Biblia Todo Logo
Bìoball air-loidhne

- Sanasan -

1 ବଂଶାବଳୀ 3 - ପବିତ୍ର ବାଇବଲ (Re-edited) - (BSI)


ଦାଉଦଙ୍କ ବଂଶଧର

1 ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ୍, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; ଦ୍ଵିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;

2 ତୃତୀୟ ଅବଶାଲୋମ୍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;

3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।

4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ।

5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ ଓ ଶୋବବ୍ ଓ ନାଥନ୍ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍ଶୂୟାଠାରୁ ଜାତ;

6 ଆହୁରି ଯିଭର ଓ ଇଲୀଶାମା ଓ ଇଲୀଫେଲଟ୍;

7 ନୋଗହ ଓ ନେଫଗ୍ ଓ ଯାଫୀୟ;

8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍, ଏହି ନଅ ଜଣ।

9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପନିୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।

10 ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମ୍, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ;

11 ତାହାର ପୁତ୍ର ଯୋରାମ୍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍;

12 ତାହାର ପୁତ୍ର ଅମତ୍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍;

13 ତାହାର ପୁତ୍ର ଆହସ୍, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି;

14 ତାହାର ପୁତ୍ର ଅମୋନ୍, ତାହାର ପୁତ୍ର ଯୋଶୀୟ।

15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍, ଦ୍ଵିତୀୟ ଯିହୋୟାକୀମ୍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍।

16 ପୁଣି ଯିହୋୟାକୀମ୍ର ସନ୍ତାନଗଣନ୍ତତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।

17 ବନ୍ଦୀ ଯିକନୀୟର ସନ୍ତାନଗଣ;

18 ତାହାର ପୁତ୍ର ଶଲ୍ଟୀୟେଲ ଓ ମଲ୍‍କୀରାମ୍ ଓ ପଦାୟ ଓ ଶିନତ୍ସର, ଯିକମୀୟ, ହୋଶାମା ଓ ନଦବୀୟ।

19 ପଦାୟର ପୁତ୍ର ସରୁବ୍ବାବିଲ୍ ଓ ଶିମୀୟି; ପୁଣି ସରୁବ୍ବାବିଲର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା।

20 ଆଉ ହଶୂବା ଓ ଓହେଲ୍ ଓ ବେରିଖୀୟ ଓ ହସଦୀୟ ଓ ଯୁଶବ-ହେଷଦ୍, ଏହି ପାଞ୍ଚ ଜଣ।

21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ।

22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ, ଯିଗାଲ ଓ ବାରୀହ ଓ ନିୟରୀୟ ଓ ଶାଫଟ୍, ଛଅ ଜଣ।

23 ନିୟରୀୟର ସନ୍ତାନ ଇଲୀୟୋ-ଐନୟ ଓ ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ।

24 ପୁଣି ଇଲୀୟୋ-ଐନୟର ପୁତ୍ର ହୋଦବୀୟ ଓ ଇଲୀୟାଶୀବ ଓ ପ୍ଲାୟ ଓ ଅକ୍କବ ଓ ଯୋହାନନ୍ ଓ ଦଳାୟ ଓ ଅନାନି, ଏହି ସାତ ଜଣ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan