Biblia Todo Logo
Bìoball air-loidhne

- Sanasan -

ମାର୍କ 9 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ସେମାନଙ୍କୁ ଆହୁରି କହିଲେ, “ମୁଁ ତୁମ୍ଭମାନଙ୍କୁ କହି ରଖୁଛି, ପରାକ୍ରମ ସହ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠିତ ହେବାର ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା କେତେକ ଲୋକ ମୃତ୍ୟୁ ଭୋଗ କରିବେ ନାହିଁ।”


ଯୀଶୁଙ୍କର ଦିବ୍ୟ ରୂପାନ୍ତର
( ମାଥିଉ ୧୭:୧-୧୩ ; ଲୂକ ୯:୨୮-୩୬ )

2 ଏହାର ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଯୀଶୁ ଗୋଟିଏ ଉଚ୍ଚ ପର୍ବତ ଆରୋହଣ କଲେ। ସେଠାରେ ଅନ୍ୟ କେହି ନ ଥିଲେ। ଶିଷ୍ୟମାନେ ଚାହୁଁ ଚାହୁଁ ଯୀଶୁଙ୍କର ଗୋଟିଏ ଅପୂର୍ବ ରୂପାନ୍ତର ହେଲା।

3 ତାଙ୍କ ବସ୍ତ୍ର ଶୁଭ୍ର ହୋଇ ଅତି ଉଜ୍ଜ୍ୱଳ ଦେଖାଗଲା - ଜଗତର କେହି ତାକୁ ଧୋଇ ଏତେ ଶୁଭ୍ର କରିପାରି ନ ଥାନ୍ତା।

4 ତା’ପରେ ତିନି ଶିଷ୍ୟ ଦେଖିଲେ, ଏଲିୟ ଓ ମୋଶା ଆବିର୍ଭୂତ ହୋଇ ଯୀଶୁଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି।

5 ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଏହା କେଡ଼େ ଆନନ୍ଦର କଥା ଯେ ଆଜି ଆମେ ଏଠି ଅଛୁ। ଏଠି ତିନୋଟି କୁଟୀର ନିର୍ମାଣ କରିବା। ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟ ଗୋଟିଏ ଏଲିୟଙ୍କ ପାଇଁ।”

6 ପିତର କ’ଣ କହିବେ, ଭାବି ନ ପାରି ଏହି କଥା କହିଥିଲେ। କାରଣ ଶିଷ୍ୟମାନେ ଭୀତତ୍ରସ୍ତ ହୋଇ ପଡ଼ିଥିଲେ।

7 ହଠାତ୍ ଆକାଶରେ ଗୋଟିଏ ମେଘ ଦେଖାଗଲା ଓ ତା’ର ଛାୟା ସେମାନଙ୍କୁ ଆଚ୍ଛାଦନ କଲା। ପୁଣି ସେହି ମେଘ ଭିତରୁ ଗୋଟିଏ ବାଣୀ ଶୁଣାଗଲା: “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣ।”

8 ସେତେବେଳେ ଶିଷ୍ୟମାନେ ଚାରି ଆଡ଼କୁ ତତ୍କ୍ଷଣାତ୍ ଚାହିଁ କେବଳ ଯୀଶୁଙ୍କ ବ୍ୟତୀତ ସେଠାରେ ଅନ୍ୟ କାହାକୁ ଦେଖିଲେ ନାହିଁ।

9 ସେମାନେ ପର୍ବତରୁ ଅବତରଣ କଲାବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ଆଜି ଯାହା ଦେଖିଲ, ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ôଥତ ହେବା ପର୍ଯ୍ୟନ୍ତ ସେକଥା କାହାକୁ କୁହ ନାହିଁ।”

10 ଯୀଶୁଙ୍କ ଆଦେଶ ସେମାନେ ପାଳନ କଲେ, କିନ୍ତୁ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କଲେ, “ମୃତ୍ୟୁରୁ ପୁନରୁତ୍ôଥତ ହେବା” ଅର୍ଥ କଅଣ?

11 ସେମାନେ ଯୀଶୁଙ୍କୁ ପଚାରିଲେ, “ଏଲିୟ ପ୍ରଥମେ ଆସିବେ ବୋଲି ଆମ ଧର୍ମଶାସ୍ତ୍ର ଗୁରୁମାନେ କାହିଁକି କହନ୍ତି?”

12 ଯୀଶୁ ଉତ୍ତର ଦେଲେ, “ବାସ୍ତବିକ୍ ସମସ୍ତ ବିଷୟ ପ୍ରସ୍ତୁତ କରିବା ପାଇଁ ଏଲିୟ ପ୍ରଥମେ ଆସିବା କଥା। ତଥାପି ମନୁଷ୍ୟପୁତ୍ର ଅନେକ ଦୁଃଖ ଭୋଗ କରି ଉପେକ୍ଷିତ ହେବେ ବୋଲି ଶାସ୍ତ୍ରରେ କାହିଁକି ଉଲ୍ଲେଖ ଅଛି?

13 ସେ ଯାହାହେଉ, ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଉଛି, ଏଲିୟ ଆସି ସାରିଛନ୍ତି ଏବଂ ଲୋକେ ତାଙ୍କ ପ୍ରତି ମନ ଇଚ୍ଛା ବ୍ୟବହାର କରିଛନ୍ତି। ଏହାଦ୍ୱାରା ତାଙ୍କ ବିଷୟରେ ଶାସ୍ତ୍ରରେ ଯାହା କୁହାଯାଇଛି, ତା’ ସବୁ ଘଟିଛି।”


ଯୀଶୁ ଭୂତଗ୍ରସ୍ତ ବାଳକକୁ ସୁସ୍ଥ କଲେ
( ମାଥିଉ ୧୭:୧୪-୨୦ ; ଲୂକ ୯:୩୭-୪୩ )

14 ସେମାନେ ଅନ୍ୟ ଶିଷ୍ୟମାନଙ୍କ ନିକଟରେ ପହଞ୍ôଚବାବେଳେ, ସେଠାରେ ଅନେକ ଲୋକ ଜମା ହୋଇଥିଲେ ଏବଂ ସେହି ଶିଷ୍ୟମାନଙ୍କ ସହିତ କେତେକ ଧର୍ମଗୁରୁ ତର୍କ କରୁଥିଲେ।

15 ଲୋକେ ହଠାତ୍ ଯୀଶୁଙ୍କୁ ଦେଖି ବିସ୍ମିତ ହେଲେ ଏବଂ ଦୌଡ଼ିଯାଇ ତାଙ୍କୁ ନମସ୍କାର କଲେ।

16 ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ସେମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତି କରୁଥିଲ?”

17 ଲୋକ ଗହଳି ଭିତରୁ ଜଣେ ଉତ୍ତର ଦେଇ କହିଲା, “ଗୁରୁ, ମୋ’ ପୁଅକୁ ଭୂତ ଧରିଛି ଏବଂ ସେ କଥା କହିପାରୁ ନାହିଁ। ତାକୁ ମୁଁ ଆପଣଙ୍କ ନିକଟକୁ ଆଣିଥିଲି।

18 ଭୂତ ତାକୁ ଥରେ ଥରେ ତଳେ ପକାଇ ଦିଏ। ସେତେବେଳେ ତା’ ମୁହଁରୁ ଫେଣ ବାହାରେ, ସେ ତା’ ଦାନ୍ତ ରଗଡ଼େ ଓ ତା’ ଦେହ ଅଚଳ ହୋଇଯାଏ। ଭୂତ ଛଡ଼ାଇବା ପାଇଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଲି, କିନ୍ତୁ ସେମାନେ କିଛି କରିପାରିଲେ ନାହିଁ।”

19 ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ଅଳ୍ପ ବିଶ୍ୱାସୀ। ତୁମ ସହିତ ମୁଁ ଆଉ କେତେ ଦିନ ରହିବି? କେତେ ଦିନ ଆଉ ମୁଁ ତୁମକୁ ସହ୍ୟ କରିବି? ପୁଅଟିକୁ ମୋ’ ପାଖକୁ ନେଇ ଆସ।” ସେମାନେ ଯୀଶୁଙ୍କ ନିକଟକୁ ତାକୁ ଆଣିଲେ।

20 ପ୍ରେତାତ୍ମା ଯୀଶୁଙ୍କୁ ଦେଖିବାକ୍ଷଣି ବାଳକକୁ ଅଚେତ କରିଦେଇ ତଳେ କଚାଡ଼ି ଦେଲା ଏବଂ ପିଲାଟି ପାଟିରୁ ଫେଣ କାଢ଼ି ତଳେ ଗଡ଼ିବାକୁ ଲାଗିଲା।

21 ଯୀଶୁ ତା’ ବାପାକୁ ପଚାରିଲେ, “କେତେ ଦିନ ଧରି ଏମିତି ହୋଇଛି?”

22 ସେ ଉତ୍ତର ଦେଲା, “ପିଲାବେଳୁ। ଭୂତ ତାକୁ ନିଆଁ ବା ପାଣିରେ ପକାଇ ମାରି ଦେବା ପାଇଁ ଅନେକ ଥର ଚେଷ୍ଟା କରିଛି। ଗୁରୁ! ସମ୍ଭବ ହେଲେ, ଦୟାକରି ଆମକୁ ଏଥିରେ ସାହାଯ୍ୟ କରନ୍ତୁ।”

23 ଯୀଶୁ କହିଲେ, “ହଁ! ଯେ ବିଶ୍ୱାସ କରେ, ତା’ ପକ୍ଷରେ ସବୁ ସମ୍ଭବ।”

24 ବାଳକର ବାପା ଉଚ୍ଚସ୍ୱରରେ କହିଲା, “ମୋର ବିଶ୍ୱାସ ଅଛି, କିନ୍ତୁ ଯଥେଷ୍ଟ ନୁହେଁ। ମୋ’ ବିଶ୍ୱାସ ବଢ଼ାଇବା ପାଇଁ ମୋତେ ସାହାଯ୍ୟ କରନ୍ତୁ।”

25 ଯୀଶୁ ଲକ୍ଷ୍ୟ କଲେ, ଚାରିଆଡ଼ୁ ଲୋକେ ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ତେଣୁ ସେ ପ୍ରେତାତ୍ମାକୁ ଆଦେଶ ଦେଲେ, “ଆରେ ମୂକ ଓ ବଧିର ଆତ୍ମା - ମୁଁ ଆଜ୍ଞା ଦେଉଛି, ଏ ପିଲା ଭିତରୁ ବାହାରି ଯା’ - ଆଉ କେବେ ତା’ ଭିତରେ ପ୍ରବେଶ କରିବୁ ନାହିଁ।”

26-27 ପ୍ରେତାତ୍ମା ଚିକ୍ରାର କରି ବାଳକକୁ ଅଚେତ କରିଦେଲା ଏବଂ ତାକୁ ତଳେ କଚାଡ଼ି ଦେଇ ତା’ ଭିତରୁ ବାହାରି ଗଲା। ଅଚେତ ବାଳକଟି ଶବପରି ଦେଖାଗଲା ଏବଂ ସମସ୍ତେ କହିଲେ, “ସେ ମରିଯାଇଛି।” କିନ୍ତୁ ଯୀଶୁ ତା’ ହାତ ଧରି ତାକୁ ଉଠାଇଲେ ଏବଂ ସେ ଉଠି ଠିଆ ହେଲା।

28 ଯୀଶୁ ଘର ଭିତରକୁ ଯିବା ପରେ ଶିଷ୍ୟମାନେ ତାଙ୍କୁ ନିଭୃତରେ ପଚାରିଲେ, “ଆମେ କାହିଁକି ସେହି ପ୍ରେତାତ୍ମାକୁ ତଡ଼ିଦେଇ ପାରିବୁ ନାହିଁ?”

29 ଯୀଶୁ ଉତ୍ତର ଦେଲେ, “ଏହି ପ୍ରକାର ପ୍ରେତାତ୍ମାମାନଙ୍କୁ କେବଳ ପ୍ରାର୍ଥନାର ଶକ୍ତି ଦ୍ୱାରା ବାହାର କରି ଦିଆଯାଇ ପାରିବ - ଅନ୍ୟ ଉପାୟ ନାହିଁ।”


ଯୀଶୁ ନିଜ ମୃତ୍ୟୁ ବିଷୟରେ ଆଉ ଥରେ ସୂଚନା ଦେଲେ
( ମାଥିଉ ୧୭:୨୨-୨୩ ; ଲୂକ ୯:୪୩-୪୫ )

30 ଯୀଶୁ ଓ ତାଙ୍କ ଶିଷ୍ୟମାନେ ସେହି ସ୍ଥାନ ଛାଡ଼ି ଗାଲିଲୀ ଅଞ୍ଚଳ ଭିତର ଦେଇ ଯାତ୍ରା କଲେ। ସେ କେଉଁଠି ଅଛନ୍ତି, କେହି ନ ଜାଣନ୍ତୁ ବୋଲି ଯୀଶୁ ଚାହୁଁଥିଲେ,

31 କାରଣ ଏହି ଅବସରରେ ଯୀଶୁ ଶିଷ୍ୟମାନଙ୍କୁ ବୁଝାଇ କହୁଥିଲେ, କିପରି ‘ମନୁଷ୍ୟପୁତ୍ର’ ଲୋକମାନଙ୍କ ହାତରେ ସମର୍ପିତ ହୋଇ ନିହତ ହେବେ, କିନ୍ତୁ କିପରି ତାଙ୍କ ମୃତ୍ୟୁର ତିନି ଦିନ ପରେ ସେ ପୁନରୁତ୍ôଥତ ହେବେ।

32 ଶିଷ୍ୟମାନେ ଏ କଥାର ମର୍ମ ବୁଝିପାରିଲେ ନାହିଁ। କିନ୍ତୁ ସେ ବିଷୟରେ ତାଙ୍କୁ ଆଉ ପ୍ରଶ୍ନ କରିବାକୁ ଭୟ କଲେ।


ସବୁଠାରୁ ବଡ଼ କିଏ?
( ମାଥିଉ ୧୮:୧୫ ; ଲୂକ ୯:୪୬-୪୮ )

33 ସେମାନେ କପର୍ନାହୂମରେ ପହଞ୍ôଚ ଘରେ ପ୍ରବେଶ କରିବା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ରାସ୍ତାରେ ଆସିବାବେଳେ ତୁମ୍ଭେମାନେ କେଉଁ ବିଷୟରେ ତର୍କବିତର୍କ କରୁଥିଲେ?”

34 ସେମାନେ ନିରୁତ୍ତର ରହିଲେ, କାରଣ ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ବଡ଼, ଏ ବିଷୟରେ ସେମାନେ ବାଟରେ ଆଲୋଚନା କରୁଥିଲେ।

35 ଯୀଶୁ ବସି ତାଙ୍କ ବାର ଜଣ ଶିଷ୍ୟଙ୍କୁ ପାଖକୁ ଡ଼ାକି ସେମାନଙ୍କୁ କହିଲେ, “ଯେ ପ୍ରଥମ ସ୍ଥାନ ଚାହେଁ, ସେ ପଛରେ ରହୁ ଏବଂ ସମସ୍ତଙ୍କର ସେବକ ହେଉ।”

36 ତା’ପରେ ସେ ଗୋଟିଏ ଶିଶୁକୁ ଆଣି ସମସ୍ତଙ୍କ ସମ୍ମୁଖରେ ଠିଆ କରାଇଲେ, ପୁଣି ତାକୁ କୋଳ କରି କହିଲେ,

37 “ଯେ କେହି ମୋ’ ନାମରେ ଏଭଳି ଗୋଟିଏ ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ କେବଳ ମୋତେ ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”


ଯେ ଆମ ବିପକ୍ଷ ନୁହେଁ, ସେ ଆମ ସପକ୍ଷ
( ଲୂକ ୯:୪୯-୫୦ )

38 ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣଙ୍କ ନାମ ନେଇ ଜଣେ ଲୋକ ଭୂତ ଛଡ଼ାଉଥିବାର ଆମେ ଦେଖିଲୁ - ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”

39 ଯୀଶୁ କହିଲେ, “ଏ କାର୍ଯ୍ୟରେ ତାକୁ ବାଧା ଦିଅ ନାହିଁ। ଯେ ମୋ’ ନାମ ନେଇ ଅଲୌକିକ କାର୍ଯ୍ୟ କରିଥାଏ, ସେ ସଙ୍ଗେ ସଙ୍ଗେ ମୋ’ ବିରୁଦ୍ଧରେ କିଛି କହି ପାରିବ ନାହିଁ।

40 ଯେ ଆମ ବିପକ୍ଷ ନୁହେଁ, ସେ ଆମ ସପକ୍ଷ।

41 ମୁଁ ପ୍ରତିଜ୍ଞା କରି କହୁଛି, ମୋର ଅନୁଗାମୀ ବୋଲି ତୁମ୍ଭମାନଙ୍କୁ କେହି ଯଦି ପିଇବା ପାଇଁ ଗିଲାସେ ପାଣି ଦିଏ, ସେ ନିଶ୍ଚୟ ସେଥିପାଇଁ ପୁରସ୍କୃତ ହେବ।


ବିଶ୍ୱାସରେ ବିଘ୍ନ
( ମାଥିଉ ୧୮:୬-୯ ; ଲୂକ ୧୭:୧-୨ )

42 “ଯେ କେହି ମୋର ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଜଣକର ବିଶ୍ୱାସରେ ବିଘ୍ନ ଘଟାଏ, ତା’ ଗଳାରେ ଗୋଟିଏ ଚକିପଥର ବାନ୍ଧି ତାକୁ ସମୁଦ୍ର ଭିତରେ ଫୋପାଡ଼ି ଦେବା ତା’ ପାଇଁ ଶ୍ରେୟସ୍କର ହେବ।

43 ଯଦି ତୁମର ଗୋଟିଏ ହାତ ଯୋଗୁଁ ବିଶ୍ୱାସ ହରାଉଥାଅ, ସେହି ହାତଟିକୁ କାଟି ପକାଅ। ଦୁଇଟି ହାତ ଥାଇ ଅହର୍ନିଶି ଜଳୁଥିବା ନରକାଗ୍ନିରେ ପଡ଼ିବାଠାରୁ ଗୋଟିଏ ହାତ ନ ଥାଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍କର।

45 ଯଦି ତୁମର ଗୋଟିଏ ଗୋଡ଼ ଲାଗି ବିଶ୍ୱାସ ହରାଉଥାଅ, ସେହି ଗୋଡ଼କୁ କାଟି ଦିଅ। ଦୁଇଟି ଗୋଡ଼ ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଗୋଡ଼ ନ ଥାଇ ଅନନ୍ତ ଜୀବନ ଲାଭ କରିବା ଶ୍ରେୟସ୍କର।

47 ଯଦି ତୁମର ଗୋଟିଏ ଆଖି ଯୋଗୁ ବିଶ୍ୱାସ ହରାଉଥାଅ, ତାକୁ ଓପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଆଖି ଥାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଶ୍ରେୟସ୍କର।

48 ମନେରଖ, ନରକର କୀଟଗୁଡ଼ିକ କେବେ ମରନ୍ତି ନାହିଁ, ସେଠାରେ ଜଳୁଥିବା ନିଆଁ କେବେ ଲିଭେ ନାହିଁ।

49 “ଲବଣ ଦ୍ୱାରା ଯେପରି ବଳି ନୈବେଦ୍ୟ ଶୁଚି ହୁଏ, ସେହିପରି ଅଗ୍ନି ଦ୍ୱାରା ସମସ୍ତେ ପବିତ୍ର ହେବେ।

50 “ଲବଣ ଗୋଟିଏ ଉତ୍ତମ ପଦାର୍ଥ; କିନ୍ତୁ ଲବଣ ଯଦି ତା’ର ଲବଣତ୍ୱ ହରାଏ, ତାକୁ କିପରି ଲବଣାକ୍ତ କରାଯାଇପାରେ? “ତୁମ୍ଭମାନଙ୍କ ଅନ୍ତରରେ ବନ୍ଧୁତ୍ୱ ରୂପକ ଲବଣ ରହୁ, ତା’ହେଲେ ତୁମ୍ଭେମାନେ ପରସ୍ପର ସହିତ ଶାନ୍ତିରେ ବାସ କରିପାରିବ।”

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan