Biblia Todo Logo
Bìoball air-loidhne

- Sanasan -

ଦ୍ଵିତୀୟ ବିବରଣ 14 - ପବିତ୍ର ବାଇବଲ


ଇସ୍ରାଏଲ ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଲୋକ

1 “ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।

2 କାହିଁକି ଜାଣ, କାରଣ ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ। ତୁମ୍ଭେମାନେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ୟରୁ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।


ଏହି ଖାଦ୍ୟ ଇସ୍ରାଏଲୀୟମାନଙ୍କର ଭୋଜନ ପାଇଁ ଅନୁମତି

3 “ସଦାପ୍ରଭୁଙ୍କର ଘୃଣ୍ୟଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ।

4 ତୁମ୍ଭେମାନେ ଏହି ସକଳ ପଶୁଗଣ ଭୋଜନ କରି ପାରିବ। ଯଥା: ଗାଈ, ମେଣ୍ଢା ଓ ଛେଳି।

5 ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ।

6 ପଶୁଗଣ ମଧ୍ୟରୁ ଯେତେ ପଶୁର ବିଭକ୍ତ ଖୁରା ଓ ଦ୍ୱିଖଣ୍ଡ ଖୁରା ବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।

7 ତୁମ୍ଭେମାନେ ଓଟ, ଠେକୁଆ କିମ୍ବା ଶାଫ‌ନ୍‌ମାନଙ୍କୁ ଖାଇବ ନାହିଁ। ସେମାନେ ପାକୁଳି କରନ୍ତି, କିନ୍ତୁ ସେମାନଙ୍କର ଖୁରା ଦୁଇଫାଳ ବିଶିଷ୍ଟ। ତେଣୁ ସେହି ପଶୁଗୁଡ଼ିକ ତୁମ୍ଭମାନଙ୍କ ଖାଦ୍ୟ ପାଇଁ ଅପବିତ୍ର।

8 ତୁମ୍ଭେମାନେ ଘୁସୁରି ଖାଇବା ଉଚିତ୍ ନୁହଁ। କାରଣ ତାଙ୍କର ଖୁରା ଦୁଇଫାଳ ବିଶିଷ୍ଟ କିନ୍ତୁ ସେମାନେ ପାକୁଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘୁସୁରି ଅପବିତ୍ର ଅଟେ। ଏପରିକି ମୃତ ଘୁସୁରି ଶବକୁ ଛୁଅ ନାହିଁ।

9 “ତୁମ୍ଭେମାନେ କାତିଥିବା ବା ଡେଣା ଥିବା ମାଛ ଖାଇ ପାରିବ।

10 କିନ୍ତୁ ଜଳରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେଗୁଡ଼ିକ ଖାଅ ନାହିଁ, କାରଣ ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।

11 “ତୁମ୍ଭେମାନେ ଯେକୌଣସି ଶୁଚି ପକ୍ଷୀ ଭୋଜନ କରି ପାରିବ।

12 କିନ୍ତୁ ତୁମ୍ଭେମାନେ ଏହି ପକ୍ଷୀମାନଙ୍କୁ ଭୋଜନ କରିବ ନାହିଁ ଯଥା: ଉତ୍କ୍ରୋଶ ହାଡ଼ଭଙ୍ଗା ଓ ବହୀରି,

13 ଗୃଧ୍ର, ଚିଲ, ବାଜ,

14 ଆପଣା ଜାତି ଅନୁସାରେ ସମସ୍ତ ଡାମରାକାଉ,

15 ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ ଓ ଆପଣା ଜାତି ଅନୁସାରେ ଛଞ୍ଚାଣ,

16 କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ,

17 ପାଣି ଭେଳା, ଶାଗୁଣା ଓ ପାଣିକୁଆ,

18 ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା।

19 “ଗମନକାରୀ ପକ୍ଷବାନ ଜନ୍ତୁ ସକଳ ତୁମ୍ଭମାନଙ୍କ ପାଇଁ ଅଶୁଚି। ସେମାନଙ୍କୁ ଖାଇବ ନାହିଁ।

20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକି ଭୋଜନ କରି ପାରିବ।

21 “ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ। “ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା'ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ।


ଦଶମାଂଶ ଦେବ

22 “ପ୍ରତ୍ୟେକ ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ଦଶମାଂଶ ସାଇତି ରଖିବ।

23 ଏହିସବୁ ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସେହି ସ୍ଥାନକୁ ଯାଅ। ସେହି ସ୍ଥାନରେ ତୁମ୍ଭ ଶସ୍ୟର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦେବା ଉଚିତ୍ ଓ ତୁମ୍ଭ ପଶୁର ପ୍ରଥମଜାତ ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।

24 ଯଦି ତୁମ୍ଭେ ସେହି ସ୍ଥାନରୁ ଦୂରରେ ବାସ କର ଏବଂ ସମସ୍ତ ଦ୍ରବ୍ୟ ସହିତ ସେଠାକୁ ଯିବାକୁ ସହଜ ନ ହୁଏ ଯେଉଁଠାରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସେହି ସ୍ଥାନଠାରୁ ବହୁତ ଦୂର ଯେଉଁଠାରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି।

25 ତେବେ ତୁମ୍ଭେମାନେ ସେହି ଶସ୍ୟସବୁକୁ ଟଙ୍କା ଆକାରରେ ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ।

26 ତୁମ୍ଭେ ଯାହା ଇଚ୍ଛା କର, ଗୋରୁ, ଛେଳି, ଦ୍ରାକ୍ଷାରସ, କିଅବା ଯାହାକିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଗ୍ଭହେଁ ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ। ତୁମ୍ଭେମାନେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ।

27 କିନ୍ତୁ ଏକଥା ଭୂଲିଯାଅ ନାହିଁ ଯେ, ଆପଣା ନଗର ଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ, କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଧିକାର ପାଇ ନାହିଁ। ତେଣୁ ତୁମ୍ଭେ ଖାଦ୍ୟରେ ତାଙ୍କୁ ଭାଗ ଦେବ।

28 “ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ୱାର ଭିତରେ ସଞ୍ଚୟ କରି ରଖିବ।

29 ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan