Biblia Todo Logo
Bìoball air-loidhne

- Sanasan -

ତୀତସ 1 - ପବିତ୍ର ବାଇବଲ (Re-edited) - (BSI)


ଅଭିବାଦନ

1 ପାଉଲ, ଈଶ୍ଵରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର ଲେଖୁଅଛି;

2 ଈଶ୍ଵରଙ୍କ ମନୋନୀତ ଲୋକମାନେ ଅନ; ଜୀବନର ଭରସା ପ୍ରାପ୍ତ ହୋଇ ଯେପରି ବିଶ୍ଵାସ ଓ ଭକ୍ତିସଙ୍ଗତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;

3 ସେହି ଅନ; ଜୀବନ, ସତ୍ୟବାଦୀ ଈଶ୍ଵର ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ଵାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଆଜ୍ଞାନୁସାରେ ମୋʼଠାରେ ସମର୍ପିତ ହୋଇଅଛି।

4 ପିତା ଈଶ୍ଵର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ।


ପ୍ରାଚୀନ ପଦର ଯୋଗ୍ୟତା

5 ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ, ପୁଣି ମୋହର ଆଦେଶାନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;

6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ଵାମୀ, ଯାହାଙ୍କ ସନ୍ତାନମାନେ ବିଶ୍ଵାସୀ ଅଟନ୍ତି ଓ କଦାଚରଣ ବିଷୟରେ ଅପବାଦିତ କିମ୍ଵା ଅବାଧ୍ୟ ନୁହନ୍ତି, ତାଙ୍କୁ ନିଯୁକ୍ତ କର।

7 କାରଣ ଅଧ୍ୟକ୍ଷ, ଈଶ୍ଵରଙ୍କର ବେବର୍ତ୍ତା ସ୍ଵରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲାଭର ଅଭିଳାଷୀ ନ ହୋଇ ଆତିଥ୍ୟପ୍ରିୟ,

8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,

9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ଵାସ-ଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ।

10 କାରଣ ଅନେକ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;

11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।

12 ସେମାନଙ୍କର ଜଣେ, ସେମାନଙ୍କର ସ୍ଵଜାତୀୟ ଜଣେ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସ୍ରକ ପଶୁତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।

13 ଏହି ସାକ୍ଷ୍ୟ ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀୟ କଳ୍ପିତ ଗଳ୍ପ ପୁଣି ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ

14 ଆଜ୍ଞା ପ୍ରତି ମନୋଯୋଗୀ ନ ହୋଇ ବିଶ୍ଵାସରେ ସବଳ ହୁଅନ୍ତି, ଏଥିପାଇଁ ସେମାନଙ୍କୁ ଦୃଢ଼ ଭାବରେ ଅନୁଯୋଗ କର।

15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ଵାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ, ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।

16 ସେମାନେ ଈଶ୍ଵରଙ୍କୁ ଜାଣନ୍ତି ବୋଲି ସ୍ଵୀକାର କରନ୍ତି, କିନ୍ତୁ ସେମାନଙ୍କ କର୍ମ ଦ୍ଵାରା ତାହାଙ୍କୁ ଅସ୍ଵୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି ସମସ୍ତ ସତ୍କର୍ମର ଅଯୋଗ୍ୟ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan