସେମାନେ ସେହି କୂପର ନାମ ଏଷକ ରଖିଲେ। ଯେହେତୁ ତାଙ୍କ ସହିତ ସେମାନେ ବିବାଦ କଲେ। 21 ଏହା ପରେ ଇସ୍ହାକଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସେଠାକାର ଲୋକମାନେ ତା’ ପାଇଁ ମଧ୍ୟ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ। 22 ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। “ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଛନ୍ତି। ଆମ୍ଭେ ଏହି ଦେଶରେ ବୃଦ୍ଧି ପାଇବା।” 23 ସେହି ସ୍ଥାନରୁ ଇସ୍ହାକ ବେର୍ଶେବାକୁ ଗଲେ। 24 ସେହି ରାତ୍ରିରେ ସଦାପ୍ରଭୁ ଇସ୍ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” 25 ତେଣୁ ଇସ୍ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ। 26 ଅବିମେଲକ ଇସ୍ହାକଙ୍କୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମେଲକ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ୟଗଣର ଅଧ୍ୟକ୍ଷଙ୍କୁ ନେଇଥିଲେ। 27 ଇସ୍ହାକ ପଗ୍ଭରିଲେ, “ମୋତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମୋ’ ସହିତ ବନ୍ଧୁତା ରଖି ନ ଥିଲ। ଏପରିକି ତୁମ୍ଭେ ମୋତେ ତୁମ୍ଭ ଦେଶରୁ ଜୋର୍କରି ବିଦା କରିଥିଲ।” 28 ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର। 29 ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ, ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭେମାନଙ୍କୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତିରେ ଆମ୍ଭେ ବିଦା କରିଅଛୁ। ସେହିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର।” 30 ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ। 31 ପରଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହା ପରେ ସେମାନେ ଶାନ୍ତିରେ ଫେରିଲେ। 32 ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।” 33 ତେଣୁ ଇସ୍ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ବେର୍ଶେବା ନାମରେ ଖ୍ୟାତ ଅଟେ। ଏଷୌର ସ୍ତ୍ରୀମାନେ 34 ଏହା ପରେ ଏଷୌ ଗ୍ଭଳିଶ୍ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ। 35 ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International