Biblia Todo Logo
Bìoball air-loidhne

- Sanasan -

ଦ୍ଵିତୀୟ ବିବରଣ 6 - ପବିତ୍ର ବାଇବଲ


ସର୍ବଦା ପରମେଶ୍ୱରଙ୍କୁ ପ୍ରେମ କର ଓ ତାଙ୍କର ଆଜ୍ଞା ପାଳନ କର

1 “ଏହିସବୁ ଆଜ୍ଞା, ବ୍ୟବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋତେ କହିଲେ। ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେଦି ଦେଶରେ ତୁମ୍ଭେମାନେ ଏହି ବ୍ୟବସ୍ଥା ପାଳନ କରିବା ଉଚିତ୍।

2 ଏହା ଏପରି ଅଟେ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତୁଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିୟମ ପାଳନ କରିବା ପାଇଁ ମୁଁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହେବ।

3 ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।

4 “ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।

5 ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।

6 ଏବଂ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭେମାନେ ତାହାକୁ ଆପଣା ହୃଦୟରେ ରଖିବ।

7 ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଗ୍ଭଲିବା ବେଳେ, ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କର ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।

8 ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍।

9 ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

10 “ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକୁ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗୁଡ଼ିକ ସହିତ ଏହା ତୁମ୍ଭମାନଙ୍କୁ ଦେବେ, ଯେଉଁଗୁଡ଼ିକ ତୁମ୍ଭେମାନେ ନିର୍ମାଣ କରି ନାହଁ ଏବଂ ଯେଉଁଗୁଡ଼ିକ ବୃହତ ଓ ସୁନ୍ଦର ଅଟେ।

11 ଉତ୍ତମ ସାମଗ୍ରୀରେ ପରିପୂର୍ଣ୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, କୂଅସବୁ ଯାହା ତୁମ୍ଭେ ଖୋଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଯାହାକୁ ତୁମ୍ଭେମାନେ ରୋପଣ କଲ ନାହିଁ, ସେଗୁଡ଼ିକ ତୁମ୍ଭେମାନେ ଭୋଗ କରି ତୃପ୍ତ ହେବ।

12 “ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ।

13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।

14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚା‌ଦ୍‌ଗାମୀ ହେବ ନାହିଁ।

15 ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି।

16 “ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ।

17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।

18 ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ।

19 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଦୂର କରି ଦେବେ, ଯେ ରୂପେ ସେ କହିଛନ୍ତି।


ପରମେଶ୍ୱରଙ୍କ କାର୍ଯ୍ୟ ବିଷୟରେ ତୁମ୍ଭର ସନ୍ତାନମାନଙ୍କୁ ଶିକ୍ଷା ଦିଅ

20 “ଭବିଷ୍ୟତରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଦେଇଛନ୍ତି, ସେସବୁର ଅଭିପ୍ରାୟ କ’ଣ?’

21 ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ।

22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ।

23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ। ସେ ଦେଶରେ ପରମେଶ୍ୱର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ।

24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରି ପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।

25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan