Biblia Todo Logo
Bìoball air-loidhne

- Sanasan -

୧ କରିନ୍ଥୀୟ 5 - ପବିତ୍ର ବାଇବଲ


ମଣ୍ଡଳୀରେ ନୈତିକ ସମସ୍ୟା

1 ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,

2 ତଥାପି ମଧ୍ୟ ତୁମ୍ଭେମାନେ ଏହିସବୁ ପାଇଁ ଗର୍ବୀ। ତୁମ୍ଭେମାନେ ଏଥିପାଇଁ ଦୁଃଖିତ ହେବା ଉଚିତ୍। ଯିଏ ଏପରି ବ୍ୟଭିଗ୍ଭର କରିଛି, ତାହାକୁ ତୁମ୍ଭ ଦଳରୁ ବାହାର କରି ଦେବା ଉଚିତ୍।

3 ମୁଁ ସ୍ୱଶରୀରରେ ତୁମ୍ଭମାନଙ୍କ ପାଖରେ ନାହିଁ କିନ୍ତୁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁ ଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଗ୍ଭର କରିଥା’ନ୍ତି, ସେହିପରି ମୁଁ ବିଗ୍ଭର କରି ସାରିଛି।

4 ଆମ୍ଭର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହୁଅ।

5 ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୟତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ଦ୍ୱାରା ତା'ର ପାପର ଶରୀର ନଷ୍ଟ ହୋଇଯିବ। ତା'ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇ ପାରିବ।

6 ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।”

7 ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବାଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭେମାନେ ସେହି ଖମୀରଶୂନ୍ୟ ନିସ୍ତାରପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାରପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହୋଇ ଯାଇଛନ୍ତି।

8 ଅତଏବ, ଆସ ଆମ୍ଭେମାନେ ନିସ୍ତାରପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସେହି ପୁରୁଣା ଖମୀରଯୁକ୍ତ ରୋଟୀ ନୁହେଁ। ସେହି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସେହି ରୋଟୀ ଖାଇବା ଯେଉଁଥିରେ ଖମୀର ମିଶା ହୋଇ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ୟର ରୋଟୀ।

9 ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ, ତୁମ୍ଭେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।

10 କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ।

11 ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ।

12-13 ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି, ସେମାନଙ୍କ ବିଗ୍ଭର କରିବା ଉଚିତ୍ ନୁହେଁ। ପରମେଶ୍ୱର ସେମାନଙ୍କର ବିଗ୍ଭର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ତୁମ୍ଭେ ସେମାନଙ୍କର ବିଗ୍ଭର କର। ଶାସ୍ତ୍ର କୁହେ “ତୁମ୍ଭେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan