Biblia Todo Logo
Bìoball air-loidhne

- Sanasan -

1 ବଂଶାବଳୀ 7 - ପବିତ୍ର ବାଇବଲ (Re-edited) - (BSI)


ଇଷାଖରଙ୍କ ବଂଶଧର

1 ଇଷାଖରର ପୁତ୍ରଗଣ; ତାଲୟ ଓ ପୂୟ, ଯାଶୂବ୍ ଓ ଶିମ୍ରୋଣ, ଚାରି ଜଣ।

2 ଆଉ ତୋଲୟର ପୁତ୍ରଗଣ; ଉଷି ଓ ରଫାୟ ଓ ଯିରୀୟେଲ ଓ ଯହମୟ ଓ ଯିବ୍ସମ୍ ଓ ଶେମୁୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।

3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।

4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ଵ ସ୍ଵ ପିତୃ-ବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।

5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଶୀ ହଜାର ଥିଲେ।

6 ଆଉ ବିନ୍ୟାମୀନର ପୁତ୍ରଗଣ; ବେଲା ଓ ବେଖର୍ ଓ ଯିଦୀୟେଲ, ତିନି ଜଣ।

7 ଆଉ ବେଲାର ପୁତ୍ରଗଣ; ଇଷ୍ବୋନ୍ ଓ ଉଷ ଓ ଉଷୀୟେଲ ଓ ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।

8 ଆଉ ବେଖରର ପୁତ୍ରଗଣ; ସମୀର୍ ଓ ଯୋୟାଶ୍ ଓ ଇଲୀୟେଷର୍ ଓ ଇଲୀୟୋ-ଐନୟ ଓ ଅମ୍ରି ଓ ଯିରେମୋତ୍ ଓ ଅବୀୟ ଓ ଅନାଥୋତ୍ ଓ ଆଲେମତ୍। ଏ ସମସ୍ତେ ବେଖରର ସନ୍ତାନ।

9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ଵ ସ୍ଵ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।

10 ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର;

11 ଯିହୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।

12 ଶୁପ୍‍ପୀମ୍ ମଧ୍ୟ ଓ ହୁପ୍‍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ।


ନପ୍ତାଲିଙ୍କ ବଂଶଧର

13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍ ଓ ଗୂନି ଓ ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ।


ମନଃଶିଙ୍କ ବଂଶଧର

14 ମନଃଶିର ପୁତ୍ରଗଣ; ଅସ୍ରୀୟେଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା; (ତାହାର ଅରାମୀୟା ଉପପନିୀ, ଗିଲୀୟଦର ପିତା ମାଖୀର୍କୁ ପ୍ରସବ କଲା;

15 ଏହି ମାଖୀର୍ ହୁପ୍‍ପୀମ୍ ଓ ଶୁପ୍‍ପୀମ୍ ସମ୍ଵନ୍ଧୀୟା ଏକ ସ୍ତ୍ରୀକି ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା); ଆଉ ଦ୍ଵିତୀୟର ନାମ ସଲ୍ଫାଦ୍ ଓ ସଲ୍ଫାଦର କନ୍ୟାମାନେ ଥିଲେ।

16 ଆଉ ମାଖୀର୍ର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି ତାହାର ପୁତ୍ର ଉଲମ୍ ଓ ରେକମ୍।

17 ଉଲମ୍ର ପୁତ୍ରଗଣ, ବଦାନ୍। ଏମାନେ ମନଃଶିର ପୌତ୍ର ମାଖୀର୍ର ପୁତ୍ର ଗିଲୀୟଦର ସନ୍ତାନ।

18 ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ ଓ ଅବୀୟେଷର ଓ ମହଲାକୁ ପ୍ରସବ କଲା।

19 ଆଉ ଶମୀଦାର ପୁତ୍ର ଅହୀୟନ୍ ଓ ଶେଖମ୍ ଓ ଲିକ୍ହି ଓ ଅନୀୟାମ୍।


ଇଫ୍ରୟିମଙ୍କ ବଂଶଧର

20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍,

21 ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ ଓ ଏତ୍ସର ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।

22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ।

23 ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।

24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନୀଚତର ବୈଥୋରୋଣ ଓ ଉଷେନ୍ ଶୀରା ନିର୍ମାଣ କଲା।

25 ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;

26 ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମ୍ମୀହୂଦ୍, ତାହାର ପୁତ୍ର ଇଲୀଶାମା;

27 ତାହାର ପୁତ୍ର ନୂନ୍, ତାହାର ପୁତ୍ର ଯିହୋଶୂୟ।

28 ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା;

29 ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ଵସ୍ଥ ବୈଥ୍ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।


ଆଶେର୍ଙ୍କ ବଂଶଧର

30 ଆଶେର୍ର ସନ୍ତାନଗଣ; ଯିମ୍ନ ଓ ଯିଶ୍ବ ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କର ଭଗିନୀ ସେରହ।

31 ବରୀୟର ପୁତ୍ର ହେବର୍ ଓ ବିର୍ଷୋତର ପିତା ମଲ୍‍କୀୟେଲ।

32 ପୁଣି ହେବର୍, ଯଫ୍ଲେଟ୍ ଓ ଶୋମର ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।

33 ଯଫ୍ଲେଟର ପୁତ୍ର ପାସକ ଓ ବିମ୍ହଲ୍ ଓ ଅଶ୍ଵତ୍। ଏମାନେ ଯଫ୍ଲେଟର ସନ୍ତାନ।

34 ଆଉ ଶେମରର ପୁତ୍ର ଅହି ଓ ରୋହଗ, ଯିହୁବ୍ବ ଓ ଅରାମ।

35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ ଓ ଯିମ୍ନ ଓ ଶେଲଶ୍ ଓ ଆମଲ।

36 ଶୋଫହର ପୁତ୍ର ସୂହ ଓ ହର୍ଣ୍ଣେଫର୍ ଓ ଶୂୟାଲ୍ ଓ ବେରୀ ଓ ଯିମ୍ର;

37 ବେତ୍ସର ଓ ହୋଦ୍ ଓ ଶମ୍ମ ଓ ଶିଲ୍ଶ ଓ ଯିତ୍ରନ୍ ଓ ବେରା।

38 ଯେଥରର ପୁତ୍ର ଯିଫୁନ୍ନି ଓ ପିଷ୍ପ ଓ ଅରା।

39 ଆଉ ଉଲ୍ଲର ପୁତ୍ର ଆରହ ଓ ହନ୍ନୀୟେଲ ଓ ରିତ୍ସୀୟ।

40 ଏସମସ୍ତେ ଆଶେର୍ର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan