Biblia Todo Logo
Bìoball air-loidhne

- Sanasan -

ଯିହିଜିକଲ 35 - ପବିତ୍ର ବାଇବଲ


ଇଦୋମ ବିପକ୍ଷରେ ବାର୍ତ୍ତା

1 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା:

2 ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ଏହା କୁହ,

3 ‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି, “‘ହେ ସେୟୀର ପର୍ବତ, ମୁଁ ତୁମ୍ଭର ପ୍ରତିକୂଳ ଅଟେ ଓ ମୁଁ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବି। ମୁଁ ତୁମ୍ଭକୁ ଶୂନ୍ୟ ଓ ଧ୍ୱଂସ ସ୍ଥାନରେ ପରିଣତ କରିବି।

4 ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିବି ଓ ତୁମ୍ଭେ ଏକ ଶୂନ୍ୟ ଭୂମି ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।

5 “‘କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦିନ, ସମୟରେ ‌‌ଖ‌ଡ଼୍‌ଗରେ ହତ୍ୟା କର, ଯେତେବେଳେ ସେମାନଙ୍କର ଦୋଷ ସର୍ବୋଚ୍ଚ ହେଲା।’”

6 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ୟୁ ତୁମ୍ଭର ଅନୁଧାବନ କରିବ। ଯେହେତୁ ତୁମ୍ଭେ ମୃତ୍ୟୁକୁ ଘୃଣା କରି ନାହଁ, ତେଣୁ ମୃତ୍ୟୁ ତୁମ୍ଭ ପଛେ ପଛେ ଗୋଡ଼ାଇବ।

7 ଏହିରୂପେ ମୁଁ ସେୟୀର ପର୍ବତକୁ ଧ୍ୱଂସ ଓ ଶୂନ୍ୟସ୍ଥାନରେ ପରିଣତ କରିବି ଏବଂ ଯେଉଁମାନେ ସେଠାରେ ବାସ କରିବେ ଓ ଯିବା ଆସିବା କରିବେ ମୁଁ ସେମାନଙ୍କୁ ବିନାଶ କରିବି।

8 ମୁଁ ନିହତ ଲୋକମାନଙ୍କ ଶବରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହେବ।

9 ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”

10 କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,” ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି।

11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସେମାନଙ୍କ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କ୍ରୋଧ ଓ ଈର୍ଷା ସେମାନଙ୍କ ପ୍ରତି କରିଅଛ ମୁଁ ସେହି ଅନୁସାରେ ତୁମ୍ଭର ବିଗ୍ଭର କରିବି। ସେତେବେଳେ ସେମାନଙ୍କ ମଧ୍ୟରେ ମୁଁ ଅଛି ବୋଲି ସେମାନେ ଜାଣିବେ।

12 ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ସେସବୁ ଧ୍ୱଂସସ୍ଥାନ ହେବ ଓ ଆମ୍ଭେମାନେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ। “ମୁଁ ସଦାପ୍ରଭୁ ଶୁଣିଅଛି।

13 ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”

14 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହେବ।

15 ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan