ଏଜ୍ରା 2 - ପବିତ୍ର ବାଇବଲ (Re-edited) - (BSI)ନିର୍ବାସିତଙ୍କ ପ୍ରତ୍ୟାବର୍ତ୍ତନ 1 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ; 2 ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମୀୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା, 3 ପରୀୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ। 4 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ। 5 ଆରହର ସନ୍ତାନ ସାତ ଶହ ପଞ୍ଚସ୍ତରି ଜଣ। 6 ଯେଶୂୟ ଓ ଯୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ବାର ଜଣ। 7 ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ। 8 ସତ୍ତୂର ସନ୍ତାନ ନଅ ଶହ ପଞ୍ଚଚାଳିଶ ଜଣ। 9 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ। 10 ବାନିର ସନ୍ତାନ ଛଅ ଶହ ବୟାଳିଶ ଜଣ। 11 ବେବୟର ସନ୍ତାନ ଛଅ ଶହ ତେଇଶ ଜଣ। 12 ଅସ୍ଗଦର ସନ୍ତାନ ଏକ ହଜାର ଦୁଇ ଶହ ବାଇଶ ଜଣ। 13 ଅଦୋନୀକାମର ସନ୍ତାନ ଛଅ ଶହ ଛଷଠି ଜଣ। 14 ବିଗ୍ବୟର ସନ୍ତାନ ଦୁଇ ହଜାର ଛପନ ଜଣ। 15 ଆଦୀନର ସନ୍ତାନ ଚାରି ଶହ ଚଉବନ ଜଣ। 16 ହିଜକୀୟର ବଂଶଜାତ ଆଟରର ସନ୍ତାନ ଅଠାନବେ ଜଣ। 17 ବେତ୍ସୟର ସନ୍ତାନ ତିନି ଶହ ତେଇଶ ଜଣ। 18 ଯୋରାହର ସନ୍ତାନ ଏକ ଶହ ବାର ଜଣ। 19 ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ। 20 ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ। 21 ବୈଥ୍ଲେହମର ସନ୍ତାନ ଏକ ଶହ ତେଇଶ ଜଣ। 22 ନଟୋଫାର ଲୋକ ଛପନ ଜଣ। 23 ଅନାଥୋତର ଲୋକ ଏକ ଶହ ଅଠାଇଶ ଜଣ। 24 ଅସ୍ମାବତର ସନ୍ତାନ ବୟାଳିଶ ଜଣ। 25 କିରୀୟତ୍-ୟାରିମ୍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ। 26 ରାମାର ଓ ଗେବାର ସନ୍ତାନ ଛଅ ଶହ ଏକୋଇଶ୍ ଜଣ। 27 ମିକ୍ମସର ଲୋକ ଏକ ଶହ ବାଇଶ ଜଣ। 28 ବୈଥେଲ୍ର ଓ ଅୟର ଲୋକ ଦୁଇ ଶହ ତେଇଶ ଜଣ। 29 ନବୋର ସନ୍ତାନ ବାଆନ ଜଣ। 30 ମଗ୍ବୀଶର ସନ୍ତାନ ଏକ ଶହ ଛପନ ଜଣ। 31 ଅନ୍ୟ ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ। 32 ହାରୀମର ସନ୍ତାନ ତିନି ଶହ କୋଡ଼ିଏ ଜଣ। 33 ଲୋଦ୍ ଓ ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ପଚିଶ ଜଣ। 34 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ। 35 ସନାୟାର ସନ୍ତାନ ତିନି ହଜାର ଛଅ ଶହ ତିରିଶ ଜଣ। 36 ଯାଜକମାନଙ୍କ ସଂଖ୍ୟା; ଯେଶୂୟ-ବଂଶଜ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ। 37 ଇମ୍ମେରର ସନ୍ତାନ ଏକ ହଜାର ବାଆନ ଜଣ। 38 ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ। 39 ହାରୀମର ସନ୍ତାନ ଏକ ହଜାର ସତର ଜଣ। 40 ଲେବୀୟମାନଙ୍କ ସଖ୍ୟା; ହୋଦବୀୟର ସନ୍ତାନମାନଙ୍କ ମଧ୍ୟରୁ ଯେଶୂୟ ଓ କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ। 41 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠାଇଶ ଜଣ। 42 ଦ୍ଵାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମର ସନ୍ତାନ, ଆଟରର ସନ୍ତାନ, ଟଲମୋନର ସନ୍ତାନ, ଆକ୍କବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ। 43 ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ; 44 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ; 45 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକ୍କୂବର ସନ୍ତାନଗଣ; 46 ହାଗାର ସନ୍ତାନଗଣ, ଶମ୍ଲୟର ସନ୍ତାନଗଣ, ହାନନର ସନ୍ତାନଗଣ; 47 ଗଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ; 48 ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ; 49 ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ, ବେଷୟର ସନ୍ତାନଗଣ; 50 ଅସ୍ନାର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ; 51 ବକ୍ବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ; 52 ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନ-ଗଣ,ହର୍ଶାର ସନ୍ତାନଗଣ; 53 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ; 54 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ। 55 ଶଲୋମନର ଦାସମାନଙ୍କ ସନ୍ତାନଗଣ; ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ; 56 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ; 57 ଶଫଟୀୟର ସନ୍ତାନଗଣ, ହଟୀଲର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୀର ସନ୍ତାନଗଣ; 58 ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ। 59 ପୁଣି ତେଲ୍ମେଲହ, ତେଲ୍ହର୍ଶା, କରୁବ, ଅଦ୍ଦନ୍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା, 60 ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବାଆନ ଜଣ। 61 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା। 62 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀପତ୍ର ଅନ୍ଵେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକପଦଚ୍ୟୁତ ହେଲେ। 63 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ। 64 ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ଥିଲେ। 65 ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ। ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ। 66 ସେମାନଙ୍କର ସାତ ଶହ ଛତିଶ ଅଶ୍ଵ; ଦୁଇ ଶହ ପଞ୍ଚଚାଳିଶ ଖଚର; 67 ଚାରି ଶହ ପଞ୍ଚତିରିଶ ଉଷ୍ଟ୍ର; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ। 68 ଏଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ଵରଙ୍କର ସେହି ଗୃହ ସ୍ଵସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ। 69 ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ ଏକଷଠି ହଜାର ଡାରିକ୍ ସ୍ଵର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ। 70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ଵାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India