Biblia Todo Logo
Bìoball air-loidhne

- Sanasan -

ଏବ୍ରୀ 5 - ପବିତ୍ର ବାଇବଲ (CL) NT (BSI)

1 ପ୍ରତ୍ୟେକ ମହାଯାଜକ ସ୍ୱଜାତୀୟ ଲୋକମାନଙ୍କ ମଧ୍ୟରୁ ମନୋନୀତ ଓ ନିଯୁକ୍ତ ହୁଅନ୍ତି। ସେ ସେମାନଙ୍କ ପକ୍ଷରୁ ପାପ ମୋଚନ ପାଇଁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରି ଈଶ୍ୱରଙ୍କ ସେବା କରନ୍ତି।

2 ସେ ନିଜେ ନାନା ପ୍ରକାର ଦୋଷ ଦୁର୍ବଳତାରେ ପୂର୍ଣ୍ଣ ହୋଇଥିବାରୁ ଦୋଷତ୍ରୁଟି କରୁଥିବା ନିର୍ବୋଧ ଲୋକମାନଙ୍କ ପ୍ରତି ସେ ସହନଶୀଳ ହୁଅନ୍ତି।

3 ପୁଣି, କେବଳ ଯେ ଅନ୍ୟମାନଙ୍କ ପାପ ନିନ୍ତେ ତାଙ୍କୁ ବଳି ଉତ୍ସର୍ଗ କରିବାକୁ ହୁଏ, ତା’ ନୁହେଁ, ମାତ୍ର ତାଙ୍କ ନିଜର ପାପ ପାଇଁ ମଧ୍ୟ ତାଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ିଥାଏ।

4 କେହି ନିଜେ ନିଜକୁ ମହାଯାଜକର ସମ୍ମାନାସ୍ପଦ ପଦରେ ନିଯୁକ୍ତ କରିପାରେ ନାହିଁ। ହାରଣଙ୍କ ପରି ଯେ କେବଳ ଈଶ୍ୱରଙ୍କ ଦ୍ୱାରା ଆହୁତ, ସେ ମହାଯାଜକ ପଦ ଲାଭ କରେ।

5 ସେହିପରି ମହାଯାଜକ ପଦରେ ସମ୍ମାନିତ ହେବାକୁ ଖ୍ରୀଷ୍ଟ ନିଜକୁ ନିଯୁକ୍ତ କରି ନ ଥିଲେ। ବରଂ ଈଶ୍ୱର ତାଙ୍କୁ କହିଥିଲେ, “ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହେଲି।”

6 ଅନ୍ୟତ୍ର ସେ ଏହା ମଧ୍ୟ କହିଛନ୍ତି, “ତୁମେ ଯାଜକ ପଦରେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସଦୃଶ ଚିରକାଳ ପାଇଁ ଯାଜକ ରହିବ।”

7 ଯେଉଁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାଙ୍କ ନିକଟରେ ଯୀଶୁ ଇହଜୀବନରେ ଅର୍ତ୍ତନାଦ କରି ଅଶୁ ଜଳ ଢାଳି ବିନତିପୂର୍ବକ ପ୍ରାର୍ଥନା କରିଥିଲେ। ସେ ନମ୍ର ଓ ଅନ୍ତରକ୍ତ ହୋଇଥିବାରୁ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଥିଲେ।

8 ଯଦିଓ ସେ ଈଶ୍ୱରଙ୍କ ପୁତ୍ର ଈଶ୍ୱରଙ୍କ ପୁତ୍ର ଥିଲେ, ସେ ଦୁଃଖଭୋଗ ଦ୍ୱାର ଆଜ୍ଞାବହ ହେବାକୁ ଶିଖିଲେ।

9 ଏହିପରି ସିଦ୍ଧ ହୋଇ ସେ ତାଙ୍କ ଆଜ୍ଞାପାଳନକାରୀମାନଙ୍କ ନିମନ୍ତେ ତିର ପରିତ୍ରାଣର ଉତ୍ସହେଲେ।

10 ପୁଣି ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ମହାଯାଗକ ହେଲେ ବୋଲି ଈଶ୍ୱର ଘୋଷଣା କଲେ।


ବିଶ୍ୱାସ ହରାଇବାର ପରିଣତି

11 ଏହି ପ୍ରସଙ୍ଗରେ ଆମର ଅନେକ କିଛି କହିବାର ଅଛି। କିନ୍ତୁ ତୁମ୍ଭମାନଙ୍କର ବୁଝିବାର ଶକ୍ତି କମ୍। ଏଣୁ ତୁମ୍ଭମାନଙ୍କୁ ବୁଝାଇବା କଷ୍ଟକର।

12 ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।

13 ଯେ କେବଳ ଦୁଗ୍ଧପାନ କରେ, ସେ ଶିଶୁ ଅବସ୍ଥାରେ ରହିଛି। ଭଲ ମନ୍ଦ ବିଷୟରେ ତାହାର ଜ୍ଞାନ ହୋଇ ନାହିଁ।

14 ଅନ୍ୟ ପକ୍ଷରେ ଗୁରୁପାକ ଖାଦ୍ୟ ବୟସ୍କ ଲୋକମାନଙ୍କ ନିମନ୍ତେ; ସେମାନେ ଜୀବନର ବିଭିନ୍ନ ଅନୁଭୂତି ଦ୍ୱାରା ଭଲ ଓ ମନ୍ଦର ପ୍ରଭେଦ ଜାଣନ୍ତି।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan