ଯାତ୍ରା ପୁସ୍ତକ 15 - ପବିତ୍ର ବାଇବଲମୋଶାଙ୍କ ସଙ୍ଗୀତ 1 ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ, “ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କଲେ। 2 ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି। ସେ ମୋତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଏବଂ ମୁଁ ତାଙ୍କର ସମ୍ମାନ କରିବି। 3 ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ। 4 ସେ ଫାରୋଙ୍କର ରଥ ଏବଂ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି। 5 ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି। ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ି ଗଲେ। 6 “ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ। 7 ତୁମ୍ଭେ ନିଜର ଉତ୍କୃଷ୍ଟ ମହିମାରେ, ନିଜର ପ୍ରତିକୂଳାଗ୍ଭରୀମାନଙ୍କୁ ଧ୍ୱଂସ କରିଛ। ତୁମ୍ଭେ ତୁମ୍ଭର କ୍ରୋଧାଗ୍ନି ପଠାଅ। ତାହା ସେମାନଙ୍କୁ ନଡ଼ାପରି ଗ୍ରାସ କରେ। 8 ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ୟ ପରିଣତ କଲା। ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା। ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା। 9 “ଶତ୍ରୁ କହିଲା, ‘ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି। ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ। ମୁଁ ଆପଣା ଖଡ଼୍ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।’ 10 ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ। ସେମାନେ ସୀସା ପରି ଅଗାଧ ସମୁଦ୍ରରେ ବୁଡ଼ିଗଲେ। 11 “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି? ନା, ତୁମ୍ଭ ପରି ଆଉ କେହି ନାହାନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅଦ୍ଭୂତ କାର୍ଯ୍ୟ କର! 12 ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ଉଠାଇଲ ଏବଂ ପୃଥିବୀ ସେମାନଙ୍କୁ ଗ୍ରାସ କଲା। 13 କିନ୍ତୁ ତୁମ୍ଭେ ଦୟାରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗେଇ ନେଲ। ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନେଇ ଯାଇଛ। 14 “ଲୋକମାନେ ଏହା ଶୁଣି ଅଛନ୍ତି, ସେମାନେ ଭୟରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟରେ ଥରିବାକୁ ଲାଗିଲେ। 15 ଇଦୋମର ନେତାଗଣ ଭୟରେ ଥରିଲେ। ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ। କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ। 16 ସେହି ସମସ୍ତ ଲୋକମାନେ ଭୟଭୀତ ହେବେ। ତୁମ୍ଭ ବାହୁର ଶକ୍ତି ଦ୍ୱାରା ସେମାନେ ପଥର ପରି ନିଶ୍ଚଳ ହେବେ, ଯେପର୍ଯ୍ୟନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଗ୍ଭଲି ଯାଇ ନାହାନ୍ତି। 17 ତୁମ୍ଭେ ସେମାନଙ୍କୁ ଆଣ ଓ ସେମାନଙ୍କୁ ନିଜ ପର୍ବତରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି। 18 “ସଦାପ୍ରଭୁ ଚିରଦିନ ରାଜତ୍ୱ କରିବେ।” 19 କାରଣ ଫାରୋଙ୍କର ଘୋଡ଼ା, ରଥ ଏବଂ ସୈନ୍ୟମାନେ ସବୁ ସମୁଦ୍ର ଭିତରକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇସ୍ରାଏଲ ଲୋକମାନେ ସମୁଦ୍ର ମଧ୍ୟରେ ଶୁଷ୍କ ରାସ୍ତାରେ ଗମନ କଲେ। 20 ଏହା ପରେ ହାରୋଣର ଭଉଣୀ, ଭବିଷ୍ୟଦ୍ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। 21 ତା'ପରେ ମରିୟମ ଲୋକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।” ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି 22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା। 24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?” 25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା। ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।” 27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International