Biblia Todo Logo
Bìoball air-loidhne

- Sanasan -

ନିହିମୀୟା 11 - ପବିତ୍ର ବାଇବଲ (Re-edited) - (BSI)


ଯିରୂଶାଲମରେ ନେତୃବୃନ୍ଦ

1 ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।

2 ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ଵେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।

3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।

4 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;

5 ଆଉ, ବାରୁକର ପୁତ୍ର ମାସେୟ, ସେହି ବାରୁକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।

6 ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀର ପୁରୁଷ ଯିରୂଶାଲମରେ ବାସ କଲେ।

7 ବିନ୍ୟାମୀନର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।

8 ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।

9 ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟାର ପୁତ୍ର ଯିହୁଦା ନଗରର ଦ୍ଵିତୀୟ କର୍ତ୍ତା ଥିଲା।

10 ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବର ପୁତ୍ର ଯିଦୟୀୟ, ଯାଖୀନ,

11 ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ଵରଙ୍କ ଗୃହର ଅଧ୍ୟକ୍ଷ ଥିଲା।

12 ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମ୍ର ପୁତ୍ର ଅଦାୟା, ସେହି ଯିରୋହମ୍ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍‍କିୟେଲର ପୁତ୍ର,

13 ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର,

14 ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।

15 ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମ୍ର ପୁତ୍ର, ଅସ୍ରୀକାମ୍ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;

16 ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ଵରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;

17 ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ଵିତୀୟ ଥିଲା; ପୁଣି, ଯିଦୂଥୂନ-ବଂଶଜାତ ଗାଲଲର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ।

18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।

19 ଆହୁରି, ଦ୍ଵାରପାଳ ଅକ୍କୂବ୍, ଟଲ୍ମୋନ ଓ ନଗର-ଦ୍ଵାରସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।

20 ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟ-ମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ।

21 ନଥୀନୀୟ ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।

22 ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମର୍ତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ଵରଙ୍କ ଗୃହକାର୍ଯ୍ୟର ତତ୍ତ୍ଵାବଧାରଣ କଲା।

23 କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।

24 ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।


ଅନ୍ୟ ସହର ଓ ନଗରବାସୀମାନେ

25 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ;

26 ଆଉ ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ;

27 ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ;

28 ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ;

29 ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୁତରେ;

30 ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।

31 ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ;

32 ଅନାଥୋତ, ନୋବ ଓ ଅନନୀୟାରେ;

33 ହାତ୍ସୋର, ରାମା, ଗିତ୍ତୟିମରେ;

34 ହାଦୀଦ୍, ସବୋୟିମ, ନବଲ୍ଲାଟରେ;

35 ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।

36 ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan