Biblia Todo Logo
Bìoball air-loidhne

- Sanasan -

ମାଥିଉ 26 - ପବିତ୍ର ବାଇବଲ (CL) NT (BSI)


ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ
( ମାର୍କ ୧୪:୧-୨ ; ଲୂକ ୨୨:୧-୨ ; ଯୋହନ ୧୧:୪୫-୫୩ )

1 ଏହିସବୁ ଶିକ୍ଷା ଦେଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ,

2 “ତୁମ୍ଭେମାନେ ଜାର, ନିସ୍ତାର ପର୍ବ ହେବାକୁ ଆଉ ଦୁଇଦିନ ଅଛି। ସେତେବେଳେ ମନୁଷ୍ୟପୁତ୍ର କ୍ରୁଶବିଦ୍ଧ ହେବା ପାଇଁ ସମର୍ପିତ ହେବେ।”

3 ଏହି ସମୟରେ ମୁଖ୍ୟ ପୁରୋହିତ ଓ ଅନ୍ୟାନ୍ୟ ଇହୁଦୀ ନେତାମାନେ ପ୍ରଧାନ ଯାଜକ କୟାଫାଙ୍କ ପ୍ରାସାଦରେ ଏକତ୍ରିତ ହୋଇ,

4 ଯୀଶୁଙ୍କୁ ଗୋପନରେ ଧରି ମାରିଦେବା ପାଇଁ ମନ୍ତ୍ରଣା କଲେ।

5 କିନ୍ତୁ ସେମାନେ କହିଲେ, “ଏ କାର୍ଯ୍ୟ ଆମେ ପର୍ବବେଳେ କରିବା ଅନୁଚିତ। ସେତେବେଳେ ଲୋକେ ଶାନ୍ତି ଭଙ୍ଗ କରିପାରନ୍ତି।”


ବେଥନିରେ ଯୀଶୁ ଅଭିଷିକ୍ତ ହେଲେ
( ମାର୍କ ୧୪:୩-୯ ; ଯୋହନ ୧୨:୧-୮ )

6 ଦିନେ ଯୀଶୁ ବେଥନିରେ ପୂର୍ବରୁ କୁଷ୍ଠରୋଗ ଭୋଗିଥିବା ଶିମୋନ ଗୃହରେ ଥିଲେ।

7 ଶିମୋନ ଘରେ ଯୀଶୁ ଭୋଜନରେ ବସିଥିବାବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ଧଳା ପଥର ପାତ୍ରରେ ମୂଲ୍ୟବାନ ସୁଗନ୍ଧି ତୈଳ ପୂର୍ଣ୍ଣ କରି ଯୀଶୁଙ୍କ ମୁଣ୍ଡ ଉପରେ ଢ଼ାଳି ଦେଲା।

8 ଶିଷ୍ୟମାନେ ଏହା ଦେଖି ରାଗିଗଲେ। ସେମାନେ ତାକୁ ପଚାରିଲେ, “ଏତେ ନଷ୍ଟ କଲୁ କାହିଁକି?

9 ଏହି ସୁଗନ୍ଧି ତୈଳ ବହୁତ ଟଙ୍କାରେ ବିକ୍ରୀ ହୋଇ ପାରିଥାଆନ୍ତା ଓ ସେହି ଧନ ଗରିବମାନଙ୍କୁ ଦାନ କରାଯାଇ ପାରିଥାଆନ୍ତା।”

10 ସେମାନେ କଅଣ କହୁଛନ୍ତି, ଯୀଶୁ ଜାଣିପାରି କହିଲେ, “ସେହି ସ୍ତ୍ରୀ ଲୋକକୁ କାହିଁକି ହଇରାଣ କରୁଛ? ମୋ’ ପାଇଁ ସେ ଗୋଟିଏ ଭଲ ଓ ସୁନ୍ଦର କାମ କରିଛି।

11 “ଗରିବମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।

12 ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳି ସେ ମୋତେ ଅନ୍ତ୍ୟେଷ୍ଟି ପାଇଁ ପ୍ରସ୍ତୁତ କରିଛି।

13 ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ସମଗ୍ର ଜଗତରେ ଯେ କୌଣସି ସ୍ଥାନରେ ଏହି ସୁସମାଚାର ପ୍ରଚାରିତ ହେବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରି ତାହା ମଧ୍ୟ ଉଲ୍ଲେଖ କରାଯିବ।”


ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୁଦାର ସମ୍ମତି
( ମାର୍କ ୧୪:୧୦-୧୧ ; ଲୂକ ୨୨:୩-୬ )

14 ଯୀଶୁଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଇସ୍କାରିୟତ୍ ଯିହୂଦା ନାମରେ ଜଣେ ଶିଷ୍ୟ ମୁଖ୍ୟ ଯାଜକମାନଙ୍କ ନିକଟକୁ ଯାଇ ପଚାରିଲା,

15 “ଯୀଶୁଙ୍କୁ ଧରାଇ ଦେଲେ ମୋତେ କଅଣ ଦେବେ?” ସେମାନେ ତାଙ୍କୁ ତିରିଶଟି ରୌପ୍ୟମୁଦ୍ରା ଗଣିଦେଲେ।

16 ସେହିଦିନଠାରୁ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ପାଇଁ ଯିହୁଦା ସୁଯୋଗ ଖୋଜିଲା।


ଶିଷ୍ୟମାନଙ୍କ ସହିତ ଯୀଶୁଙ୍କର ନିସ୍ତାର ପର୍ବ ଭୋଜ ପାଳନ
( ମାର୍କ ୧୪:୧୨-୨୧ ; ଲୂକ ୨୨:୭-୧୪ , ୨୧-୨୩ ; ଯୋହନ ୧୩:୨୧-୩୦ )

17 “ତାଡ଼ି ଶୂନ୍ୟ ରୋଟି” ପର୍ବର ପ୍ରଥମ ଦିବସରେ ଶିଷ୍ୟମାନେ ଆସି ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ?”

18 ଯୀଶୁ ଉତ୍ତର ଦେଲେ, “ସହରକୁ ଯାଇ ସେହି ନିର୍ଦ୍ଦିଷ୍ଟ ଲୋକକୁ କହିବ, ‘ଗୁରୁ କହୁଛନ୍ତି, ତାଙ୍କର କାଳ ନିକଟ ହୋଇ ଆସିଲାଣି। ତାଙ୍କ ଶିଷ୍ୟମାନଙ୍କ ସହିତ ତୁମ ଘରେ ସେ ନିସ୍ତାର ପର୍ବ ପାଳନ କରିବେ’।”

19 ଯୀଶୁ କହିବା ଅନୁଯାୟୀ ଶିଷ୍ୟମାନେ ନିସ୍ତାର ପର୍ବ ଭୋଜ ଆୟୋଜନ କଲେ।

20 ସନ୍ଧ୍ୟା ହୁଅନ୍ତେ ଯୀଶୁ ଓ ବାରଜଣ ଶିଷ୍ୟ ଭୋଜନରେ ବସିଲେ।

21 ଭୋଜନ କଲାବେଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

22 ଶିଷ୍ୟମାନେ ବଡ଼ ବ୍ୟଥିତ ହୋଇ ଜଣକ ପରେ ଜଣେ ଯୀଶୁଙ୍କୁ ପଚାରିଲେ, “ଆପଣ ନିଶ୍ଚୟ ମୋତେ ଲକ୍ଷ୍ୟ କରି କହି ନାହାନ୍ତି।”

23 ଯୀଶୁ କହିଲେ, “ଯେ ମୋ’ ସହିତ ଏକାଠି ପାତ୍ରରେ ରୋଟୀ ବୁଡ଼ାଇବ, ସେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।

24 ଶାସ୍ତ୍ରର ଲେଖା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ, କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେ ଧରାଇ ଦେବ, ତା’ର ଦଶା କେଡ଼େ ଭୟାବହ। କେବେ ଜନ୍ମ ନ ହୋଇଥିଲେ ତା’ ପକ୍ଷରେ ଭଲ ହୋଇଥାନ୍ତା।”

25 ବିଶ୍ୱାସଘାତକ ଯିହୂଦା ଉଠି ପଚାରିଲା, “ଗୁରୁ, ମୋତେ ଆପଣ ଲକ୍ଷ୍ୟ କରି କହୁ ନାହାନ୍ତି ତ!” ଯୀଶୁ ତାକୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”


ପ୍ରଭୁଭୋଜ
( ମାର୍କ ୧୪:୨୨-୨୬ ; ଲୂକ ୨୨:୧୪-୨୦ ; ୧ କରିନ୍ଥୀ ୧୧:୨୩-୨୫ )

26 ସେମାନେ ଭୋଜନ କରିବା ସମୟରେ ଯୀଶୁ ଗୋଟିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହା ମୋର ଶରୀର।”

27 ତା’ପରେ ସେ ପାନ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଶିଷ୍ୟମାନଙ୍କୁ ଦେଇ କହିଲେ, “ତୁମ୍ଭେମାନେ ସମସ୍ତେ ଏଥିରୁ ପାନ କର।

28 ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।

29 ମୁଁ କହି ରଖୁଛି, ମୋ’ ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂତନ ଦ୍ରାକ୍ଷାରସ ପିଇବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପିଇବି ନାହିଁ।”

30 ଏହାପରେ ସେମାନେ ଗୋଟିଏ ସ୍ତୋତ୍ର ଗାନ କରି ଜୀତ ପର୍ବତକୁ ଗଲେ।


ପିତରଙ୍କ ଅସ୍ୱୀକାର ବିଷୟରେ ଯୀଶୁଙ୍କ ସୂଚନା
( ମାର୍କ ୧୪:୨୭-୩୧ ; ଲୂକ ୨୨:୩୧-୩୪ ; ଯୋହନ ୧୩:୩୬-୩୮ )

31 ଏହି ସମୟରେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମେ ସମସ୍ତେ ମୋତେ ଛାଡ଼ି ଚାଲିଯିବ। ଶାସ୍ତ୍ର କହେ, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’

32 କିନ୍ତୁ ମୁଁ ପୁନରୁତ୍ôଥତ ହେବା ପରେ ତୁମ୍ଭମାନଙ୍କ ଆଗରୁ ଗାଲିଲୀକୁ ଯିବି।”

33 ପିତର ଉଠି ଯୀଶୁଙ୍କୁ କହିଲେ, “ଅନ୍ୟ ସମସ୍ତେ ଆପଣଙ୍କୁ ଛାଡ଼ି ଚାଲିଗଲେ ସୁଦ୍ଧା ମୁଁ କଦାପି ଯିବି ନାହିଁ।”

34 ଯୀଶୁ ପିତରଙ୍କୁ କହିଲେ, “ମୁଁ କହୁଛି, ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ମୋତେ ଜାଣ ନାହିଁ ବୋଲି ତିନି ଥର କହିବ।”

35 ପିତର ଉତ୍ତର ଦେଲେ, “ଆପଣଙ୍କ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ କେବେ ଆପଣଙ୍କୁ ଅସ୍ୱୀକାର କରିବି ନାହିଁ।” ଅନ୍ୟ ଶିଷ୍ୟମାନେ ସମସ୍ତେ ସେହିପରି କହିଲେ।


ଗେଥ୍‌ସମନିରେ ଯୀଶୁଙ୍କ ପ୍ରାର୍ଥନା
( ମାର୍କ ୧୪:୩୨-୪୨ ; ଲୂକ ୨୨:୩୯-୪୬ )

36 ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେଥ୍ସମନି ନାମକ ଏକ ସ୍ଥାନକୁ ଯାଇ କହିଲେ, “ତୁମ୍ଭେମାନେ ଏଠାରେ ଟିକେ ବସ। ମୁଁ ସେ ପାଖକୁ ଯାଇ ପ୍ରାର୍ଥନା କରିବି।”

37 ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ତାଙ୍କ ସଙ୍ଗରେ ନେଲେ। ସେତେବେଳେ ଯୀଶୁ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହୋଇ

38 ସେମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି। ଏଠାରେ ତୁମେ ମୋ’ ସହିତ ଜାଗି ରୁହ।”

39 ଯୀଶୁ ଅଳ୍ପ ଦୂରକୁ ଯାଇ ଭୂମିରେ ମୁହଁ ମାଡ଼ି ପ୍ରାର୍ଥନା କଲେ, “ପିତଃ! ଯଦି ସମ୍ଭବ ହୁଏ, ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ ଦୂରେଇ ନିଅ, କିନ୍ତୁ ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ପୂରଣ ହେଉ।”

40 ତା’ପରେ ସେ ତିନିଜଣ ଶିଷ୍ୟଙ୍କ ନିକଟକୁ ଫେରି ଆସି ଦେଖିଲେ, ସେମାନେ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ତିନିହେଁ ମୋ’ ସହିତ ଘଣ୍ଟାଏ ସୁଦ୍ଧା ଜାଗି ରହି ପାରୁ ନାହଁ?

41 ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। କାରଣ ତୁମ୍ଭମାନଙ୍କର ଆତ୍ମା ଉତ୍ସୁକ, କିନ୍ତୁ ଶରୀର ଦୁର୍ବଳ।”

42 ଯୀଶୁ ପୁନର୍ବାର ଯାଇ ପ୍ରାର୍ଥନା କଲେ, “ପିତଃ! ଯଦି ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ କାଢ଼ି ନିଆଯାଇ ପାରିବ ନାହିଁ ଓ ମୋତେ ତାକୁ ପିଇବାକୁ ହିଁ ପଡ଼ିବ, ତୁମ ଇଚ୍ଛା ଶିଷ୍ୟମାନଙ୍କୁ ନିଦ୍ରିତ ଥିବାର ଦେଖିଲେ।

43 ସେମାନେ ଆସି ଖୋଲି ରହିପାରୁ ନ ଥିଲେ।

44 ଯୀଶୁ ସେମାନଙ୍କୁ ଛାଡ଼ି ଟିକିଏ ଦୂରକୁ ଯାଇ ତୃତୀୟ ଥର ପାଇଁ ସେହିପରି ପ୍ରାର୍ଥନା କଲେ।

45 ତା’ପରେ ଶିଷ୍ୟମାନଙ୍କ ନିକଟକୁ ଆସି କହିଲେ, “ତୁମେ ଏର୍ପ୍ୟନ୍ତ ଶୋଇ ରହି ବିଶ୍ରାମ କରୁଛ? ଦେଖ, ମନୁଷ୍ୟପୁତ୍ର ଖଳ ଲୋକମାନଙ୍କ ହାତରେ ସମର୍ପିତ ହେବାର ବେଳ ଆସିଛି।

46 ଉଠ ଯିବା। ହେଇ ଦେଖ, ମୋତେ ଧରାଇ ଦେବା ଲୋକ ଆସି ପହଞ୍ôଚଗଲାଣି।”


ଯୀଶୁ ଗିରଫ ହେଲେ
( ମାର୍କ ୧୪:୪୩-୫୦ ; ଲୂକ ୨୨:୪୭-୫୩ ; ଯୋହନ ୧୮:୩-୧୨ )

47 ଯୀଶୁ ଏହି କଥା କହିବାବେଳେ, ତାଙ୍କର ବାର ଶିଷ୍ୟମାନଙ୍କ ଭିତରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା ଓ ଠେଙ୍ଗାବାଡ଼ି ଧରି ଅନେକ ଲୋକ ସେଠାରେ ଜମା ହେଲେ। ସେମାନଙ୍କୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ପଠାଇଥିଲେ।

48 ବିଶ୍ୱାସଘାତକ ଯିହୁଦା ସେମାନଙ୍କୁ ଗୋଟିଏ ସଙ୍କେତ ଦେବା ପାଇଁ ଠିକ୍ କରିଥିଲା। ସେ ସେମାନଙ୍କୁ କହିଥିଲା, ‘ଯେଉଁ ବ୍ୟକ୍ତିଙ୍କୁ ମୁଁ ଚୁମ୍ବନ ଦେବି, ତାଙ୍କୁ ମୁଁ ତୁମେ ଖୋଜୁଛ। ତାଙ୍କୁ ଧର।”

49 ଯିହୁଦା ସିଧା ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କରି ଚୁମ୍ବନ ଦେଲା।

50 ଯୀଶୁ ତାକୁ କହିଲେ, “ବନ୍ଧୁ, ତୁମ କାମ ଶୀଘ୍ର ସାର।” ଏହା ପରେ ସେମାନେ ଯୀଶୁଙ୍କୁ ଧରି ପକାଇ ବନ୍ଦୀ କଲେ।

51 ଯୀଶୁଙ୍କ ପକ୍ଷରୁ ଜଣେ ଲୋକ ନିଜ ଖଣ୍ଡା ବାହାର କରି ପ୍ରଧାନ ପୁରୋହିତଙ୍କ ଦାସକୁ ଆଘାତ କଲା। ସେହି ଲୋକର କାନ କଟିଗଲା।

52 ଯୀଶୁ ତାକୁ କହିଲେ, “ତୁମ ଖଣ୍ଡାକୁ ତା’ ଜାଗାରେ ରଖ। ଯେଉଁମାନେ ଖଣ୍ଡା ଉଞ୍ଚାନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହେବେ।

53 ତୁମେ କ’ଣ ଜାଣ ନାହିଁ, ମୁଁ ମୋ’ ପିତାଙ୍କୁ ସାହାଯ୍ୟ ମାଗିଲେ, ସେ ମୋ’ ପାଇଁ ତତ୍କ୍ଷଣାତ୍ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ସ୍ୱର୍ଗଦୂତ ପଠାଇ ପାରିବେ?

54 କିନ୍ତୁ ତାହାହେଲେ ଏହିସବୁ ଘଟିବ ବୋଲି ଶାସ୍ତ୍ରରେ ଯାହା ଲେଖାଅଛି, ତାହା ସଫଳ ହେବ କିପରି?”

55 ଯୀଶୁ ତା’ପରେ ଜମା ହୋଇଥିବା ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଗୋଟିଏ ପଳାତକ ଦସ୍ୟୁ ଯେ ଖଣ୍ଡା ଠେଙ୍ଗା ନେଇ ମୋତେ ଧରିବାକୁ ଆସିଛ? ପ୍ରତିଦିନ ମୁଁ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, ସେତେବେଳେ ତ ମୋତେ ଧରି ନ ଥିଲ!

56 ସେ ଯାହାହେଉ, ଭାବବାଦୀମାନେ ଶାସ୍ତ୍ରରେ ଯାହା ଯାହା ଲେଖିଛନ୍ତି, ସେସବୁ ସଫଳ ହେବା ପାଇଁ ଏହା ଘଟିଛି।” ଏତିକିବେଳେ ଶିଷ୍ୟମାନେ ସମସ୍ତେ ଯୀଶୁଙ୍କୁ ଛାଡ଼ି ପଳାଇ ଗଲେ।


ମହାସଭାରେ ଯୀଶୁଙ୍କ ବିଚାର
( ମାର୍କ ୧୪:୫୩-୬୫ ; ଲୂକ ୨୨:୫୪-୫୫ , ୬୩-୭୧ ; ଯୋହନ ୧୮:୧୩-୧୪ , ୧୯-୨୪ )

57 ଯୀଶୁଙ୍କ ଗିରଫକାରୀମାନେ ତାଙ୍କୁ ପ୍ରଧାନ ଯାଜକ କୟାଫାଙ୍କ ଗୃହକୁ ନେଲେ। ସେଠାରେ ଥିଲେ।

58 ପିତର ଟିକିଏ ଦୂରରେ ରହି ଯୀଶୁଙ୍କୁ ଅନୁସରଣ କରୁଥିଲେ ଏବଂ ସେ କୟାଫାଙ୍କ ଗୃହର ପ୍ରାଙ୍ଗଣ ପର୍ଯ୍ୟନ୍ତ ଗଲେ। ଏସବୁ ଘଟଣାର ପରିଣତି କଅଣ ହେବ, ଦେଖିବା ପାଇଁ ପିତର ସେଠାରେ ପ୍ରହରୀମାନଙ୍କ ସହିତ ବସିଲେ।

59 ମୁଖ୍ୟ ପୁରୋହିତ ଓ ମହାସଭାର ସଦସ୍ୟମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ତାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କଲେ। ଅନେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା କଥା କହିଲେ।

60 କିନ୍ତୁ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ। ଶେଷରେ ଦୁଇଜଣ ଉଠିପଡ଼ି

61 କହିଲେ, “ଏହି ଲୋକ କହିଥିଲା, ‘ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗିଦେଇ ତିନିଦିନ ପରେ ତାକୁ ପୁଣି ତୋଳି ଦେଇ ପାରିବି’।”

62 ପ୍ରଧାନ ପୁରୋହିତ ଛିଡ଼ାହୋଇ ଯୀଶୁଙ୍କୁ ପଚାରିଲେ, “ଏହି ଅଭିଯୋଗ ଖଣ୍ଡନ କରିବାକୁ ତୁମର କ’ଣ କିଛି କହିବାର ଅଛି?”

63 କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”

64 ଯୀଶୁ ଉତ୍ତର ଦେଲେ, “ତୁମେ ଠିକ୍ କହିଛ। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଛି, ଶୀଘ୍ର ମନୁଷ୍ୟପୁତ୍ର ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବାକୁ ଯାଉଛନ୍ତି, ପୁଣି ତାଙ୍କୁ ସ୍ୱର୍ଗରେ ମେଘମାଳା ସହିତ ଓହ୍ଲାଇ ଆସିବା ତୁମେ ଦେଖିବ।”

65 ଏହା ଶୁଣି ପ୍ରଧାନ ପୁରୋହିତ ନିଜ ପୋଷାକକୁ ଚିରି ପକାଇ କହିଲା, “ଏହା ତ ଈଶ୍ୱର ନିନ୍ଦା। ଆଉ ଅନ୍ୟ ସାକ୍ଷୀ ଦରକାର ନାହିଁ। ଏହିକ୍ଷଣି ଏହାର ଈଶ୍ୱର ନନ୍ଦା ତ ତୁମେ ଶୁଣିଲ।

66 ଏ ବିଷୟରେ ତୁମ୍ଭମାନଙ୍କର ମତ କଅଣ?” ସେମାନେ ଉତ୍ତର ଦେଲେ, “ସେ ଅପରାଧୀ, ସେ ମୃତ୍ୟୁଦଣ୍ଡର ଯୋଗ୍ୟ।”

67 ତା’ପରେ ସେମାନେ ଯୀଶୁଙ୍କ ମୁହଁରେ ଛେପ ପକାଇ ତାଙ୍କୁ ମାଡ଼ ଦେଲେ। କେତେକ ତାଙ୍କୁ ଚାପୁଡ଼ା ମାରି କହିଲେ,

68 “ଏ ମସୀହ! ଭାବବାଣୀ ଟିକେ କୁହ। କିଏ ତୁମକୁ ମାରିଲା, କୁକହ ତ!”


ପିତର ଯୀଶୁଙ୍କୁ ଅସ୍ୱୀକାର କଲେ
( ମାର୍କ ୧୪:୬୬-୭୨ ; ଲୂକ ୨୨:୫୬-୬୨ ; ଯୋହନ ୧୮:୧୫-୧୮ , ୨୫-୨୭ )

69 ପ୍ରଧାନ ପୁରୋହିତଙ୍କର ବାହାର ଅଗଣାରେ ପିତର ବସିଥିବାବେଳେ ଜଣେ ଦାସୀ ପାଖକୁ ଆସି କହିଲା, “ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସଙ୍ଗରେ ଥିଲ।”

70 କିନ୍ତୁ ପିତର ସମସ୍ତଙ୍କ ସମ୍ମୁଖରେ ଏକଥା ଅସ୍ୱୀକାର କରି କହିଲେ, “ତୁମେ କଅଣ କହୁଛ, ମୁଁ ବୁଝି ପାରୁ ନାହିଁ।”

71 ଏହା କହି ସେ ସେହି ଅଗଣାର ଦ୍ୱାର ପାଖକୁ ଚାଲିଗଲେ। ଆଉ ଗୋଟିଏ ଦାସୀ ତାଙ୍କୁ ଦେଖି ସେଠାରେ ଥିବା ଲୋକମାନଙ୍କୁ କହିଲା, “ଇଏ ନାଜରିତୀୟ ଯୀଶୁଙ୍କ ସଙ୍ଗରେ ଥିଲା।”

72 ପିତର ପୁନର୍ବାର ଅସ୍ୱୀକାର କରି କହିଲେ, “ଶପଥ କରି କହୁଛି, ସେ ଲୋକକୁ ମୁଁ ଜାଣେ ନାହିଁ।”

73 କିଛି ସମୟ ପରେ ସେଠାରେ ଥିବା ଲୋକମାନେ ପିତରଙ୍କ ପାଖକୁ ଆସି କହିଲେ, “ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ। ତୁମ କଥାବାର୍ତ୍ତାରୁ ଏହା ଜଣାପଡ଼ୁଛି।”

74 ପିତର କହିଲେ, “ଶପଥ କରି କହୁଛି, ମୋ’ କଥା ସତ୍ୟ। ନ ହେଲେ ଈଶ୍ୱର ମୋତେ ଦଣ୍ଡ ଦିଅନ୍ତୁ। ସେ ଲୋକକୁ ମୁଁ ଜାଣେ ନାହିଁ।”

75 ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan