Biblia Todo Logo
Bìoball air-loidhne

- Sanasan -

ଯିହିଜିକଲ 9 - ପବିତ୍ର ବାଇବଲ

1 ତା'ପରେ ପରମେଶ୍ୱର ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ କହିଲେ, ନଗରକୁ ଦଣ୍ଡ ଦେବାକୁ ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆଣ। ସେମାନେ ସମସ୍ତେ ସେମାନଙ୍କର ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।

2 ତା'ପରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସେମାନଙ୍କର ପ୍ରତ୍ୟେକଙ୍କର ହସ୍ତରେ ବିନାଶକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାର୍ଶ୍ୱରେ ଲେଖକର କାଳି ଦୁଆତ ଥିଲା। ଏବଂ ସେମାନେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ।

3 ଏବଂ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ୱାର ନିକଟକୁ ଯାଇଥିଲା। ତା'ପରେ ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

4 ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”

5-6 ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା'ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

7 ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, “ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ।

8 ଏବଂ ସେମାନେ ଯେତେବେଳେ ସଂହାର କରୁଥିଲେ, ଏକମାତ୍ର ମୋତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଯିରୁଶାଲମ ଉପରେ କୋପ କରି ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ?”

9 ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’

10 ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।”

11 ଏହା ପରେ ସେହି ଶୁକ୍ଳବସ୍ତ୍ର ପରିହିତ ବ୍ୟକ୍ତି କାଳିଦୁଆତ ନେଇ ଫେରି ଆସିଲା ଏବଂ କହିଲା, “ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ଯ୍ୟ କରିଅଛ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan