Biblia Todo Logo
Bìoball air-loidhne

- Sanasan -

ଯିହିଜିକଲ 21 - ପବିତ୍ର ବାଇବଲ

1 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ,

2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଯିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧରେ ନିଜର ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିପକ୍ଷରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର।

3 ଏବଂ ଇସ୍ରାଏଲ ଦେଶକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି! ଦେଖ, ମୁଁ ତୁମ୍ଭ ବିରୁଦ୍ଧରେ ଅଟେ। ମୁଁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ୟରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି।

4 କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମୋର ‌‌ଖ‌ଡ଼୍‌ଗ ବ୍ୟବହାର ହେବ, ଏହା କୋଷମୁକ୍ତ ହୋଇ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଲୋକ ବିରୁଦ୍ଧରେ ଯିବ।

5 ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରିଅଛି, ତାହା ଆଉ ଫେରିବ ନାହିଁ।”’

6 ପରମେଶ୍ୱର ପୁଣି କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ୱାସ ଛାଡ଼। ପୁଣି ଆପଣା କଟି ଭାଙ୍ଗି ମନସ୍ତାପ ପୂର୍ବକ ସେମାନଙ୍କ ସମ୍ମୁଖରେ ଦୀର୍ଘନିଃଶ୍ୱାସ ଛାଡ଼ିବ।

7 ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


‌‌ଖ‌ଡ଼୍‌ଗ ପ୍ରସ୍ତୁତ

8 ଅନନ୍ତର ସଦାପ୍ରଭୁ, ମୋର ପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

9 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ଦେଖ, ‌‌ଖ‌ଡ଼୍‌ଗ ଶାଣିତ ଓ ତାହା ମଧ୍ୟ ମାର୍ଜିତ ହୋଇଅଛି।

10 ହତ୍ୟା ନିମନ୍ତେ ତାହା ଶାଣିତ ହୋଇଅଛି, ତାହା ମଧ୍ୟ ମାର୍ଜିତ ହୋଇ ବିଜୁଳି ପରି ଚ‌କ୍‌ଚକ୍ କରୁଛି, ମୋର ପୁତ୍ର, ତୁମ୍ଭେ ଏହି ଛଡ଼ ସକାଶେ ଖୁସୀ ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।

11 ପୁଣି ହାତରେ ଧରାଯିବା ପାଇଁ ‌‌ଖ‌ଡ଼୍‌ଗ ଶାଣିତ ହୋଇଅଛି। ଘାତକର ହାତରେ ଦେବା ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହୋଇଅଛି।

12 “‘ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମୋର ‌‌ଖ‌ଡ଼୍‌ଗ ଲୋକମାନଙ୍କ ବିରୁଦ୍ଧରେ ଓ ସମସ୍ତ ଇସ୍ରାଏଲର ଅଧିପତିଗଣଙ୍କ ବିରୁଦ୍ଧରେ ଉତ୍ତୋଳିତ ହୋଇଅଛି। ସେମାନେ ମୋ’ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତିରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର।

13 ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ୟାଖ୍ୟାନ କରିବା ପରେ ଆଉ କ’ଣ ବାକି ରହିଲା?”’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

14 “ପରମେଶ୍ୱର କହିଲେ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ କରତାଳି ଦେଇ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ସେହି ‌‌ଖ‌ଡ଼୍‌ଗ ଦୁଇ ଥର ଏପରିକି ତିନିଥର ଆଘାତ କର। ଏହି ‌‌ଖ‌ଡ଼୍‌ଗ ବହୁତ ଲୋକମାନଙ୍କୁ ହତ୍ୟା କରିବ। ମହାଘାତକ ‌‌ଖ‌ଡ଼୍‌ଗ ସେମାନଙ୍କୁ ହତ୍ୟା କରିବ।

15 ସେମାନଙ୍କର ଅନ୍ତର ଭୟରେ ଯେପରି ତରଳି ଯାଏ ଓ ସେମାନଙ୍କର ବହୁ ବିଘ୍ନ ଜନ୍ମେ, ଏଥିପାଇଁ ମୁଁ ସେମାନଙ୍କର ସକଳ ନଗର ଦ୍ୱାର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଲକ୍ଷ୍ୟ କରି ରଖିଅଛି। ଏହା ହତ୍ୟା କଲାପରେ ଏହା ବିଜୁଳି ପରି ଚକମକ କରୁଛି।

16 ହେ ‌‌ଖ‌ଡ଼୍‌ଗ ଦକ୍ଷିଣ ଓ ବାମକୁ କାଟ। ଯେଉଁଆଡ଼େ ତୁମ୍ଭର ଧାର ଯାଉଛି।

17 “ମୁଁ ମଧ୍ୟ ମୋର କରତାଳି ମାରିବି ଓ ମୋର କୋପକୁ ଶାନ୍ତ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।”

18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

19 “ହେ ମନୁଷ୍ୟ ପୁତ୍ର, ବାବିଲ ରାଜାର ‌‌ଖ‌ଡ଼୍‌ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ଯାଇଥିବା ସଡ଼କର ମୁଣ୍ଡରେ ଏକ ପଥ ନିର୍ଦ୍ଦେଶ କରୁଥିବା ପ୍ରସ୍ତର ଫଳକ ରଖ।

20 ‌‌ଖ‌ଡ଼୍‌ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ମୋନୀୟର ରବ୍ବାକୁ ଯାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ଯିରୁଶାଲମକୁ ଯାଏ।

21 କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନରେ ଛିଡ଼ା ହେବେ। ସେ ତୀରଗୁଡ଼ିକୁ ନିକ୍ଷେପ କରି ଗୁଲିବାଣ୍ଟ ସାହାଯ୍ୟରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ୟତ ଚିହ୍ନ ଖୋଜି ବୁଲିବେ।

22 “ଗୁଲିବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ।

23 ଇସ୍ରାଏଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଗ୍ଭର କରାଯିବ, କାରଣ ସେମାନଙ୍କର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସେମାନେ କଲେ। କିନ୍ତୁ ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ ଓ ତା'ପରେ ସେମାନେ ଧରାଯିବେ।”

24 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କାରଣ ତୁମ୍ଭେ ମୋତେ ତୁମ୍ଭର ମୋ’ ପ୍ରତି ଅବଜ୍ଞା ତୁମ୍ଭ କାର୍ଯ୍ୟର ପାପ ଦେଖାଇ ମୋତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମୋତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ଯିବ।

25 ହେ ଦୁଷ୍ଟ ଇସ୍ରାଏଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ୟା କରାଯିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହୋଇଅଛି।”

26 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ଆଉ ସେପରି ରହିବ ନାହିଁ। ଯେଉଁମାନେ ଉଚ୍ଚ ସେମାନେ ନୀଚ ହେବେ ଓ ଯେଉଁମାନେ ନୀଚ ସେମାନେ ଉଚ୍ଚ ହେବେ।

27 ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।”

28 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଅମ୍ମୋନ ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି, “‘ଦେଖ, ‌‌ଖ‌ଡ଼୍‌ଗ କୋଷମୁକ୍ତ ହୋଇଅଛି। ତାହା ହତ୍ୟା ଓ ଗ୍ରାସ କରିବା ପାଇଁ ମାର୍ଜିତ ହୋଇଅଛି ଓ ବିଜୁଳି ପରି ଚକଚକ କରୁଅଛି।

29 “‘ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ୟା ମନ୍ତ୍ର ତୁମ୍ଭକୁ ସହାୟ ହେବ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳାରେ ଖଣ୍ଡାଟିକୁ ରଖାଯିବ, ଯେଉଁମାନେ ହତ ହେବାକୁ ଅଛନ୍ତି, ସେହିମାନଙ୍କ ପାଇଁ ଦଣ୍ଡିତ ହେବାର ଦିନ ପହଞ୍ଚିଯାଇଛି। ଏବଂ ସେମାନଙ୍କର ଦୋଷର ଅବସାନ ଘଟିବ।


ବାବିଲ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା

30 “‘ହେ ବାବିଲ, ‌‌ଖ‌ଡ଼୍‌ଗକୁ ପୁନର୍ବାର କୋଷ ମଧ୍ୟକୁ ଫେରାଇ ଆଣ। ତୁମ୍ଭେ ଯେଉଁଠାରେ ସୃଷ୍ଟି ହୋଇଥିଲ ଓ ଯେଉଁଠାରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ମୁଁ ତୁମ୍ଭର ବିଗ୍ଭର କରିବି।

31 ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ।

32 ତୁମ୍ଭେ ଅଗ୍ନିରେ ଜାଳସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।’”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan