Biblia Todo Logo
Bìoball air-loidhne

- Sanasan -

1 ଶାମୁୟେଲ 21 - ପବିତ୍ର ବାଇବଲ


ଦାଉଦ ଯାଜକ ଅହୀମେଲକକୁ ଦେଖିବାକୁ ଗଲେ

1 ତା'ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକୁ ଫେରିଗଲେ। ଦାଉଦ ନୋବକୁ ଗଲେ। ଯାଜକ ଅହୀମେଲକକୁ ଦେଖା କରିବାକୁ ଗଲେ। ଅହୀମେଲକ ଦାଉଦକୁ ଦେଖିବା ପାଇଁ ବାହାରକୁ ଆସିଲେ ଓ ସେ ଭୟରେ ଥରୁଥିଲେ। ଅହୀମେଲକ ଦାଉଦଙ୍କୁ ପଗ୍ଭରିଲେ, “ତୁମ୍ଭେ କାହିଁକି ଏକା ଆସିଛ? ତୁମ୍ଭ ସହିତ ଆଉ କେହି ଆସିଲେ ନାହିଁ କାହିଁକି?”

2 ଦାଉଦ ଅହୀମେଲକକୁ କହିଲେ, “ରାଜା ମୋତେ ଏକ ଗୁରୁତର ଆଦେଶ ସହ ପଠାଇଛନ୍ତି। ସେ ମୋତେ କହିଲେ, ‘ଏ ଅଭିଯାନ ଆଉ କାହାକୁ ଜଣାଇବ ନାହିଁ। ମୁଁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏ କଥା ଜାଣିବା ଉଚିତ୍ ନୁହେଁ।’ କେଉଁଠାରେ ମୋତେ ଦେଖା କରିବା ପାଇଁ ମୁଁ ମୋ’ ଲୋକମାନଙ୍କୁ କହିଛି।

3 ତୁମ୍ଭ ପାଖରେ ବର୍ତ୍ତମାନ କି ଖାଦ୍ୟ ଅଛି? ମୋତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମୋତେ ଖାଇବାକୁ ଦିଅ।”

4 ଯାଜକ ଦାଉଦଙ୍କୁ କହିଲେ, “ମୋ’ ପାଖରେ ଏଠାରେ ସାଧାରଣ ରୋଟୀ ନାହିଁ। ମୋ’ ପାଖରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇ ପାରିବେ ଯଦି ସେମାନେ କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯଦି ଯୌନ ସମ୍ପର୍କ ରଖି ନ ଥିବେ।”

5 ଦାଉଦ ଯାଜକଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯୌନ ସମ୍ପର୍କ ନାହିଁ। ମୋର ଲୋକମାନେ ସର୍ବଦା ଶରୀରକୁ ପବିତ୍ର ରଖିଥା’ନ୍ତି। ଯେତେବେଳେ ଆମ୍ଭେ ଯୁଦ୍ଧକୁ ଯାଉ ଏପରିକି ସାଧାରଣ ଅଭିଯାନ ହେଲେ ବି ଏବଂ ଆଜି ତ ଏକ ସ୍ୱତନ୍ତ୍ର ଦିନ ଅଟେ, କାରଣ ଆମ୍ଭର ଅଭିଯାନ ଆଜି ବହୁତ ସ୍ୱତନ୍ତ୍ର।”

6 ଏଠାରେ ପବିତ୍ର ରୋଟୀ ଛଡ଼ା ଆଉ କୌଣସି ରୋଟୀ ନାହିଁ। ତେଣୁ ଯାଜକ ଦାଉଦକୁ ଏହି ପବିତ୍ର ରୋଟୀ ଦେଲେ। ଏହା ପବିତ୍ର ରୋଟୀସବୁକୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଥିଲେ। ପ୍ରତ୍ୟେକ ଦିନ ସେ ଏହି ରୋଟୀ ସେଠାରୁ କାଢ଼ି ନେଇ ତଟକା ରୋଟୀ ସେହିଠାରେ ରଖନ୍ତି।

7 ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା।

8 ଦାଉଦ ଅହୀମେଲକକୁ କହିଲେ, “ଏଠାରେ ତୁମ୍ଭ ହାତରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁଁ ଆପଣା ‌‌ଖ‌ଡ଼୍‌ଗ ବା ଅସ୍ତ୍ରଶସ୍ତ୍ର ସାଥୀରେ ଆଣି ନାହିଁ। ଯେଣୁ ରାଜାଙ୍କ ଅଭିଯାନ ଶୀଘ୍ର କରିବାକୁ ପଡ଼ିବ।”

9 ଯାଜକ ଉତ୍ତର ଦେଲେ, “ଏଠାରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିୟାତର ଅଟେ। ଏହାକୁ ତୁମ୍ଭେ ତାକୁ ଏଲୀୟ ଉପତ୍ୟକାରେ ହତ୍ୟା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛରେ ବସ୍ତ୍ର ଗୁଡ଼ା ହୋଇ ରଖା ଯାଇଛି। ଏହାକୁ ତୁମ୍ଭେ ନେଇପାର ଯଦି ତୁମ୍ଭେ ଗ୍ଭହଁ।” ଦାଉଦ ଉତ୍ତର ଦେଲେ, “ଏହାକୁ ମୋତେ ଦିଅ। ଗଲିୟାତର ଖଣ୍ତାପରି ଏପରି ଖଣ୍ତା ଆଉ ନାହିଁ।”


ଦାଉଦ ଗା‌ଥ୍‌ର ଶତ୍ରୁ ନିକଟକୁ ପଳାୟନ କଲେ

10 ସେହି ଦିନ ଦାଉଦ ଶାଉଲଙ୍କଠାରୁ ପଳାୟନ କଲେ। ଦାଉଦ ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କ ନିକଟକୁ ପଳାଇଲେ।

11 ଆଖୀ‌ଶ୍‌ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ”

12 ସେମାନେ ଯାହା କହୁଥିଲେ ସେସବୁକୁ ଦାଉଦ ବହୁତ ଧ୍ୟାନ ଦେଉଥିଲେ। ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କୁ ଦାଉଦ ଭୟ କରିଗଲେ।

13 ତେଣୁ ଦାଉଦ ନିଜର ବ୍ୟବହାର ବଦଳାଇ ଦେଲେ ଓ ସେମାନଙ୍କ ନିକଟରେ ଅତି ବାତୁଳ ପରି ଦେଖାଇ କବାଟକୁ ଆଞ୍ଚୁଡ଼ିଲେ ଓ ତାଙ୍କର ଲାଳ ଦାଢ଼ି ବାଟେ ମଧ୍ୟ ବହିବାକୁ ଲାଗିଲା।

14 ଆଖୀଶ୍ ଦାସମାନଙ୍କୁ କହିଲେ, “ଏ ଲୋକଟିକୁ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭେମାନେ ତାକୁ ମୋ’ ପାଖକୁ ଆଣିଲ?

15 ସେ କହିଲେ, ମୋର ବହୁତ ବାତୁଳ ଲୋକ ଏଠାରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକୁ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମୋ’ ଘରକୁ ଆଉ ଥରେ ଆଣିବ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan