Biblia Todo Logo
Bìoball air-loidhne

- Sanasan -

ଯିଖରୀୟ 11 - ପବିତ୍ର ବାଇବଲ (Re-edited) - (BSI)


ବଧର ଅଧୀନ ପଲ

1 ହେ ଲିବାନୋନ, ତୁମ୍ଭର ଏରସବୃକ୍ଷ ସକଳକୁ ଅଗ୍ନି ଯେପରି ଗ୍ରାସ କରିବ, ଏଥିପାଇଁ ତୁମ୍ଭର କବାଟସବୁ ମେଲାଇ ଦିଅ।

2 ହେ ଦେବଦାରୁ ବୃକ୍ଷ, ହାହାକାର କର, କାରଣ ଏରସବୃକ୍ଷ ପତିତ ହେଲା, ମନୋହର ବୃକ୍ଷସବୁ ନଷ୍ଟ ହେଲା; ହେ ବାଶନର ଅଲୋନ ବୃକ୍ଷସବୁ, ହାହାକାର କର, କାରଣ ଦୁର୍ଗମ ବନ ଭୂମିସାତ୍ ହେଲା।

3 ମେଷପାଳକଗଣର ହାହାକାର ରବ ! କାରଣ ସେମାନଙ୍କର ଗୌରବ ନଷ୍ଟ ହେଲା ! ଯୁବା ସିଂହଗଣର ଗର୍ଜ୍ଜନ ରବ ! କାରଣ ଯର୍ଦ୍ଦନର ଦର୍ପସ୍ଥାନ ନଷ୍ଟ ହେଲା।

4 ସଦାପ୍ରଭୁ ମୋʼ ପରମେଶ୍ଵର ଏହି କଥା କହିଲେ; ଏହି ବଧର ଅଧୀନ ପଲକୁ ଚରାଅ;

5 ସେମାନଙ୍କର ଅଧିକାରୀମାନେ ସେମାନଙ୍କୁ ବଧ କରନ୍ତି ଓ ଆପଣାମାନଙ୍କୁ ନିର୍ଦ୍ଦୋଷ ବୋଲି ଜ୍ଞାନ କରନ୍ତି; ଆଉ, ଯେଉଁମାନେ ସେମାନଙ୍କୁ ବିକ୍ରୟ କରନ୍ତି, ସେମାନେ କହନ୍ତି, ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ମୁଁ ଧନୀ ହୋଇଅଛି ଓ ସେମାନଙ୍କର ନିଜ ପାଳକମାନେ ସେମାନଙ୍କୁ ଦୟା କରନ୍ତି ନାହିଁ।

6 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦେଶ ନିବାସୀମାନଙ୍କୁ ଆଉ ଦୟା କରିବା ନାହିଁ; ମାତ୍ର ଦେଖ, ଆମ୍ଭେ ମନୁଷ୍ୟ-ମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣକୁ ତାହାର ପ୍ରତିବାସୀର ହସ୍ତରେ ଓ ତାହାର ରାଜାର ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ଦେଶକୁ ଆଘାତ କରିବେ ଓ ସେମାନଙ୍କ ହସ୍ତରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା ନାହିଁ।

7 ଏଥିରେ ମୁଁ ସେହି ବଧର ଅଧୀନ ପଲକୁ, ପ୍ରକୃତରେ ପଲର ଦୁଃଖୀମାନଙ୍କୁ ଚରାଇଲି। ପୁଣି, ମୁଁ ଦୁଇଗୋଟି ଯଷ୍ଟି ନେଲି; ଗୋଟିକର ନାମ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲି; ଆଉ, ମୁଁ ପଲ ଚରାଇଲି;

8 ଆଉ, ମୁଁ ଏକ ମାସ ମଧ୍ୟରେ ତିନି ଜଣ ପାଳକଙ୍କୁ ଉଚ୍ଛିନ୍ନ କଲି; କାରଣ ସେମାନଙ୍କ ବିଷୟରେ ମୋର ପ୍ରାଣ କ୍ଳା; ହୋଇଥିଲା ଓ ମଧ୍ୟ ସେମାନଙ୍କ ପ୍ରାଣ ମୋତେ ଘୃଣା କଲା।

9 ସେତେବେଳେ ମୁଁ କହିଲି, ମୁଁ ତୁମ୍ଭମାନଙ୍କୁ ଚରାଇବି ନାହିଁ; ଯେ ମରିବ, ସେ ମରୁ ଓ ଯାହାର ଉଚ୍ଛିନ୍ନ ହେବାର ଅଛି, ସେ ଉଚ୍ଛିନ୍ନ ହେଉ ଓ ଯେଉଁମାନେ ଅବଶିଷ୍ଟ ରହନ୍ତି, ସେମାନଙ୍କର ଏକ ଜଣ ଅନ୍ୟର ମାଂସ ଖାଉ।

10 ପୁଣି, ମୁଁ ଆପଣା ଶୋଭା ନାମକ ଯଷ୍ଟି ନେଲି ଓ ସବୁ ଗୋଷ୍ଠୀ ସଙ୍ଗରେ ମୁଁ ଯେଉଁ ନିୟମ କରିଥିଲି, ତାହା ଭାଙ୍ଗିବା ନିମନ୍ତେ ସେହି ଯଷ୍ଟିକି ଖଣ୍ତ ଖଣ୍ତ କରି କାଟିଲି।

11 ଆଉ, ତାହା ସେହି ଦିନ ଭଗ୍ନ ହେଲା; ତହିଁରେ ପଲ ମଧ୍ୟରୁ ଯେଉଁ ଦୁଃଖୀମାନେ ମୋʼ କଥାରେ ମନୋଯୋଗ କଲେ; ସେମାନେ ତାହା ଯେ ସଦାପ୍ରଭୁଙ୍କର ବାକ୍ୟ, ଏହା ଜାଣିଲେ।

12 ପୁଣି, ମୁଁ ସେମାନଙ୍କୁ କହିଲି, ଯେବେ ତୁମ୍ଭେମାନେ ଭଲ ବୋଧ କର, ତେବେ ମୋର ବେତନ ମୋତେ ଦିଅ; ନୋହିଲେ କ୍ଷା; ହୁଅ। ତହିଁରେ ସେମାନେ ମୋର ବେତନ ନିମନ୍ତେ ତିରିଶ ରୌପ୍ୟ ମୁଦ୍ରା ତୌଲି କରି ଦେଲେ।

13 ଆଉ, ସଦାପ୍ରଭୁ ମୋତେ କହିଲେ, ଏହା କୁମ୍ଭକାର ନିକଟରେ ପକାଇ ଦିଅ, ଏହି ବିଲକ୍ଷଣ ମୂଲ୍ୟରେ ସେମାନେ ଆମ୍ଭର ମୂଲ୍ୟ ନିର୍ଣ୍ଣୟ କରିଅଛନ୍ତି। ତହିଁରେ ମୁଁ ସେହି ତିରିଶ ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ଗୃହରେ କୁମ୍ଭକାର ନିକଟରେ ପକାଇ ଦେଲି।

14 ଏଉତ୍ତାରେ ମୁଁ ବନ୍ଧନୀ ନାମକ ମୋହର ଅନ୍ୟ ଯଷ୍ଟି ନେଇ ଯିହୁଦାର ଓ ଇସ୍ରାଏଲର ମଧ୍ୟରେ ଭ୍ରାତୃଭାବ ଭଗ୍ନ କରିବା ନିମନ୍ତେ ତାହା ଖଣ୍ତ ଖଣ୍ତ କରି କାଟିଲି।

15 ଅନନ୍ତର ସଦାପ୍ରଭୁ ମୋତେ କହିଲେ, ତୁମ୍ଭେ ପୁନର୍ବାର ଏକ ନିର୍ବୋଧ ପାଳକର ସଜ ନିଅ।

16 କାରଣ ଦେଖ, ଆମ୍ଭେ ଦେଶ ମଧ୍ୟରେ ଏକ ପାଳକ ଉତ୍ପନ୍ନ କରାଇବା, ସେ ଉଚ୍ଛିନ୍ନ ଲୋକମାନଙ୍କର ତତ୍ତ୍ଵାବଧାନ କରିବ ନାହିଁ, କିଅବା, ଭଗ୍ନାଙ୍ଗମାନଙ୍କୁ ସୁସ୍ଥ କରିବ ନାହିଁ; ଅଥବା ସୁସ୍ଥମାନଙ୍କୁ ଚରାଇବ ନାହିଁ, ମାତ୍ର ସେ ହୃଷ୍ଟପୁଷ୍ଟ ମେଷଗଣର ମାଂସ ଭୋଜନ କରିବ ଓ ସେମାନଙ୍କର ଖୁରା ଖଣ୍ତ ଖଣ୍ତ କରି ବିଦୀର୍ଣ୍ଣ କରିବ।

17 ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଦକ୍ଷିଣ ଚକ୍ଷୁରେ ଖଡ଼୍‍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଦକ୍ଷିଣ ଚକ୍ଷୁ ସର୍ବତୋଭାବେ ଅନ୍ଧକାରଗ୍ରସ୍ତ ହେବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan