ଯିହିଜିକଲ 10 - ପବିତ୍ର ବାଇବଲ1 ସେତେବେଳେ ମୁଁ ଉପରକୁ ଗ୍ଭହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସେମାନଙ୍କ ଉପରେ ଦେଖାଗଲା। 2 ଏବଂ ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “କିରୁବଦୂତଗଣର ନିମ୍ନରେ ଥିବା ତୁମ୍ଭେ ସେହି ଘୂର୍ଣ୍ଣୟମାନ ଚକ୍ର ମଧ୍ୟରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ସଂଗ୍ରହ କର ଓ ସେଗୁଡ଼ିକ ଉପରେ ବିଞ୍ଚି ଦିଅ।” ତହିଁରେ ସେହି ବ୍ୟକ୍ତି ଗ୍ଭଲିଗଲା, ଯେହେତୁ ମୁଁ ଦେଖୁଥିଲି। 3 ସେ ପୁରୁଷ ଗଲାବେଳେ କିରୂବଦୂତମାନେ ଗୃହର ଦକ୍ଷିଣପାର୍ଶ୍ୱରେ ଠିଆ ହୋଇଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା। 4 ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ୱାର ଆଡ଼କୁ ଗଲା, ତେଣୁ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ୱଳ ତେଜରେ ପରିପୂର୍ଣ୍ଣ ହେଲା। 5 ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା। 6 ପରମେଶ୍ୱର ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ୟରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନରେ ଥିବା ସ୍ଥାନରୁ ଜ୍ୱଳନ୍ତ କୋଇଲାଗୁଡ଼ିକ ନେବାକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାର୍ଶ୍ୱରେ ଠିଆ ହେଲେ। 7 ତା'ପରେ ସେହି କିରୂବଦୂତମାନଙ୍କ ମଧ୍ୟରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧ୍ୟରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ। 8 ମନୁଷ୍ୟର ହାତପରି ଦେଖାଯାଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦେଖାଗଲା। 9 ତା'ପରେ ମୁଁ ଅନାଇ ଦେଖିଲି ଏକ କିରୂବର ପାର୍ଶ୍ୱରେ ଏକ ଚକ ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାର୍ଶ୍ୱରେ ଏକାଠି ଗ୍ଭରି ଚକ ଥିଲା। ଏବଂ ସେହି ଚକମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା। 10 ସେହି ଗ୍ଭରିଚକର ଆକୃତି ଏକ ପ୍ରକାର ଥିଲା। ସେଗୁଡ଼ିକ ଗୋଟିଏ ଚକ ମଧ୍ୟରେ ଅନ୍ୟ ଚକ ଥିଲା ପରି ଦେଖା ଯାଉଥିଲା। 11 ଗମନ କରିବା ସମୟରେ ସେମାନେ ନିଜ ନିଜର ଗ୍ଭରି ପାର୍ଶ୍ୱରେ ଗମନ କଲେ ଏବଂ ଗତି କଲାବେଳେ ସେମାନେ ଫେରିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲାବେଳେ ମୁହଁ ବୁଲାଇଲେ ନାହିଁ। 12 ପୁଣି ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୁଷ୍ପ ହସ୍ତ, ପକ୍ଷ ଓ ସେହି ଗ୍ଭରିଚକ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। 13 ଆଉ “ସେହି ଚକମାନଙ୍କୁ ଘୂର୍ଣ୍ଣାୟମାନ ଚକ ବୋଲି ଡକାଯାଇଥିବାର ମୁଁ ଶୁଣିଲି।” 14-15 ପ୍ରତ୍ୟେକ କିରୂବର ଗ୍ଭରିମୁଖ ଥିଲା: ପ୍ରଥମ ମୁଖ କିରୁବଦୂତର ମୁଖ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ତା'ପରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସେମାନେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ। ତା'ପରେ କିରୁବଦୂତଗଣ ଊର୍ଦ୍ଧ୍ୱକୁ ଉଠିଲେ। 16 କିରୁବମାନେ ଗମନ କଲାବେଳେ ଚକସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ। 17 ସେମାନେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ। ପୁଣି ସେମାନେ ଉପରକୁ ଉଠିବା ବେଳେ ଚକ୍ର ସବୁ ସେମାନଙ୍କ ସଙ୍ଗରେ ଉପରକୁ ଉଠିଲେ। କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ ସବୁରେ ଥିଲା। 18 ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଊର୍ଦ୍ଧ୍ୱକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠିତ ହେଲା। 19 ତା'ପରେ କିରୂବଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମୋ’ ସମ୍ମୁଖରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସେମାନଙ୍କ ସହିତ ଗମନ କଲେ। ଆଉ ସେମାନେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖରେ ଅଟକିଗଲେ ଓ ସେ ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଉପରେ ବିଦ୍ୟମାନ ଥିଲା। 20 ମୁଁ କବାର ନଦୀ କୂଳରେ ପରମେଶ୍ୱରଙ୍କର ମହିମାରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସେମାନେ କିରୁବଦୂତଗଣ ବୋଲି ମୁଁ ଜାଣିଲି। 21 ସେମାନଙ୍କର ପ୍ରତ୍ୟେକର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ଏବଂ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା। 22 ପୁଣି ମୁଁ କବାର ନଦୀ ନିକଟରେ ସେମାନଙ୍କର ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନେ ପ୍ରତ୍ୟେକ ଆଗକୁ ଗମନ କଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International