Biblia Todo Logo
Bìoball air-loidhne

- Sanasan -

ଯାତ୍ରା ପୁସ୍ତକ 27 - ପବିତ୍ର ବାଇବଲ


ହୋମ ନୈବେଦ୍ୟ ନିମନ୍ତେ ଯଜ୍ଞବେଦି

1 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍।

2 ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍।

3 “ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଗ୍ଭମୁଚ ଏବଂ କରେଇ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ।

4 ପିତ୍ତଳରେ ଏକ ଜାଲି କରିବ ଓ ତା’ ଉପରେ ଗ୍ଭରି କୋଣରେ ପିତ୍ତଳର ଗ୍ଭରିକଡ଼ା କରିବ।

5 ଯଜ୍ଞବେଦିର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ଯଜ୍ଞବେଦିର ମଧ୍ୟଭାଗ ପର୍ଯ୍ୟନ୍ତ ପାଇବା ଉଚିତ୍।

6 “ଯଜ୍ଞବେଦିର ଖମ୍ବ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ପିତ୍ତଳ ଆଚ୍ଛାଦନ କର।

7 ପୁଣି ସେହି ବେଦିକୁ ବହିବା ବେଳେ ବେଦିର ଉଭୟ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରଖ।

8 ତୁମ୍ଭେ ଯଜ୍ଞବେଦିକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତରେ ତୁମ୍ଭକୁ ଯେଉଁ ରୂପେ ଦେଖାଇଥିଲି ସେହିପରି ଭାବରେ ବେଦି ନିର୍ମାଣ କରାଯିବା ଉଚିତ୍।


ପବିତ୍ର ତମ୍ବୁର ଚତୁର୍ପାର୍ଶ୍ୱର ପ୍ରାଙ୍ଗଣ

9 “ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍।

10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ।

11 ତମ୍ବୁର ଉତ୍ତର ପାର୍ଶ୍ୱରେ ଶହେ ହାତ ଲମ୍ବ ପରଦା ହେବ ଓ ତାହାର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ଏବଂ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ହେବ।

12 “ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଗ୍ଭଶ୍ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

13 ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ପଗ୍ଭଶ୍ ହାତ ହେବ।

14 ପୂର୍ବ ଭାଗରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

15 ଅନ୍ୟ ପାର୍ଶ୍ୱରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

16 “ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍।

17 ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତା'ର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ।

18 ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଗ୍ଭଶ୍ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହେବ। ସେହି ଶୁଭ୍ର କ୍ଷୋମସୂତ୍ରରେ ପ୍ରସ୍ତୁତ ହେବା ସହିତ କଂସାର ଆଧାର ରହିବା ଉଚିତ୍।

19 ଆଉ ପବିତ୍ର ତମ୍ବୁର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ଓ ପ୍ରାଙ୍ଗଣର ସମସ୍ତ ଖିଲ କଂସାରେ ନିର୍ମିତ ହେବା ଉଚିତ୍।


ପ୍ରଦୀପ ପାଇଁ ତୈଳ

20 “ବର୍ତ୍ତମାନ ଇସ୍ରାଏଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପେଷା ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।

21 ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan