1 ଶାମୁୟେଲ 18 - ପବିତ୍ର ବାଇବଲଦାଉଦ ଓ ଯୋନାଥନଙ୍କର ଘନିଷ୍ଟ ବନ୍ଧୁତା 1 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ। 2 ଶାଉଲ ସେହି ଦିନ ଦାଉଦଙ୍କୁ ତାଙ୍କ ସହିତ ରଖିଲେ ଓ ଘରକୁ ଯିବାକୁ ଦେଲେ ନାହିଁ। 3 ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ। 4 ଯୋନାଥନ ଆପଣା ଦେହରୁ ବସ୍ତ୍ର କାଢ଼ି ଦାଉଦଙ୍କୁ ଦେଲେ। ଆପଣା ବସ୍ତ୍ର, ଖଡ଼୍ଗ, ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାହାଙ୍କୁ ଦେଲେ। ଶାଉଲ ଦାଉଦଙ୍କର ସଫଳତା ଉପରେ ଦୃଷ୍ଟି ଦେଲେ 5 ଶାଉଲ ଦାଉଦଙ୍କୁ ବହୁତ ଯୁଦ୍ଧକୁ ପଠାଇଲେ ଓ ସେ କୃତକାର୍ଯ୍ୟ ହେଲେ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମେତ ସମସ୍ତଙ୍କୁ ଖୁସୀ କଲା। 6 ଏପରି ହେଲା ଯେ, ଯେତେବେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫେରିଲେ। ଇସ୍ରାଏଲର ସମସ୍ତ ନଗରର ସ୍ତ୍ରୀଲୋକମାନେ ରାଜା ଶାଉଲଙ୍କୁ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତୁମ୍ଭୁରା ବଜାଇ ଆନନ୍ଦରେ ନାଚିଲେ ଓ ଗାଇଲେ। 7 ଆଉ ସେହି ସ୍ତ୍ରୀମାନେ ନୃତ୍ୟ କରୁ କରୁ ଗାଇଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ” 8 ଏଥିରେ ଶାଉଲ ଅତି ରାଗିଗଲେ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ। ଏଣୁ ସେ ଚିନ୍ତା କଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭକୁ କେବଳ ସହସ୍ର ସହସ୍ର ଜୟୀ ବୋଲି କହିଲେ। ରାଜ୍ୟ ପାଇବା ଛଡ଼ା ତା'ର ଆଉ କ’ଣ ପାଇବାର ବାକି ଅଛି?” 9 ସେହି ଦିନଠାରୁ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଈର୍ଷା ଓ ଘୃଣାରେ ତାଙ୍କୁ ଦୃଷ୍ଟି ପକାଇଲେ। ଶାଉଲ ଦାଉଦଙ୍କୁ ଭୟ କଲେ 10 ପରଦିନ ପରମେଶ୍ୱରଙ୍କଠାରୁ ଯେତେବେଳେ ମନ୍ଦ ଆତ୍ମା ଶାଉଲଙ୍କୁ ଅକ୍ତିଆର କଲା, ସେ ତାଙ୍କ ଗୃହ ମଧ୍ୟରେ ଅବାନ୍ତର କାର୍ଯ୍ୟ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ। 11 ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, “ମୁଁ ଦାଉଦକୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇଥର ଘୁଞ୍ଚିଗଲେ। 12 ପୁଣି ଶାଉଲ ଦାଉଦଙ୍କୁ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କଲେ। 13 ଶାଉଲ ଆପଣା ନିକଟରୁ ଦାଉଦଙ୍କୁ ଦୂରକୁ ପଠେଇ ଦେଲେ ଓ ତାଙ୍କୁ 1,000 ସୈନ୍ୟ ଉପରେ ଆପଣାର ସେନାପତି କଲେ। ଯୁଦ୍ଧରେ ସେ ସୈନ୍ୟମାନଙ୍କର ନେତୃତ୍ୱ ନେଲେ। 14 ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେଲେ। 15 ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ରରେ ବିଜୟୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କୁ ଭୟ କରିବାକୁ ଲାଗିଲେ। 16 କିନ୍ତୁ ଇସ୍ରାଏଲର ସମସ୍ତ ଲୋକ ଓ ଯିହୁଦାର ସମସ୍ତେ ଦାଉଦଙ୍କୁ ଭଲ ପାଇଲେ। ସେମାନେ ତାଙ୍କୁ ଭଲ ପାଇଲେ, କାରଣ ସେ ଯୁଦ୍ଧରେ ସେମାନଙ୍କର ନେତୃତ୍ୱ ନେଇଛନ୍ତି ଓ ସେମାନଙ୍କ ସକାଶେ ଯୁଦ୍ଧ କରିଛନ୍ତି। ଶାଉଲ ଦାଉଦଙ୍କ ସହିତ ନିଜ ଝିଅର ବିବାହ ଯୋଜନା 17 କିନ୍ତୁ ଶାଉଲ ଦାଉଦଙ୍କୁ ମାରିଦେବା ପାଇଁ ଗ୍ଭହିଁଲେ ଏବଂ ଶାଉଲ ଏକ ଉପାୟ ଚିନ୍ତା କଲେ। ଶାଉଲ କହିଲେ, “ଦାଉଦ ମେରବ୍ ନାମକ ମୋର ଜ୍ୟେଷ୍ଠ କନ୍ୟାକୁ ଦେଖ। ମୁଁ ତାକୁ ତୁମ୍ଭକୁ ବିବାହ ଦେବି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହେବ। ତୁମ୍ଭେ ମୋର ସନ୍ତାନ ପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ଯୁଦ୍ଧ କର।” ଶାଉଲ ଚିନ୍ତାକଲେ, “ମୁଁ ତାକୁ ହତ୍ୟା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହୁଏତ ତାକୁ ହତ୍ୟା କରି ପାରନ୍ତି।” 18 କିନ୍ତୁ ଦାଉଦ ଉତ୍ତର ଦେଲେ, “ମୁଁ ଏକ ଉଚ୍ଚ ପରିବାରର ନୁହେଁ କି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ନୁହେଁ, ମୁଁ କିପରି ରାଜାଙ୍କର ଝିଅକୁ ବିବାହ କରି ପାରିବି।” 19 ତେଣୁ ଦାଉଦ ମେରବ୍କୁ ବିବାହ କରିବା ପାଇଁ ସମୟ ଆସନ୍ତେ, ଶାଉଲ, ମହୋଲାତୀୟ ଅଦ୍ରୀୟେଲ ସହିତ ମେରବ୍ର ବିବାହ କରିଦେଲେ। 20 ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା ଓ ଲୋକମାନେ ଶାଉଲଙ୍କୁ ଏ କଥା କୁହନ୍ତେ, ମୀଖଲ ଯେ ଦାଉଦଙ୍କୁ ପ୍ରେମ କରୁଛି ଶାଉଲ ଏ କଥା ଶୁଣି ଖୁସୀ ହେଲେ। 21 ଶାଉଲ ଭାବିଲେ, “ମୁଁ ମୀଖଲ ମାଧ୍ୟମରେ ଦାଉଦକୁ ଫାସରେ ପକାଇ ଦେବି। ମୁଁ ମୀଖଲକୁ ଦାଉଦଙ୍କ ସହିତ ବିବାହ ଦେବି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦେବେ।” ତେଣୁ ଶାଉଲ ଦାଉଦଙ୍କୁ ଦ୍ୱିତୀୟ ଥର ପାଇଁ କହିଲେ, “ତୁମ୍ଭେ ଆଜି ମୋର କନ୍ୟାକୁ ବିବାହ କରିପାର।” 22 ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, “ତୁମ୍ଭେ ଦାଉଦଙ୍କୁ ବ୍ୟକ୍ତିଗତ ଭାବରେ କୁହ ଯେ, ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସେମାନଙ୍କର ଅଧିକାରୀଗଣ ମଧ୍ୟ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତୁମ୍ଭେ ତାଙ୍କର କନ୍ୟାକୁ ବିବାହ କରିବା ଉଚିତ୍।” 23 ଶାଉଲଙ୍କ ଦାସମାନେ ଏ କଥା ଦାଉଦଙ୍କୁ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭେ କ’ଣ ଭାବୁଛ ରାଜାଙ୍କର ଜ୍ୱାଇଁ ହେବା ଅତି ସହଜ? ମୋର ଏତେ ଅର୍ଥ ନାହିଁ ଯାହାକି ମୁଁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରି ପାରିବି। ମୁଁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମୋର ଅଳ୍ପ ମାନ୍ୟ।” 24 ଶାଉଲର ଦାସମାନେ ଦାଉଦ କ’ଣ କହିଲା ତାହା ଶାଉଲଙ୍କୁ କହିଲେ। 25 ଶାଉଲ ସେମାନଙ୍କୁ କହିଲେ, “ତୁମ୍ଭେ ଦାଉଦଙ୍କୁ ଏ କଥା କୁହ, ‘ରାଜା ଗ୍ଭହାନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅ ପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରୁ ପ୍ରତିଶୋଧ ନେବାକୁ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସୁନ୍ନତ ଚର୍ମ ଗ୍ଭହାନ୍ତି।’” ପଲେଷ୍ଟୀୟମାନଙ୍କ ଦ୍ୱାରା ଦାଉଦଙ୍କୁ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା। 26 ଶାଉଲଙ୍କର ଦାସମାନେ ଦାଉଦଙ୍କୁ ଏପରି ଶୁଣାନ୍ତେ ଦାଉଦ ରାଜି ହୋଇଗଲେ। ଦାଉଦ ବହୁତ ଖୁସୀ ହେଲେ ଯେ ତାଙ୍କୁ ଏକ ରାଜାଙ୍କର ଜ୍ୱାଇଁ ହେବା ପାଇଁ ସୁଯୋଗ ମିଳିଛି। ତେଣୁ ସେ ହଠାତ୍ ଯଥାକାର୍ଯ୍ୟ କଲା। 27 ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ। ସେମାନେ ଦୁଇ ଶହ ପଲେଷ୍ଟୀୟମାନଙ୍କୁ ବଧ କଲେ। ଦାଉଦ 200 ପଲେଷ୍ଟୀୟମାନଙ୍କର ସୁନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କୁ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହୁଁଥିଲେ ରାଜାଙ୍କର ଜ୍ୱାଇଁ ହେବା ପାଇଁ। ଶାଉଲ ତାଙ୍କର କନ୍ୟା ମୀଖଲକୁ ଦାଉଦ ସହ ବିବାହ ଦେଲେ। 28 ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ୟ ଦେଖିଲେ ଯେ ତାଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କରୁଅଛି। 29 ତେଣୁ ଶାଉଲ ଦାଉଦଙ୍କୁ ଅଧିକ ଭୟ କଲେ। ଶାଉଲ ସର୍ବଦା ଦାଉଦଙ୍କର ବିରୋଧୀ ହୋଇ ରହିଲେ। 30 ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇସ୍ରାଏଲୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରତ୍ୟେକ ଥର ଦାଉଦ ସେମାନଙ୍କୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ୟ ପାଇଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International