Biblia Todo Logo
Bìoball air-loidhne

- Sanasan -

ଦ୍ଵିତୀୟ ବିବରଣ 18 - ପବିତ୍ର ବାଇବଲ


ଯାଜକ ଓ ଲେବୀମାନଙ୍କୁ ସମର୍ଥନ

1 “ଲେବୀୟ ପରିବାରବର୍ଗ ଇସ୍ରାଏଲଙ୍କଠାରୁ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହେବେ, ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ।

2 ସେହି ଲେବୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରୁ ଅଧିକାର ପାଇବେ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସଦାପ୍ରଭୁ ହିଁ ସେମାନଙ୍କର ଅଧିକାର।

3 “ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ।

4 ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଆପଣା ତୈଳର, ଆପଣା ମେଷ ଲୋମର ପ୍ରଥମ ଭାଗ ଯାଜକଗଣଙ୍କୁ ନିଶ୍ଚିତ ଦେବ।

5 କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।

6 “ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ଇଚ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ।

7 ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ।

8 ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ।


ଇସ୍ରାଏଲୀୟମାନେ ଅନ୍ୟ ଦେଶୀୟମାନଙ୍କ ପରି ରହିବେ ନାହିଁ

9 “ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ।

10 ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦ‌‌ଗ୍‌‌ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ।

11 ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ।

12 କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି।

13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।


ସଦାପ୍ରଭୁଙ୍କର ବିଶେଷ ଭବିଷ୍ୟ‌ଦ୍‌ବକ୍ତା

14 “ସେହି ଅନ୍ୟ ଦେଶୀୟ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭେମାନେ ଦେଶରୁ ତଡ଼ି ଦେଉଛ। ସେହି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ଯାଦୁକାରୀ କଥା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଏପରି କରିବାକୁ ଦେବେ ନାହିଁ।

15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କ କଥାକୁ ପାଳନ କରିବ।

16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’

17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।

18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟ‌ଦ୍‌ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।

19 ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’


କିପରି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାକୁ ଜାଣିବ

20 “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟ‌ଦ୍‌ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟ‌ଦ୍‌ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ।

21 ତୁମ୍ଭେମାନେ ଭାବୁଥିବ ଯେ, ‘ଆମ୍ଭେ କିପରି ଜାଣିବୁ ଯେ ଭବିଷ୍ୟ‌ଦ୍‌ବକ୍ତା ଯାହା କହୁଛନ୍ତି ତାହା ପରମେଶ୍ୱରଙ୍କଠାରୁ ଆସୁଛି କି ନାହିଁ।’

22 ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କହେ ସେ ସଦାପ୍ରଭୁଙ୍କ ନାମ ଅନୁସାରେ କହୁଅଛି, କିନ୍ତୁ ସେପରି ଯଦି କିଛି ନ ହୁଏ, ତେବେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାନ୍ତି। ତୁମ୍ଭେମାନେ ଏହା ଜାଣିବ ଯେ ସେହି ଭବିଷ୍ୟ‌ଦ୍‌ବକ୍ତା ଜଣକ ତାଙ୍କର ମନରୁ ଏପରି କହୁଛନ୍ତି। ତୁମ୍ଭେମାନେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan