ଯିରିମୀୟ 47 - ପବିତ୍ର ବାଇବଲ (Re-edited) - (BSI)ପଲେଷ୍ଟୀୟର ବିଚାର 1 ଫାରୋ ଘସା ନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତା;। 2 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି, ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ। 3 ତାହାର ବଳବାନ ଅଶ୍ଵଗଣର ଖୁରା ଶଦ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶଦ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ; 4 କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ଵ ହରଣ କରିବାର, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ଦିନ ଆସୁଅଛି; ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର, କପ୍ତୋର ଦ୍ଵୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ଵ ହରଣ କରିବେ; 5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ୍, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଅକିଞ୍ଚନ ହୋଇଅଛି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ? 6 ହେ ସଦାପ୍ରଭୁଙ୍କ ଖଡ଼୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷା; ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶା; ଓ କ୍ଷା; ହୁଅ। 7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିରୂପେ କ୍ଷା; ହୋଇପାର? ସେ ଅସ୍କିଲୋନ୍ର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India