Biblia Todo Logo
Bìoball air-loidhne

- Sanasan -

ଏଷ୍ଟର 10 - ପବିତ୍ର ବାଇବଲ (Re-edited) - (BSI)


ମର୍ଦ୍ଦଖୟଙ୍କର ମହାନତା

1 ସେହି ଅକ୍ଷଶ୍ଵେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ଵୀପସମୂହରେ କର ବସାଇଲା।

2 ପୁଣି, ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ଵ ଦେଇ ଉଚ୍ଚପଦରେ ନିଯୁକ୍ତ କଲା, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟା ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲିଖିତ ନାହିଁ?

3 କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାର ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତ୍ରୁସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ଵେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan