୧ ତୀମଥି 3 - ପବିତ୍ର ବାଇବଲ (Re-edited) - (BSI)ଅଧ୍ୟକ୍ଷ ପଦର ଯୋଗ୍ୟତା 1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି। 2 ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ଵାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, 3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, 4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ। 5 (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ତତ୍ତ୍ଵ ନେବ?) 6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ। 7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ। ସେବକ (ଦୀକନ) ପଦର ଯୋଗ୍ୟତା 8 ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ, 9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; 10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ, ସେବକ ପଦରେ ନିଯୁକ୍ତ ହେଉନ୍ତୁ। 11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ। 12 ସେବକମାନେ ଏକ ଏକ ସ୍ତ୍ରୀର ସ୍ଵାମୀ ହେଉନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ। 13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି, ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସମୂଳକ ବିପୁଳ ସାହସ ଲାଭ କରିବେ। ଈଶ୍ଵର ପରାୟଣତାର ନିଗୂଢ଼ତତ୍ତ୍ଵ 14 ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି; 15 ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି। 16 ଈଶ୍ଵରପରାୟଣତାର ନିଗୂଢ଼ ତତ୍ତ୍ଵ ଯେ ମହତ୍, ଏହା ସମସ୍ତେ ସ୍ଵୀକାର କରନ୍ତି। ତାହା ଏହି, ସେ ଦେହବ; ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ଵାରା ଦେଖାଗଲେ,, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେଜ, ଗୌରବରେ ଗୃହୀତ ହେଲେ।। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India