1 ଶାମୁୟେଲ 16 - ପବିତ୍ର ବାଇବଲଶାମୁୟେଲ ବୈଥ୍ଲେହମକୁ ଗଲେ 1 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈଥ୍ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।” 2 କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।” ସଦାପ୍ରଭୁ କହିଲେ, “ବୈଥ୍ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ 3 ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।” 4 ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈଥ୍ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?” 5 ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ। 6 ଯେତେବେଳେ ଯିଶୀ ଓ ତା'ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।” 7 କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।” 8 ତା'ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।” 9 ତା'ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।” 10 ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଲାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।” 11 ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?” ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।” ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।” 12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି। ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।” 13 ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ। ଏକ ମନ୍ଦ ଆତ୍ମା ଶାଉଲକୁ କଷ୍ଟ ଦେଲା 14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। 15 ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି। 16 ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।” 17 ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।” 18 ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈଥ୍ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।” 19 ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।” 20 ତା'ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ। 21 ଏହା ପରେ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାଯ୍ୟକାରୀ ହେଲେ। 22 ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।” 23 ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହସ୍ତରେ ବଜାନ୍ତି। ତହିଁରେ ଶାଉଲ ଆଶ୍ୱାସ ପାଇ ଭଲ ହୁଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International