Biblia Todo Logo
Bìoball air-loidhne

- Sanasan -

1 ବଂଶାବଳୀ 8 - ପବିତ୍ର ବାଇବଲ (Re-edited) - (BSI)


ବିନ୍ୟାମୀନଙ୍କ ବଂଶଧର

1 ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;

2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।

3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ

4 ଓ ଅବୀଶୟ ଓ ନାମାନ୍ ଓ ଆହୋହ

5 ଓ ଗେରା ଓ ଶଫୂଫନ୍ ଓ ହୂରମ୍।

6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ।

7 ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା।

8 ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।

9 ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍

10 ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ।

11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।

12 ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍

13 ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।

14 ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍

15 ଓ ସବଦୀୟ ଓ ଅରାଦ୍ ଓ ଏଦର

16 ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ;

17 ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର

18 ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍।

19 ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି

20 ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ

21 ଓ ଅଦାୟା ଓ ବରାୟା ଓ ଶିମ୍ରତ୍;

22 ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ

23 ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍

24 ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ

25 ଓ ଯିଫଦୀୟ ଓ ପନୁୟେଲ;

26 ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ

27 ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି;

28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।

29 ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।

30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍

31 ଓ ଗଦୋର ଓ ଅହୀୟୋ ଓ ସଖର;

32 ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।

33 ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍‍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ।

34 ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା।

35 ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ।

36 ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।

37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;

38 ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର।

39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍।

40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନର ସନ୍ତାନ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan