Biblia Todo Logo
Bìoball air-loidhne

- Sanasan -

1 ଶାମୁୟେଲ 3 - ପବିତ୍ର ବାଇବଲ


ଶାମୁୟେଲକୁ ପରମେଶ୍ୱରଙ୍କ ଡାକରା

1 ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।

2 ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ।

3 ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ,

4 ସେତେବେଳେ ସଦାପ୍ରଭୁ ଶାମୁୟେଲକୁ ଡାକିଲେ ଓ ଶାମୁୟେଲ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”

5 ଶାମୁୟେଲ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?” ସେ କହିଲେ, “ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।” ଏବଂ ସେ ଶୋଇଲେ।

6 ଏହା ପରେ ସଦାପ୍ରଭୁ “ଶାମୁୟେଲ” ବୋଲି ଆଉ ଥରେ ଡାକିଲେ, ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କିହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?” ସେ ଉତ୍ତର ଦେଲେ, “ହେ ମୋର ପୁତ୍ର, ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”

7 ସେ ସମୟରେ ଶାମୁୟେଲ ସଦାପ୍ରଭୁଙ୍କୁ ଜାଣି ନ ଥିଲା, କାରଣ ସଦାପ୍ରଭୁ ତାଙ୍କଠାରେ ତାଙ୍କର ବାକ୍ୟ କଥା ପ୍ରକାଶ କରି ନ ଥିଲେ।

8 ଏହା ପରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି ଆପଣ ମୋତେ ଡାକିଲେ ପରା,” ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି ଏହା ଏଲି ବୁଝିଲେ।

9 ତେଣୁ ଏଲି ଶାମୁୟେଲକୁ କହିଲେ, “ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।’” ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ।

10 ଏହା ପରେ ସଦାପ୍ରଭୁ ଆସିଲେ ଏବଂ ସେଠାରେ ଛିଡ଼ା ହେଲେ, ଆଗ ଥର ପରି ସେ “ଶାମୁୟେଲ, ଶାମୁୟେଲ” ବୋଲି ଡାକିଲେ। ତା'ପରେ ଶାମୁୟେଲ ଉତ୍ତର ଦେଲେ, “ମୋତେ କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।”

11 ତା'ପରେ ସଦାପ୍ରଭୁ ଶାମୁୟେଲକୁ କହିଲେ, “ଦେଖ, ମୁଁ ଇସ୍ରାଏଲରେ କିଛି ଗୋଟେ କରିବି, ସେହି ସମସ୍ତେ ଯେଉଁମାନେ ଏବିଷୟରେ ଶୁଣିବେ, ମନ ଦୁଃଖ କରିବେ।

12 ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ।

13 ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା'ର ବଂଶକୁ ଦଣ୍ତ ଦେବି, ଯେହେତୁ ତା'ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା'ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ।

14 ମୁଁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ୱାରା ଶସ୍ୟ ନୈବେଦ୍ୟ ଉତ୍ସର୍ଗ ଦ୍ୱାରା କେବେ ପ୍ରାୟଶ୍ଚିତ ହେବ ନାହିଁ।”

15 ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।

16 ଏଥୁ, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”

17 ତା'ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ'ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”

18 ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ। ତା'ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”

19 ତା'ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ।

20 ତା'ପରେ ଶାମୁୟେଲ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ବୋଲି ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀୟ ଜ୍ଞାତ ହେଲେ।

21 ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଶାମୁୟେଲକୁ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋରେ ଶାମୁୟେଲ ନିକଟରେ ତାଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan